ETV Bharat / state

ମଞ୍ଚସ୍ଥ ହେଲା ନାଟକ ଦେବଦାସ, ଦର୍ଶକଙ୍କ ମନ ଜିଣିଲା ମ୍ୟୁଜିକାଲ ପ୍ଲେରେ ଅଭିନୟ - ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ତ ହେଲା ନାଟକ ଦେବଦାସ

ମଞ୍ଚସ୍ଥ ହେଲା ନାଟକ ଦେବଦାସ । ଦର୍ଶକଙ୍କ କରତାଳିରେ କମ୍ପିଲା ରବିନ୍ଦ୍ର ମଣ୍ଡପ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 28, 2023, 9:16 AM IST

devdas musical play drama staged

ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପରେ ପ୍ରଥମ ଥର ପାଇଁ ମଞ୍ଚସ୍ଥ ହେଲା ନାଟକ ଦେବଦାସ । ସଂଳାପ କି କଥା ନୁହେଁ ମ୍ୟୁଜିକାଲ୍ ପ୍ଲେର ଅଭିନୟରେ ଓଡ଼ିଆରେ ଦେବଦାସ ନାଟକ ଦେଖିଲେ ଦର୍ଶକ । ନାଟକରେ ଦେବଦାସ, ପାରୋ, ଚନ୍ଦ୍ରମୁଖୀଙ୍କ ତ୍ରିକୋଣୀୟ ପ୍ରେମ ଗାଥା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଏହି ମ୍ୟୁଜିକାଲ ପ୍ଲେ ଦେଖିବାକୁ ରବୀନ୍ଦ୍ର ମଣ୍ଡପରେ ଦର୍ଶକଙ୍କ ଭିଡ ଜମିଥିଲା । କରତାଳିରେ କମ୍ପି ଉଠିଥିଲା ପୁରା ପରିବେଶ । ଗୋଟିଏ ପରେ ଗୋଟିଏ ଦୃଶ୍ୟ ମନରେ ଭରୁଥିଲା ଅପୂର୍ବ ରୋମାଞ୍ଚ । ଆଗକୁ କଣ ହେବ ଦେଖିବାକୁ ଚାହିଁ ରହିଥିଲେ ଦର୍ଶକ । ପ୍ରଥମ ଥର ପାଇଁ ଓଡିଆରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ 'ଦେବଦାସ - ମ୍ୟୁଜିକାଲ୍ ପ୍ଲେ'। ଯାହାର ପ୍ରତିଟି ଦୃଶ୍ୟ ଥିଲା ରମଣୀୟ ଓ ମାଧୁର୍ଯ୍ୟପୂର୍ଣ୍ଣ । ଷ୍ଟେଜକୁ ଏଭଳି ସଜାଯାଇଥିଲା ଯେ ସିନେମାର ଦୃଶ୍ୟ ଭଳି ମନେ ହେଉଥିଲା ପ୍ରତିଟି ଦୃଶ୍ୟ ।

ଏହା ମଦ୍ୟ ପଢନ୍ତୁ-ବିଦେଶରେ ଦେଶୀ ପର୍ବ, ବାହାରିନ ଓଡ଼ିଆ ସମାଜ ପାଳନ କରିବ ଉତ୍କଳ ଦିବସ

ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଓ ଦେବ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ ରେ'ଦେବଦାସ' ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ରାଣୋ ଜୟ, ପାରୋ ଭୂମିକାରେ ନାୟିକା ଶୀତଲ ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ବୈଶାଳୀ । ନାଟକରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜ କଳାକୁ ପ୍ରଦର୍ଶନ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ । ଆଗକୁ ଏଭଳି ନିଆରା ଧାରାରେ ନାଟକ ଅଧିକରୁ ଅଧିକ ପରିବେଷଣ ପାଇଁ କହିଛନ୍ତି ନିର୍ଦ୍ଦେଶକ ।
ଏହା ମଧ୍ୟ ପଢନ୍ତୁ-ଆଜି ନୁହେଁ, ୧୯୮୫ ମସିହାରୁ ଖୋଲା ହୋଇନାହିଁ ଶ୍ରୀମନ୍ଦିରର ରତ୍ନଭଣ୍ଡାର : ବିଜେଡି

ପୂର୍ବରୁ ନାଟକ 'ଆହେ ନୀଳ ଶୈଳ', 'ନବକଳେବର', 'ବୟସର ଅନ୍ତେ' ନାଟକ ସଫଳତା ହାସଲ କରିବା ପରେ ମଲ୍ଟି ସିନେ ଷ୍ଟାରଙ୍କୁ ନେଇ ଗୁରୁବାର ପ୍ରଦର୍ଶିତ ହୋଇଥିଲା ନାଟକ ଦେବଦାସ ମ୍ୟୁଜିକାଲ ପ୍ଲେ । ଦେବଦାସ- ମ୍ୟୁଜିକାଲ ପ୍ଲେରେ ରହିଛି ୧୦ଟି ସଙ୍ଗୀତ ଯାହାକି ଜେସିକେ ଷ୍ଟୁଡିଓରେ ରେକର୍ଡ କରାଯାଇଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଡ୍ୟାନ୍ସ ମାଷ୍ଟର ବିଦ୍ୟୁତ୍‌ ସେଠୀ । ତେବେ ଏକ ଘଣ୍ଟାର ଏହି ମ୍ୟୁଜିକାଲ ପ୍ଲେକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଆଗକୁ ଏହି ନାଟକ ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରିବ ବୋଲି କହିଛନ୍ତି ନିର୍ଦ୍ଦେଶକ ଦେବ ମେହେର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.