ETV Bharat / state

ଟ୍ରେନ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା, ପୋଷ୍ଟର ଲଗାଇଲା ପୋଲିସ

author img

By

Published : Apr 24, 2023, 9:18 PM IST

ସତ୍ୟ ନଗର କୋଚିଂ ୟାର୍ଡରେ ଟ୍ରେନ ଶୌଚାଳୟରୁ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା GRP। ଅଧିକ ପଢନ୍ତୁ

dead body found  in train
dead body found in train

ଭୁବନେଶ୍ବର: ଭୁବନେଶ୍ୱର ସତ୍ୟନଗର କୋଚିଂ ୟାର୍ଡରେ ଟ୍ରେନ ଶୌଚାଳୟରୁ ମୃତଦେହ ମିଳିବା ଘଟଣା। ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା GRP । ଭୁବନେଶ୍ୱର ଷ୍ଟେସନ, ରାଜ୍ୟ ବାହାରର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ଜାଗାରେ ପୋଷ୍ଟର ଲଗାଇଲା GRP। ମୃତ ମହିଳାଙ୍କ ବିଷୟରେ ଯେଉଁ ବ୍ୟକ୍ତି ଖବର ଦେବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ସେହିପରି ତଥ୍ୟ ଦେଇଥିବା ବ୍ୟକ୍ତି ଙ୍କ ପରିଚୟ ଗୋପନ ରଖାଯିବ ବୋଲି ପୋଲିସ କହିଛି ।ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ GRP ସବୁ ପ୍ରକାର ଉଦ୍ୟମ କରୁଛି। ସତ୍ୟ ନଗର ସ୍ମଶାନ ରେ ହେବ ଶେଷ କୃତ୍ୟ କରାଯିବ।ମୃତ ଦେହ ଦାହ ପୂର୍ବରୁ ମହିଳାଙ୍କ ହାଡ଼, ଚୁଟି, ଓ ପୋଷାକ ର ପୋଲିସ ଫୋଟ ଉଠାଇ ରଖିବ ପୋଲିସ ।

dead body found  in train
dead body found in train

ଏଠାରେ ସୂଚନା ଥାଉକି , ଏପ୍ରିଲ ୨୦ ତାରିଖରେ ଟ୍ରେନ ଟଏଲେଟ ରୁ ମିଳିଥିଲା ମହିଳାଙ୍କ ମୃତଦେହ। ଭୁବନେଶ୍ୱର ଷ୍ଟେସନରୁ ମିଳିଥିଲା ମହିଳାଙ୍କ ମୃତଦେହ। ଧାନବାଦ ଜଙ୍କସନ ରୁ ଧାନବାଦ ଏକ୍ସପ୍ରେସ ଗତ ଗୁରୁବାର ଭୁବନେଶ୍ୱର ଯାତ୍ରୀ ଆସିଥିଲେ। ହେଲେ ପରେ ଯାତ୍ରୀମାନେ ଓହ୍ଲାଇବା ପରେ ମିଳିଥିଲା ମହିଳାଙ୍କ ମୃତଦେହ। ଟ୍ରେନ ରହିବା ପରେ ସଫେଇ କର୍ମଚାରୀ ଟ୍ରେନ ସଫା କରିବାକୁ ଯାଇଥିବା ବେଳେ ଟଏଲେଟ ରେ ମହିଳାଙ୍କ ମୃତଦେହ ଦେଖି GRP କୁ ଖବର ଦେଇଥିଲେ। ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୀରିପାର୍ଶ୍ଵିକ ସ୍ଥିତିରୁ ମଧ୍ୟ କିଛି ଜଣା ପଡ଼ିନଥିଲା । ପରେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିବା ସହ ପୋଲିସ ଅଧିକ ତଦନ୍ତ ଚଳାଇଥିଲା।

ଏହା ମଧ୍ୟ ପଢନ୍ତୁ-Odisha Cabinet: ୮୬୬ ନୂଆ ସେତୁ, ଆହୁରି ୧୦ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଏହା ମଧ୍ୟ ପଢନ୍ତୁ-Operation Kaveri: ପୋର୍ଟ ସୁଦାନରେ ପହଞ୍ଚିଲେ 500 ଭାରତୀୟ, ପ୍ରସ୍ତୁତ ରହିଛି ବିମାନ ଓ ଜାହଜ

ହେଲେ ଏଯାବତ କୌଣସି ସୂତ୍ରରୁ ତାଙ୍କର ପରିଚୟ ମିଳି ପାରି ନ ଥିବାରୁ ଆଜି ସହରର ବିଭିନ୍ନ ସ୍ଥାନ ସମେତ ଭୁବନେଶ୍ୱର ଷ୍ଟେସନ, ରାଜ୍ୟ ବାହାର ର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ଜାଗାରେ ପୋଷ୍ଟର ଲଗାଇଛି ପୋଲିସ। କେହି ଯଦି ସହୃଦୟ ବ୍ୟକ୍ତି ଏହି ଫଟୋ ଦେଖି ତାଙ୍କର ପରିଚୟ ଦେବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ପୋଲିସ । କାରଣ ମହିଳାଙ୍କର ପରିଚୟ ମିଳିପାରିଲେ ହିଁ କେଉଁ ପରିସ୍ଥିତିରେ ଓ କାହିଁକି ସେ ମାରିଛନ୍ତି ତାହା ସ୍ପଷ୍ଟ ହୋଇ ପାରିବ। ବିଶେଷ ଭାବେ ଜିଆରପି ପୋଲିସ ର ତଦନ୍ତରେ ସହଯୋଗ ହୋଇ ପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.