ETV Bharat / state

ଆଜି ପଞ୍ଚଭୂତରେ ଲୀନ ହେବ ଅଭିନେତା ପିଣ୍ଟୁ ନନ୍ଦଙ୍କ ମରଶରୀର - ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ

ବିମାନ ଯୋଗେ ହାଇଦ୍ରାବାଦରୁ ଆସି ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର । ଆଜି ପୁରୀ ସ୍ବର୍ଗ ଦ୍ବାରରେ ହେବ ଶେଷକୃତ୍ୟ । ଅଧିକ ପଢନ୍ତୁ

deadbody of actor pintu nanda
deadbody of actor pintu nanda
author img

By

Published : Mar 2, 2023, 10:59 PM IST

Updated : Mar 3, 2023, 7:16 AM IST

ବିମାନବନ୍ଦରରେ ପିଣ୍ଟୁ ନନ୍ଦଙ୍କ ମରଶରୀର

ଭୁବନେଶ୍ବର: ଆଜି ପଞ୍ଚଭୂତରେ ଲୀନ ହେବ ଅଭିନେତା ପିଣ୍ଟୁ ନନ୍ଦଙ୍କ ମରଶରୀର । ପୁରୀ ସ୍ବର୍ଗଦ୍ବାରରେ ପିଣ୍ଟୁଙ୍କ ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି । ଗତକାଲି(ଗୁରୁବାର) ହାଇଦ୍ରାବାଦରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା ପିଣ୍ଟୁଙ୍କ ମରଶରୀର । ଏହାପରେ ବିମାନବନ୍ଦରରୁ ପିଣ୍ଟୁଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସ ଯୋଗେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ପିଣ୍ଟୁଙ୍କୁ ଶେଷ ଦର୍ଶନ କରିବା ଲାଗି ଓଡିଆ ସିନେ ଜଗତର ବହୁକଳାକାର ବିମାନବନ୍ଦରରେ ଉପସ୍ଥିତ ଥିଲେ।

ଆଜି ଘରୋଇ ହସ୍ପିଟାଲରୁ ପିଣ୍ଟୁଙ୍କ ମରଶରୀରକୁ ଭୁବନେଶ୍ବର ସ୍ଥିତ କଳାରାହଙ୍ଗ ଘରକୁ ନିଆଯିବ । ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବେ । ପରେ ପରେ ଶେଷକୃତ୍ୟ ପାଇଁ ପିଣ୍ଟୁଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯିବ । ସେଠାରେ ତାଙ୍କ ମୃତଦେହ ସତ୍କାର କରାଯିବ । ପିଣ୍ଟୁଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ବୁଧବାର ବିଳମ୍ବିତ ରାତିରେ ଅଭିନେତା ପିଣ୍ଟୁ ନନ୍ଦଙ୍କର ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ଅଭିନେତା ପିଣ୍ଟୁ ନନ୍ଦ ଗତ ୪ଦିନ ହେବ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ପାଇଁ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ପିଣ୍ଟୁ ନନ୍ଦ । ବୁଧବାର ରାତି ୧୧ ଟା ୨୫ରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା ।

ପିଣ୍ଟୁ ନନ୍ଦ ଓଡିଆ ସିନେ ଜଗତର ଜଣେ ଆଗଧାଡିର ଜଣାଶୁଣା କଳାକାର । ଓଡିଆ ଫିଲ୍ମରେ ତାଙ୍କ ଜୀବନ୍ତ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଥିଲେ। ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ସେ ପୁଣି ସୁସ୍ଥ ହୋଇ ସିନେ ଜଗତକୁ ଫେରିବେ ବୋଲି ଆଶା ରଖିଥିଲେ । କିନ୍ତୁ ତାଙ୍କର ସେ ଆଶା ଆଜି ଆଶାରେ ରହିଗଲା । ପିଣ୍ଟୁ ନନ୍ଦ , ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘ଜୟ ଜଗନ୍ନାଥ’ , ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’ ଭଳି ଅନେକ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ । ଓଡ଼ିଆ ଆଲବମ୍ 'ଏ ଗଉରା'ରେ ସେ ଲୋକପ୍ରିୟତା ହାସଲ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 3, 2023, 7:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.