ETV Bharat / state

ସତ୍ତା ହରାଇବାକୁ ବସିଲାଣି ଖୋର୍ଦ୍ଧାର ଲୁଙ୍ଗି ଓ ଗାମୁଛା

ବିବାହ ହେଉ ଅବା ବ୍ରତଘର, ଖୋଜା ପଡେ ଖୋର୍ଦ୍ଧାର ନାଲି ଗାମୁଛା । ହେଲେ ଧୀରେଧୀରେ ନାଲି ଗାମୁଛା ତାର ସତ୍ତା ହରାଇବାକୁ ବସିଲାଣି । ବୁଣାକାରଙ୍କ ଦୁଃଖ, ବ୍ୟବସାୟୀଙ୍କ କ୍ଷତି ଓ ଭଙ୍ଗା ଦଦରା ଘର ପାଇଁ ଏହାର ମୁଖ୍ୟ କାରଣ ଭାବେ ଉଭା ହୋଇଛି ।

author img

By

Published : Jun 21, 2019, 2:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଖୋର୍ଦ୍ଧା

ଖୋର୍ଦ୍ଧା: ରଙ୍ଗ, ରୂପ, ଜାତି, ଧର୍ମ ଓ ଭାଷାର ଭିନ୍ନତାକୁ ନେଇ ଥାଏ ମଣିଷର ଭିନ୍ନ ଭିନ୍ନ ପରିଚୟ। ତେବେ ଏ ପରିଚୟରେ ବସ୍ତ୍ରର ମଧ୍ୟ ଏକ ଭିନ୍ନ ଭୂମିକା ରହିଛି। ସେହିଭଳି ଖୋର୍ଦ୍ଧାର ନୀଳ ଲୁଙ୍ଗି ଓ ନାଲି ଗାମୁଛା ସବୁ ବସ୍ତ୍ର ଠାରୁ ଭିନ୍ନ। କେବଳ ଓଡ଼ିଶା ନୁହେଁ ସାରା ଦେଶରେ ନିଜ ପରିଚୟ ସୃଷ୍ଟି କରିଛି ଖୋର୍ଦ୍ଧା ଗାମୁଛା ଓ ଲୁଙ୍ଗି। ମାତ୍ର ଏହା ଏବେ ସତ୍ତା ହରାଇବାକୁ ବସିଲାଣି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଖୋର୍ଦ୍ଧା

ଖୋର୍ଦ୍ଧା ବୀର ମାଟିର ପ୍ରତୀକ। ଅନେକ ଚର୍ଚ୍ଚା ଏହାର ଇତିହାସକୁ ନେଇ। ହେଲେ ଏଠାକାର ପ୍ରସିଦ୍ଧ ନାଲି ଗାମୁଛା ଓ ଲୁଙ୍ଗିକୁ ନେଇ କିଛି ସ୍ୱତନ୍ତ୍ର ପରିଚୟ ରହିଛି ଖୋର୍ଦ୍ଧାରେ। ଏହାର ଗୁଣବତ୍ତାକୁ ନେଇ ଏହି ସାମଗ୍ରୀ ସାରା ଓଡ଼ିଶାରେ ପରିଚିତ। କିନ୍ତୁ ଏବେ ସେ ଗୌରବମୟ ଗାଥା ଧୀରେ ଧୀରେ ଅତୀତ ହେବାକୁ ବସିଲାଣି। ବୁଣାକାରଙ୍କ ଦୁଃଖ, ବ୍ୟବସାୟୀଙ୍କ କ୍ଷତି ଓ ଭଙ୍ଗା ଦଦରା ଘର ପାଇଁ ଖୋର୍ଦ୍ଧାର ଲୁଙ୍ଗି ଓ ଗାମୁଛା ବିଲୀନ ହେବାକୁ ବସିଛି।

ଆଜକୁ ପାଖାପାଖି 65 ବର୍ଷ ପୂର୍ବେ ଖୋର୍ଦ୍ଧାରେ ଗାମୁଛା ତିଆରି ଆରମ୍ଭ ହୋଇଥିଲା। ଏହାପରେ ପ୍ରତିଟି ଘର ଘର ଏହି ବୁଣା କାର୍ଯ୍ୟରେ ନିୟୋଜିତ ହେଉଥିଲେ। କିନ୍ତୁ ଏବେ କମିଛି ବିକ୍ରି, ତିଆରି ମୂଲ୍ୟ ଏବଂ ବିକ୍ରିର ମୂଲ୍ୟ। ଫିକା ପଡିଛି ବ୍ୟବସାୟ। ଲୁଙ୍ଗି ଗାମୁଛା ବୁଣିବାରେ ନିର୍ଭର କଲେ ପେଟ ପୁରୁନି କି, ପରିବାରର ଆବଶ୍ୟକତାକୁ ପୂରଣ କରିବାର ସାମର୍ଥ୍ୟ ରହୁନି ବୋଲି ମତ ପ୍ରକାଶ ପାଇଛି। ସବୁଠୁ ଏବେ ବଡ଼ ସମସ୍ୟା ପାଲଟିଛି ବୁଣାକାରଙ୍କ ଅଭାବ।

ବୁଣାକାରଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି ସତ, କିନ୍ତୁ ଏହାର ସୁବିଧା ସୁଯୋଗ ବୁଣାକାର ପାଉଥିବା କହିଛନ୍ତି ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ। ଅନ୍ୟପଟେ ବୁଣାକାର କହିଛନ୍ତି ସରକାରୀ ଯୋଜନା ଓ ସହାୟତାରୁ ସେମାନେ ବଞ୍ଚିତ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ରାଉରକେଲା- ଆନ୍ତର୍ଜାତିକ ଯୋଗ ଦିବସ ଆଜି ରାଉରକେଲା ରେ ବିଭିନ୍ନ ସଂଗଠନ ମାନଂକବିଦ୍ୱାର ପାଳନ କର ଯାଇଛି। ହଜାର ହଜାର ଲୋକ ମାନେ ଏକ ହୋଇ ଯୋଗ କରି ଥିଲେ। ବର୍ଷା ପାଗ ସତ୍ତ୍ୱେ ଏହାକୁ କିଏ ଖାତିର କରି ଥିଲା ତଥା ଯୋଗ କରିବା ପାଇଁ ସକାଳୁ ବହାରିଯାଇ ଥିଲେ।

Body:ବିଭିନ୍ନ ଯୋଗ ସଂଗଠନ ମନେ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଏକତ୍ରିତ ହୋଇ ଯୋଗ ଅଭ୍ୟାସ କରି ଥିଲେ। ସବୁ ବର୍ଗ ର ଲୋକମାନେ ଏଠାରେ ଆସି ଯୋଗ ଅଭ୍ୟାଡ଼ କରି ଥିଲେ। ଯୋଗ ସେ ନିରୋଗ କି ଓର ତହିଁ ରହିଥିଲା। ସବୁ ବୟସର ମହିଳା,ପୁରୁଷ ମାନେ ବିଭିନ୍ନ ଯୋଗ ପ୍ରସ୍ତୁତ କରି ଥିଲେ।

Conclusion:ଆମ ପୂର୍ବଜ ମାନେ ଯୋଗ ଦ୍ୱାରା ନିରୋଗ ରହୁଥିଲେ କିନ୍ତୁ ଏହାକୁ ବିଶ୍ୱ ସ୍ତର ରେ ପ୍ରଚଳିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ର ଦିନ କୁ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ର ମାନ୍ୟତା ପ୍ରଦାନ କରାଇବାରେ ସଫଳ ହୋଇଥିଲେ ତଥା ଆଜି ବିଶ୍ୱ ରେ ଯୋଗ ଦିବସ ପାଳନ କର ଯାଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.