ETV Bharat / state

ବୋଲଗଡ଼ ତହସିଲଦାର ଦାୟିତ୍ବରେ ଥାଇ ଦୁର୍ନୀତି କରୁଛନ୍ତି ବିଡିଓ, ଭିଜିଲାନ୍ସ ତଦନ୍ତ ଦାବି

ଦୁର୍ନୀତିର ଗନ୍ତାଘର ବୋଲଗଡ଼ ତହସିଲ, ତହସିଲଦାରଙ୍କ ଦାୟିତ୍ୱରେ ଥିବା ବିଡ଼ିଓଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ବୋଲଗଡ଼ ତହସିଲଦାର ଦାୟିତ୍ବରେ ଥାଇ ଦୁର୍ନୀତି କରୁଛନ୍ତି ବିଡିଓ, ଭିଜିଲାନ୍ସ ତଦନ୍ତ ଦାବି
ବୋଲଗଡ଼ ତହସିଲଦାର ଦାୟିତ୍ବରେ ଥାଇ ଦୁର୍ନୀତି କରୁଛନ୍ତି ବିଡିଓ, ଭିଜିଲାନ୍ସ ତଦନ୍ତ ଦାବି
author img

By

Published : Aug 23, 2022, 10:59 PM IST

ଖୋର୍ଦ୍ଧା: ବୋଲଗଡ଼ ବ୍ଲକର ବିଡିଓ ଧୋବେଇ ନାୟକଙ୍କ ନାଁରେ ସାଙ୍ଗାତିକ ଅଭିଯୋଗ । ତହସିଲଦାର ଏବଂ ସବ୍‌ ରେଜିଷ୍ଟ୍ରାରଙ୍କ ଦାୟିତ୍ବରେ ଥାଇ ଲୋକଙ୍କୁ ଶୋଷଣ କରୁଛନ୍ତି ବିଡିଓ ଧୋବେଇ ନାୟକ । ବାବୁ ଜଣଙ୍କ ବିନା ଅନୁମତିରେ ବୋଲଗଡ ତହସିଲରେ ଗୋଟିଏ ବି କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି । ଦଲାଲ ମାଧ୍ୟମରେ ହାତଗୁଞ୍ଜା ନେଇ ରିଜିମାଇଲ ସମ୍ପତ୍ତିକୁ ଉଭୟ ପକ୍ଷର ବିନା ମଞ୍ଜୁରୀରେ କିଣା ବିକା ହେଉଥିବା ଅଭିଯୋଗ କରିଛନ୍ତି ଶୋଷଣର ଶିକାର ହେଉଥିବା ଲୋକେ ।

ବୋଲଗଡ଼ ତହସିଲଦାର ଦାୟିତ୍ବରେ ଥାଇ ଦୁର୍ନୀତି କରୁଛନ୍ତି ବିଡିଓ, ଭିଜିଲାନ୍ସ ତଦନ୍ତ ଦାବି

ତହସିଲଦାର ଏବଂ ସବ ରେଜିଷ୍ଟର ଥିବା ସନ୍ତୋଷିନୀ ଦାଶ ଟ୍ରେନିଂ ପାଇଁ ଯାଇଥିବାରୁ ତାଙ୍କ ସ୍ଥାନରେ ବୋଲଗଡ଼ ବିଡ଼ିଓ ଧୋବେଇ ନାୟକ ଦାୟିତ୍ବରେ ରହିଛନ୍ତି । ଦାୟିତ୍ୱରେ ରହିବା ଦିନଠୁ ଲୋକଙ୍କୁ ଶୋଷଣ କରୁଛନ୍ତି । ଦୀର୍ଘଦିନ ଧରି ଜମିପଟ୍ଟା ପାଇଁ ଆବେଦନ କଲେ ମଧ୍ୟ ମିଳୁନାହିଁ । ଖାଲି ଏତିକି ନୁହଁ ଏ ସମ୍ପର୍କରେ ଅଭିଯୋଗ କଲେ ତହସିଲ କର୍ମଚାରୀଙ୍କ ଦ୍ୱାରା ମାଡ଼ ଖାଇବାକୁ ପଡୁଥିବା ନଜର ମଧ୍ୟ ରହିଛି । ଅନ୍ୟପଟେ ଟଙ୍କା ଦେଲେ ତହସିଲଦାର ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ କରିପାରୁଥିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଏନେଇ ଜଣେ ଅଭିଯୋଗକାରୀ କହିଛନ୍ତି, ''ବିଡ଼ିଓ ଧୋବେଇ ନାୟକ ତହସିଲଦାର ଏବଂ ସବ ରେଜିଷ୍ଟର ଦାୟିତ୍ୱରେ ରହିବା ଦିନରୁ ୨ମାସ ମଧ୍ୟରେ ୫କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସ୍କାମ୍‌ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି, ଏଥିପାଇଁ ବୋଲଗଡ଼ ତହସିଲ ଓ ସବ ରେଜିଷ୍ଟ୍ରାରରେ ହୋଇଥିବା ସମସ୍ତ କାର୍ଯ୍ୟର ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବାକୁ ଦାବି କରିଛନ୍ତି ସେ ।''

ସେପଟେ ଏନେଇ ଜିଲ୍ଲାପାଳ କହିଛନ୍ତି, ''ଏନେଇ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରାଯିବ ଓ ଜଣେ ବରିଷ୍ଠ ଅଧିକାରୀ ଏହାର ତଦନ୍ତ କରିବେ ଓ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।'' ତେବେ ଖାଲି ଦେଖିବାକୁ ବାକି ରହିହା ବୋଲଗଡ଼ ବ୍ଲକର ବିଡିଓ ଧୋବେଇ ନାୟକଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.