ETV Bharat / state

ଚନ୍ଦ୍ର ଗ୍ରହଣ: ନିର୍ଦ୍ଧାରିତ ସମୟରେ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ - ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଭୁବନେଶ୍ବର । ଚନ୍ଦ୍ର ଗ୍ରହଣ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ସମୟ ନିର୍ଦ୍ଧାରଣ ଅନୁସାରେ ସ୍ବତନ୍ତ୍ର ନୀତିକାନ୍ତି ଶେଷ ହୋଇଛି । ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

devotees offers prayer to lord lingaraj in bhubaneswar
ଚନ୍ଦ୍ର ଗ୍ରହଣ: ନିର୍ଦ୍ଧାରିତ ସମୟରେ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
author img

By

Published : Nov 8, 2022, 1:28 PM IST

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ(Lunar Eclipse) । ଦେବନୀତି ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ଚନ୍ଦ୍ର ଗ୍ରହଣ ବିଧି ରକ୍ଷା ଲାଗି ଏଥର ଆଗୁଆ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହୋଇଛି । କାର୍ତ୍ତିକ ମାସର ଶେଷ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ବିନ୍ଦୁ ସାଗରରେ ଡଙ୍ଗା ଭସାଇ ନୀତି ନିର୍ଘଣ୍ଟ ସମୟ ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି । ଚନ୍ଦ୍ର ଗ୍ରହଣ ପାଇଁ ଚଳିତ ବର୍ଷ ସମୟ ବିଧିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମହାପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତି କାନ୍ତି ସହ ଦେବନୀତି ସମ୍ପନ୍ନ ହୋଇଛି । ରାତି ୧୨ ଟାରୁ ମଙ୍ଗଳ ଆଳତୀ ହୋଇଥିବାବେଳେ ସକାଳ ୪ .୩୦ରେ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା ।

ନିର୍ଦ୍ଧାରିତ ସମୟରେ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ହଜାର ହଜାର ଭକ୍ତ ବାବାଙ୍କ ପୂଜାର୍ଚ୍ଚନା କରି ଦର୍ଶନ କରିଛନ୍ତି । ଏନେଇ ସେବାୟତ କହିଛନ୍ତି, "ଲିଙ୍ଗରାଜଙ୍କ ପରାଗର ସକାଳ ନୀତି ଶେଷ ହୋଇଛି । ମଧ୍ୟାହ୍ନରେ ମହାପ୍ରଭୁଙ୍କୁ ଗ୍ରହଣ ସ୍ନାନ କରାଯିବ । ସେହିପରି ଗ୍ରହଣର ସର୍ବ ମୋକ୍ଷ ହେଲା ପରେ ସନ୍ଧ୍ୟା ନୀତି ସହ ମହାପ୍ରଭୁଙ୍କ ବଡ ସିଂହର ବେଶ ହେବା ପରେ ମନ୍ଦିର ବନ୍ଦ କରାଯିବ । " ଅନ୍ୟପଟେ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ଭିଡ ଯୋଗୁଁ କିଛି ଭକ୍ତ ଦର୍ଶନରୁ ବଞ୍ଚିତ ହେବାରୁ ନିରାଶ ଅନୁଭବ କରିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ବରର ବିଭିନ୍ନ ଜଳାଶୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: କାର୍ତ୍ତିକ ପୂର୍ଣ୍ଣିମା: କୂଆଖାଇରେ ବୋଇତ ବନ୍ଦାଣ କଲେ ରାଜଧାନୀବାସୀ

ଚନ୍ଦ୍ରଗ୍ରହଣ ଯୋଗୁଁ ଭୋର ୫ଟା୫୪ ମଧ୍ୟରେ ଭକ୍ତମାନେ ଡଙ୍ଗା ଭସାଇବା ନୀତି ଶେଷ କରି ବ୍ରତ ଉଦଯାପିତ କରିଥିଲେ । ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତି ମୁତାବିକ ସକାଳ ଧୂପ, ବାଳଧୂପ ଓ ଭୋଗ ମଣ୍ଡପ ନୀତି ଶେଷ କରାଯାଇଛି । ନୟାପଲ୍ଲୀର ୩୭ ନମ୍ବର ୱାର୍ଡରେ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜିତ ହୋଇଥିଲା । ବାଲୁଙ୍କେଶ୍ୱର ମନ୍ଦିର ପୋଖରୀରେ ବୋଇତ ବନ୍ଦାଣ କରଯାଇଥିଲା । ସୁସଜ୍ଜିତ ନୌକାରେ ଲୋକେ ଜଳକ୍ରୀଡା କରିଛନ୍ତି । ସେହିପରି କୂଆଖାଇ ନଦୀ ପଠାରେ ଉତ୍କଳର ଇତିହାସ ତଥା ସାଧବ ପୁଅଙ୍କ ଗାଥା ନୂତନ ପିଢ଼ିକୁ ଜଣାଇବା ପାଇଁ ବାଲୁକାରେ ବୋଇତର ବାଲୁକାକଳା କରାଯାଇଥିଲା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୁବନେଶ୍ବରରେ ଭୋର 4ଟାରୁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.