ETV Bharat / state

କାଟୁ କଲାନି କଟକଣା: ବାରଣ ସତ୍ତ୍ବେ ଚାଲିଲା ଝାମୁଯାତ୍ରା - ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌

ଲକଡାଉନ ପାଇଁ ରାଜ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ପଣା ସଂକ୍ରାନ୍ତିରେ ଭାଙ୍ଗିଛି ଅନେକ ନିୟମ । ଖୋର୍ଦ୍ଧାରେ ଆୟୋଜନ ହୋଇଛି ଝାମୁଯାତ୍ରା । ଅଧିକ ପଢ଼ନ୍ତୁ...

jhamujatra, khurdha latest news, jhamujatra in khurdha, breaking of rules in khurhda, corona effect in khurdha, ବାରଣ ସତ୍ତ୍ବେ ଝାମୁଯାତ୍ରା, ପଣା ସଂକ୍ରାନ୍ତି, ଖୋର୍ଦ୍ଧାରେ ଝାମୁଯାତ୍ରା, ଖୋର୍ଦ୍ଧାରେ ନିୟମ ଉଲଙ୍ଘନ, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, ଖୋର୍ଦ୍ଧାରେ କୋରୋନା ପ୍ରଭାବ
କାଟୁ କଲାନି କଟକଣା: ବାରଣ ସତ୍ତ୍ବେ ଚାଲିଲା ଝାମୁଯାତ୍ରା
author img

By

Published : Apr 14, 2020, 12:30 AM IST

ଖୋର୍ଦ୍ଧା: ମହାବୀର ଜୟନ୍ତୀ, ପଣା ସଂକ୍ରାନ୍ତି ବା ସମସ୍ତ ଓଡିଆଙ୍କ ପ୍ରିୟ ଓଡିଆ ନବବର୍ଷ । ବର୍ଷ ତମାମ ଏହି ଦିନଟିକୁ ପ୍ରତ୍ୟେକ ଓଡିଆ ଅପେକ୍ଷା କରି ରହିଥିବା ବେଳେ ବେଶ ଧୁମଧାମରେ ପାଳନ ହୁଏ ଏହି ପର୍ବ । ହେଲେ କୋରୋନା ପାଇଁ ଚଳିତ ବର୍ଷ ଏହି ଫିକା ପଡିଛି ପର୍ବ ପର୍ବାଣିର ମାହୋଲ । କାରଣ ସାଜିଛି କୋରୋନା ସଂକ୍ରମଣ । ହେଲେ ହଜାରେ ବାରଣ ସତ୍ତ୍ବେ ଜିଲ୍ଲାରେ ଝାମୁଯାତ୍ରାର ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି ।

କାଟୁ କଲାନି କଟକଣା: ବାରଣ ସତ୍ତ୍ବେ ଚାଲିଲା ଝାମୁଯାତ୍ରା

ଏହି ଦିନ ଦଣ୍ଡଯାତ୍ରାର ଶେଷ ଦିନ । ଅନେକ ମାନସିକଧାରୀ କାଳେସି ହୋଇ ନିଆଁରେ ଚାଲିବାର ପରମ୍ପରା ରହିଛି । ହେଲେ କୋରୋନା ସ୍ଥିତିକୁ ନଜରରେ ରଖି ପୋଲିସ ଝାମୁଯାତ୍ରା ହେବାକୁ ଥିବା ସ୍ଥାନଗୁଡିକରେ 144 ଧାରା ଲାଗୁ କରିଥିଲା । ତଥାପି ନିୟମକୁ ଖାତିର ନକରି ବୋଲଗଡ଼ ବ୍ଲକ ଅସରଳାର ଦଣ୍ଡ କମିଟି ଝାମୁଯାତ୍ରାର ଆୟୋଜନ କରୁଥିବା ଦେଖିବାକୁ ମିଳିଛି ।

ସାମାଜିକ ଦୂରତା ଏବଂ ପ୍ରଶାସନର ତାଗିଦକୁ ଭୁଲି କମିଟିର ଏପରି କାର୍ଯ୍ୟ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପରି ମନେ ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.