ETV Bharat / state

8 ହଜାର ସ୍ବୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ ମିଳିବ ସାଇକେଲ

8 ହଜାର ସ୍ବୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ ସାଇକେଲ ବାଣ୍ଟିବ ଗୃହ ଏବଂ ନଗର ଉନ୍ନୟନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ । ଅଧିକ ପଢନ୍ତୁ

ଡିସେମ୍ବର 2023 ସୁଦ୍ଧା ଲକ୍ଷେ ଲୋକଙ୍କୁ  ଯୋଗାଇ ଦିଆଯିବ ଜମି ପଟ୍ଟା

author img

By

Published : Feb 14, 2023, 8:16 PM IST

ଡିସେମ୍ବର 2023 ସୁଦ୍ଧା ଲକ୍ଷେ ଲୋକଙ୍କୁ ଯୋଗାଇ ଦିଆଯିବ ଜମି ପଟ୍ଟା

ଭୁବନେଶ୍ବର : 8 ହଜାର ସ୍ବୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ ମିଳିବ ସାଇକେଲ । ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ। ପ୍ରମୁଖ ଶାସନ ସଚିବ କହିଛନ୍ତି , ‘‘ଡିସେମ୍ବର 2023 ସୁଦ୍ଧା ଜାଗା ମିଶନ ଅଧୀନରେ ଲକ୍ଷେ ଲୋକଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ । 5 ଟି ସହର ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ଭଳି ସହରର ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ।’’ ଡ୍ରିଙ୍କ ଫର୍ମ ଟ୍ୟାପ ୱାଟରରେ ପୁରୀରେ ଶତ ପ୍ରତିଶତ କାମ କରୁଥିବାବେଳେ ଭୁବନେଶ୍ବର, କଟକ, ଗୋପାଳପୁରରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ।

ସେହିପରି ରାଜ୍ୟରେ ହରଘରପାଣି ସ୍କିମ ବି ଦ୍ରୁତ ଗତିରେ କାର୍ଯ୍ୟ ଜାରୀ ରହିଛି । ସେହିପରି ବିଜୁ ଆଦର୍ଶ କଲୋନି ଯୋଜନା ଅଧିକ ତ୍ବରାନିତ କରିବା ସହ ସେଠାରେ କମ୍ୟୁନିଟି ଟଏଲେଟ ବଦଳରେ କ୍ଲଷ୍ଟର ଟଏଲେଟ ପାଇଁ ଯୋଜନା କରାଯାଇଛି । ଯାହାର ନାମ ରହିଛି ‘ମୋ ଟଏଲେଟ ଯୋଜନା’ ।ଏଥିପାଇଁ ହିତାଧିକାରୀଙ୍କୁ 16 ହଜାର ଟଙ୍କା ସବସଡ଼ି ଆକାରରେ ଯୋଗାଇ ଦିଆଯିବ । ବିଭିନ୍ନ ଅଭିନବ ଉପାୟ ଓ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଏହି ଉଦ୍ଦେଶ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ଏକତ୍ରୀତ କରାଯାଇଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ବିଏମସି କମିଶନର ବିଜୟ କୁଲାଙ୍ଗେ ରାଜ୍ୟର ସମସ୍ତ 115ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନାଗରିକମାନଙ୍କ ପାଇଁ ପ୍ରଯୁକ୍ତି ବିଦ୍ୟା ଏବଂ ଗୋଷ୍ଠୀ ଭାଗୀଦାରି ମାଧ୍ୟମରେ ସହରାଞ୍ଚଳ ସେବାର ପ୍ରଭାବଶାଳୀ ବିତରଣ ଉପରେ ଏକ ଉପସ୍ଥାପନା କରିଥିଲେ ।

ଅବହେଳିତ ସମ୍ପ୍ରଦାୟ ଉପରେ ବିଶେଷ ଧ୍ୟାନ ଦେଇ ସେମାନଙ୍କୁ ରହିବା ଯୋଗ୍ୟ ବାସସ୍ଥାନ, ବିଶୁଦ୍ଧ ପାନୀୟ ଜଳ ଏବଂ ଜୀବିକାର ସୁଯୋଗ ସୁନିଶ୍ଚିତ କରିବା ଦିଗରେ ପ୍ରୟାସ କରାଯାଉଛି । ବିଶ୍ବର ସର୍ବବୃହତ ବସ୍ତି ଜମି ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଜାଗା ମିଶନ ଭଳି ରାଜ୍ୟ ସରକାରଙ୍କ ପ୍ରମୁଖ ପଦକ୍ଷେପ 17 ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ସେହିଭଳି ମୁକ୍ତା ଅଧୀନରେ ଗରିବ ଓ ଅବହେଳିତ ଲୋକଙ୍କୁ ଜୀବିକା ସୁରକ୍ଷିତ ରଖିବା ପାଇଁ ମଜୁରି ସୁଯୋଗ ଯୋଗାଇ ଦିଆଯାଉଛି । ଭାରତର ପ୍ରଥମ ସହର ଭାବେ ପୁରୀବାସୀଙ୍କୁ ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଇ ଓଡ଼ିଶା ଇତିହାସ ସୃଷ୍ଟି କରିବା ସହିତ ଆଇଏସ୍‌ଓ 10500 ଗୁଣାତ୍ମକ ଜଳ ନିଶ୍ଚିତ କରିଛି ।

ସାଧାରଣ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଅତୁଟ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ପଦକ୍ଷେପ । ବସ୍ତିବାସିନ୍ଦାମାନେ ସହରର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେମାନଙ୍କ ଉଚ୍ଛେଦ ପରିବର୍ତ୍ତେ ସୁରକ୍ଷା ପାଇଁ ଯୋଗ୍ୟ ବୋଲି ସରକାରଙ୍କ ବିଶ୍ୱାସକୁ ବିଶ୍ୱସ୍ତରରେ ସ୍ୱୀକାର କରାଯାଇ ପୁରସ୍କୃତ କରାଯାଇଛି । 2021 ମସିହାରେ ଓଡ଼ିଶାକୁ ରାଜ୍ୟ ଦ୍ବାରା ଶ୍ରେଷ୍ଠ ନୀତି ପଦକ୍ଷେପ ପାଇଁ ପିଏମଏାଇ-ୟୁ ପୁରସ୍କାର ଏବଂ 2023ରେ ମିଳିତ ଜାତିସଂଘ-ଆବାସ ଦ୍ବାରା ସମ୍ମାନଜନକ ୱାର୍ଲଡ଼ ହେବିଟାଟ୍‌ ବ୍ରୋଞ୍ଜ ପୁରସ୍କାରରେ ରାଜ୍ୟକୁ ଦ୍ବିତୀୟ ଥର ପାଇଁ ସମ୍ମାନିତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.