ETV Bharat / state

ଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ନିଆରା ପ୍ରତିବାଦ, ଶିବବେଶ ଧାରଣ କରି ବାହନ ଖୋଜୁଛନ୍ତି - ମହାଶିବରାତ୍ରୀରେ ଶିବବେଶଧାରୀ ଶ୍ରଦ୍ଧାଳୁ

ମହାଶିବରାତ୍ରୀରେ ଶିବବେଶଧାରୀ ଶ୍ରଦ୍ଧାଳୁ । ଲିଙ୍ଗରାଜଙ୍କ ପୀଠରେ ବାହନ ନନ୍ଦୀକୁ ଖୋଜୁଛନ୍ତି ଯୁବକ । ଅଧିକ ପଢ଼ନ୍ତୁ

ଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ନିଆରା ପ୍ରତିବାଦ
devotee demanding take care of stray bull
author img

By

Published : Feb 18, 2023, 7:13 PM IST

ଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ନିଆରା ପ୍ରତିବାଦ

ଭୁବନେଶ୍ବର: ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରାକୁ ନେଇ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ଏହି ପବିତ୍ର ଦିନରେ ମବାଦେବଙ୍କ ଦର୍ଶନ ପାଇଁ ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଏହାରି ଭିତରେ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ମନ୍ଦିର ବେଢାରେ ଜଣେ ଶ୍ରଦ୍ଧାଳୁ ଶିବଙ୍କ ବେଶ ଧାରଣ କରି ଡମ୍ବରୁ ଓ ତ୍ରିଶୂଳ ହାତରେ ଧରି ବାହନ ନନ୍ଦୀଙ୍କୁ ଖୋଜୁଛନ୍ତି । ହାତରେ ଏକ ପ୍ଲାକାର୍ଡ ସାହାଯ୍ୟରେ 'ନନ୍ଦି କୁଆଡେ ଗଲା' ବୋଲି ଲେଖି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।

ନନ୍ଦି ହେଉଛନ୍ତି ମହାଦେବଙ୍କ ବାହାନ ଓ ବଡ ଉପାସକ । ସେ ସବୁବେଳେ ଶିବଙ୍କ ସହ ଛାଇ ପରି ରହି ତାଙ୍କର ଆରାଧନା କରିଥାନ୍ତି । ଧରାପୃଷ୍ଠରେ ଏହି ନନ୍ଦି ହେଉଛି ଷଣ୍ଢ । ତେବେ ନନ୍ଦୀ ମହାଦେବଙ୍କ ପରମ ସାଧକ ବା ତାଙ୍କ ବାହନ ହୋଇଥିବାରୁ ସର୍ବଦା ସେ ତାଙ୍କ ସାଥିରେ ଥାଏ । ତେଣୁୁ ପ୍ରତିଟି ଶୈବପୀଠରେ ମହାଦେବଙ୍କ ସମ୍ମୁଖରେ ନନ୍ଦୀ ବସିଥିବାର ଦେଖୁବାକୁ ମିଳେ । ଏକାମ୍ର କ୍ଷେତ୍ର ବା ଲିଙ୍ଗରାଜଙ୍କ ମନ୍ଦିର ପାଖରେ ମଧ୍ୟ ସବୁବେଳେ ଷଣ୍ଢ ରହିଥାନ୍ତି । ହେଲେ ବୁଲା ଷଣ୍ଢଙ୍କର ପ୍ରାଦୁର୍ଭାବ ନେଇ ବିଏମସି ସେମାନଙ୍କୁ ଉଠାଇ ନେଇ ଗୋଶାଳାରେ ରଖିଛି । ଫଳରେ ଏକାମ୍ର କ୍ଷେତ୍ରରେ ଷଣ୍ଢ ଦେଖିବାକୁ ମିଳୁନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ହର ହର ମହାଦେବରେ କମ୍ପୁଛି ଶୈବପୀଠ

ଯାହାକୁ ନେଇ ଜଣେ ଶ୍ରଦ୍ଧାଳୁ ଉଦବେଗ ପ୍ରକାଶ କରିଛନ୍ତି । ଶିବଙ୍କ ବେଶ ଧାରଣ କରି ହାତରେ ଡମ୍ବରୁ ଓ ତ୍ରିଶୂଳ ଧରି ବାହାନ ନନ୍ଦୀକୁ ଖୋଜୁଛନ୍ତି । ଆଉ ବିଏମସିକୁ ଅନୁରୋଧ କରିଛନ୍ତି ଯେ, "ରାସ୍ତାରେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବିଏମସି ଷଣ୍ଢଗୁଡିକୁ ଉଠାଇ ନେଉଛି । ମାତ୍ର ଅବ୍ଯବସ୍ଥିତ ଢଙ୍ଗରେ ରଖି ସେମାନଙ୍କ ଯତ୍ନ ନନେବା ଦ୍ବାରା ଅକାଳରେ ସେମାନଙ୍କ ମୃତ୍ୟୁ ଘଟୁଛି । ଏ ଦିଗରେ ବିଏମସି ଧ୍ୟାନ ଦେବା ଉଚିତ । ସେମାନଙ୍କୁ ଉଚିତ ଚିକିତ୍ସା ଯୋଗାଇଦେବା ସହ ରକ୍ଷଣାବେକ୍ଷଣ ପାଇଁ ବିଏମସି ନିକଟରେ ଦାବି ଜଣାଉଛି । ଆଜି ଭଳି ପବିତ୍ର ଦିନରେ ଏକାମ୍ର କ୍ଷେତ୍ର ନନ୍ଦୀ ବିହୀନ ହୋଇଯାଇଛି । " ତେଣୁ ଏମାନଙ୍କ ସୁରକ୍ଷା ସହ ଯତ୍ନ ନେବାକୁ ବିଏମସିର କମିଶନର ଓ ମେୟରଙ୍କୁ ଅନୁରୋଧ କରିଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ପରିସରର ଶିବରୂପଧାରୀ ଯୁବକଙ୍କ ଏଭଳି ନିଆରା ପ୍ରତିବାଦକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.