ETV Bharat / state

CYCLONE UPDATE: ବାତ୍ୟାର ରୂପ ନେଲା ଗଭୀର ଅବପାତ, ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ

author img

By

Published : Oct 23, 2022, 8:55 PM IST

Updated : Oct 23, 2022, 10:23 PM IST

ବାତ୍ୟାର ରୂପ ନେଲା ଗଭୀର ଅବପାତ । ଏହା ଆସନ୍ତାକାଲି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

CYCLONE UPDATE: ରାଜ୍ୟର ସମସ୍ତ ବନ୍ଦରକୁ ବିପଦ ସଙ୍କେତ ୩ ଜାରି

ଭୁବନେଶ୍ବର: ବାତ୍ୟାର ରୂପ ନେଲା ଗଭୀର ଅବପାତ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଏହି ସାମୁଦ୍ରିକ ଝଡ଼ ବା ବାତ୍ୟା 'ସିତ୍ରାଙ୍ଗ' (Cyclonic storm Sitrang)ଆସନ୍ତାକାଲି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହାପରେ ଆସନ୍ତା ୨୫ ତାରିଖରେ ବାଂଲାଦେଶ ଉପକୂଳରେ ମାଡ଼ ହେବ । ସଂଧ୍ୟା ୫ଟା ୩୦ ସୁଦ୍ଧା ବାତ୍ୟାରେ ପରିଣତ ନେଇ IMD ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।

  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା #ସି-ତ୍ରାଙ୍ଗ, ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତିକରିବା ସହ ଆସନ୍ତା କାଲି ଏକ ଭୀଷଣବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି pic.twitter.com/vRvwvvDkrV

    — Meteorological Centre, Bhubaneswar (@mcbbsr) October 23, 2022 " class="align-text-top noRightClick twitterSection" data=" ">

ସାମୁଦ୍ରିକ ଝକ ସି-ତ୍ରାଙ୍ଗ ସାଗର ଦ୍ବୀପର ଦକ୍ଷିଣକୁ ୫୮୦ କିମି ଓ ବାଂଲାଦେଶର ବରିସାଲ ଠାରୁ ୭୪୦ କିମି ଦୂରରେ ରହିଛି ବାତ୍ୟା ସିତ୍ରାଙ୍ଗ । ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଛୁଇଁବ । ଫଳରେ ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ବୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ ଉତ୍ତର ଉତ୍ତରପୂର୍ବ ଦିଗରେ ଗତି କି ଆସନ୍ତାକାଲି (ଅକ୍ଟୋବର ୨୪) ତାରିଖ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ।

ଏହା ବି ପଢନ୍ତୁ- Cyclone Update: ସ୍ଥଳଭାଗ ମୁହାଁ ଅବପାତ, ଆସନ୍ତା ୧୨ଘଣ୍ଟାରେ ବାତ୍ୟା

ବାତ୍ୟା ପ୍ରଭାବରେ ଆଜିଠାରୁ ପାଗ ବଦଳିବା ସହ ବିଭିନ୍ନ ସ୍ଥାନରେ କୋହଲା ପାଗ ହୋଇଛି । ୨୪ ଏବଂ ୨୫ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏବଂ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମେତ ଘଣ୍ଟାପ୍ରତି ୩୫ରୁ ୫୫ କିଲୋମିଟର ପବନ ବହିବା ନେଇ ଚେତାବନୀ ଜାରି କରାଯାଇଛି । ଅମାବାସ୍ୟା ତିଥି ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ଏହାସହ ବାତ୍ୟା ପ୍ରଭାବରେ ସମୁଦ୍ର ଅଧିକ ଅଶାନ୍ତ ରହିବ ।

ତେଣୁ ଉପକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ବାତ୍ୟାର ପ୍ରଭାବ ଓଡ଼ିଶାରେ ଅଧିକ ନ ରହିଲେ ମଧ୍ୟ ପ୍ରବଳ ବର୍ଷାରେ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ଅମଳ ହୋଇଥିବା ପାଚିଲା ଧାନକୁ ଘୋଡେଇ ରଖିବାକୁ ପରାମର୍ଶ ଦିଆଯାଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 23, 2022, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.