ଖୋର୍ଦ୍ଧା: ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଆଜି (ବୁଧବାର) ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଛି ନବନିର୍ମାଣ ଛାତ୍ର ଓ ଯୁବ ସଂଗଠନ । ମୁଖ୍ୟ ଚିକିତ୍ସାଳୟରେ ଥିବା ଡାକ୍ତର ପଦବୀ ପୂରଣ, ସ୍ୱାସ୍ଥ୍ୟ କର୍ମଚାରୀ ରୋଗୀଙ୍କୁ କରୁଥିବା ଦୁର୍ବ୍ୟବହାର, ଘରୋଇ କ୍ଲିନିକରେ ସରକାରୀ ଡାକ୍ତରଙ୍କ ରୋଗୀ ଦେଖା ବନ୍ଦ କରିବା ଆଦି ଦଶ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏହି ସମସ୍ୟାର ଶୀଘ୍ର ସମାଧାନ କରାନଗଲେ ସଂଗଠନ ପକ୍ଷରୁ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ନବନିର୍ମାଣ ଛାତ୍ର ଓ ଯୁବ ସଂଗଠନର ରାଜ୍ୟ ସଂଯୋଜକ ମନର ଅଲ୍ଲୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ