ETV Bharat / state

ରାଜରାସ୍ତାରେ ମଶାରୀ ଟାଙ୍ଗୀ ଅଭିନବ ପ୍ରତିବାଦ କଲା ବିଜେପି - ମଶାରୀ ଟାଙ୍ଗୀ ଅଭିନବ ପ୍ରତିବାଦ କଲା ବିଜେପି

ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଡେଙ୍ଗୁ ନିୟନ୍ତ୍ରଣରେ ପ୍ରଶାସନ ସଠିକ କାର୍ଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିଏମସି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି କର୍ମୀ ମାନେ। ରାଜଧାନୀରେ ଯଦି ଏଭଳି ଅବସ୍ଥା, ତେବେ ଅନ୍ୟ ସ୍ଥାନର ଅବସ୍ଥା କିଭଳି ହୋଇଥିବ । ଅଧିକ ପଢନ୍ତୁ

ରାଜରାସ୍ତାରେ ମଶାରୀ ଟାଙ୍ଗୀ ଅଭିନବ ପ୍ରତିବାଦ କଲା ବିଜେପି

author img

By

Published : Jul 25, 2023, 10:34 PM IST

ରାଜରାସ୍ତାରେ ମଶାରୀ ଟାଙ୍ଗୀ ଅଭିନବ ପ୍ରତିବାଦ କଲା ବିଜେପି

ଭୁବନେଶ୍ବର: ବିଜେପିର ଅଭିନବ ପ୍ରତିବାଦ। ମଶାରୀ ଟାଙ୍ଗି ପ୍ରତିବାଦ କଲେ ବିଜେପି କର୍ମୀ । ଆଜି ଜିଲ୍ଲା ବିଜେପି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଏମସି ଅଫିସ ଘେରାଉ କରିବା ସହ ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛନ୍ତି।

ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଡେଙ୍ଗୁ ନିୟନ୍ତ୍ରଣରେ ପ୍ରଶାସନ ସଠିକ କାର୍ଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିଏମସି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି କର୍ମୀ ମାନେ। ରାଜଧାନୀରେ ଯଦି ଏଭଳି ଅବସ୍ଥା, ତେବେ ଅନ୍ୟ ସ୍ଥାନର ଅବସ୍ଥା କିଭଳି ହୋଇଥିବ । ଗତବର୍ଷ ମଶା ପାଇଁ ଡ୍ରୋନ ବ୍ୟବସ୍ଥା କରିଥିଲେ ହେଲେ ସିଏ କୁଆଡେ ଗଲା। ଗତବର୍ଷ ବି ଡେଙ୍ଗୁ ନିୟନ୍ତ୍ରଣ ବାହାରେ ଥିଲା ଏବର୍ଷ ମଧ୍ୟ ସେୟା ହେବ। ରାଜଧାନୀରେ ଦୁଇଟି ମୁଣ୍ଡ ଗଡ଼ିଲାଣି। କେବେ ସଚେତନ ହେବ ପ୍ରଶାସନ। ବିଜେପି ମୁଖପାତ୍ର ଦୀଲିପ ମହାନ୍ତି କହିଛନ୍ତି, ଆମେ ତାଗିଦ କରିଛୁ ମେୟର ଏବଂ କମିଶନରଙ୍କୁ । ଯେତେବେଳେ ନିୟନ୍ତ୍ରଣ ନେଡି ଗୁଡ କହୁଣୀକୁ ଧରିବ ସେତେବେଳେ ଜାଣିବେ।

ଏହାବି ପଢନ୍ତୁ- ନିଜ ଅପାରଗତା ଲୁଚାଇବାକୁ ଡେଙ୍ଗୁ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର: ବିଜେପି

ଏବେ ସରକାର ଡରୁଛନ୍ତି ସ୍ଵୀକାର କରିବା ପାଇଁ ଯେ ଡେଙ୍ଗୁ ରେ ଦୁଇଟି ମୁଣ୍ଡ ଗଡ଼ିଲାଣି। ବିଜେପି ଚେତାବନୀ ଦେଇଛନ୍ତି, ଯଦି ଏହିଭଳି ମୃତକଙ୍କ ସଂଖ୍ଯା ବୃଦ୍ଧି ପାଏ ବିଏମସି ମେୟର ଏବଂ କମିଶନରଙ୍କ ନାମରେ ମକଦ୍ଦମା କରିବୁ। ଏଠାରେ କେହି ଯତ୍ନବାନ୍ ନୁହନ୍ତି ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ। ତେଣୁ ଆମେ ଆନ୍ଦୋଳନ କୁ ଆହୁରି ଶାଣିତ କରିବୁ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଏମସି ମେୟର କହୁଥିଲେ ବର୍ଷା ପୂର୍ବରୁ ଆମେ ପୁରା ପ୍ରସ୍ତୁତ । କିନ୍ତୁ ବର୍ଷା ହେଲେ ଲୋକମାନଙ୍କ ଘରେ ପାଣି ପସୁଛି ଏବଂ ପାଣି ଛାଡିବା ପରେ ଡେଙ୍ଗୁ ମ୍ୟାଲେରିଆ ହେଉଛି। ବର୍ଷା ଆରମ୍ଭ ରୁ ଏପରି ଅବସ୍ଥା, ଆହୁରି ବର୍ଷା ଅଛି। ଆଜି ଭୁବନେଶ୍ଵର ଡେଙ୍ଗୁ ରେ ହଟସ୍ପଟ ପାଲଟିଛି। ତୁରନ୍ତ ଏହାର ନିରାକରଣ କରନ୍ତୁ। ନ ହେଲେ ଆମେ ରାଜରାସ୍ତାରେ ପ୍ରତିବାଦ କରିବୁ। ବିଏମସି ମେୟର ନାଲି ଚଷମା ପିନ୍ଧି ବୁଲୁଛନ୍ତି। ସବୁ ନାଲି ଦେଖାଯାଉଛି ସେ ଜାଣିବେ କେମିତି କହିଛନ୍ତି ଜିଲ୍ଲା ସଭାପତି ବାବୁ ସିଂ। ଯଦି ମେୟର ଏସବୁ ଜାଣିପାରୁ ନାହାନ୍ତି ତାହେଲେ ଏହା ଆମ ପାଇଁ ଦୁର୍ଭାଗ୍ୟ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.