ଭୁବନେଶ୍ବର: ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୦୨୩ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ମୁତାବକ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ମେ' ୧ ତାରିଖରୁ ସାମ୍ସ (SAMS) ଜରିଆରେ ଆବେଦନ କରିବେ ଛାତ୍ରଛାତ୍ରୀ । ସାମ୍ସର ଓ୍ବେବସାଇଟ www.samsodisha.gov.inରେ କମନ ଆପ୍ଲିକେସନ ଫର୍ମ (ସିଏଏଫ) ଉପଲବ୍ଧ ହେବ । ମେ' ୧୦ ତାରିଖରେ ଆବେଦନର ଶେଷ ତାରିଖ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ: ୨୦୨୩-୨୪ ଶିକ୍ଷାବର୍ଷ ନାମଲେଖା ପ୍ରସ୍ତୁତି, ୨୨ରେ ସାମ୍ସ ଷ୍ଟିୟରିଂ କମିଟି ବୈଠକ
ମେ' ୧୧ ତାରିଖ ଓ ୧୨ ତାରିଖରେ କମନ ଅପ୍ଲିକେସନ ଫର୍ମରେ ଆବଶ୍ୟକ ସଂଶୋଧନ କରିହେବ । କିନ୍ତୁ ନୂଆ ଆବେଦନ କରି ହେବନାହିଁ । ଏପଟେ ଜୁନ ୯ ତାରିଖ ଅପରାହ୍ନ ୨ଟା ପରଠାରୁ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ତେବେ ଜୁନ ୨୩ ତାରିଖରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ରମାଦେବୀ ବିଶ୍ବବିଦ୍ୟାଳୟରେ ନୂତନ ପିଜି କୋର୍ସ ପ୍ରସ୍ତାବ
କେବଳ ଜୁନ ୨୮ ତାରିଖ ଓ ଜୁଲାଇ ୩୦ ତାରିଖରେ ପ୍ରବେଶିକା ପରୀକ୍ଷା ହେବ ନାହିଁ । ଅନ୍ୟପଟେ ଯୋଗ୍ୟ ପ୍ରାର୍ଥୀମାନେ ଚଏସ୍ ଫିଲିଂ କରିବା ପାଇଁ ଏନ୍ୟ ଏକ ତାରିଖ ଧାର୍ଯ୍ୟ କରାଯିବ । ଏହାପରେ ତାରିଖରେ ସିଟ ଆଲଟମେଣ୍ଟ ସହିତ ପ୍ରଥମ ପର୍ଯ୍ୟୟ ନାମଲେଖା କରାଯିବା ନେଇ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ଖାଲି ପଡୁଛି ୟୁଜି ଓ ପିଜି ସିଟ୍, ଆଗକୁ JEE ଢାଞ୍ଚାରେ ହେବ ନାମଲେଖା ପ୍ରକ୍ରିୟା !
ତେବେ ଏ ସମ୍ପର୍କରେ ଯଦି ଛାତ୍ରଛାତ୍ରୀ ଅଧିକ ସୂଚନା ଜାଣିବା ପାଇଁ ଦୁଇଟି ହେଲପ ଲାଇନ ନମ୍ବର ୧୫୫୩୩୫/୧୮୦୦-୩୪୫-୬୭୭୦ ଜାରି କରାଯାଇଛି । ଏନେଇ www.samsodisha.gov.inରେ ମଧ୍ୟ ଲଗ ଇନ କରି ଅଧିକ ସୂଚନା ପାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେତେବେଳେ ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରୁଛନ୍ତି ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଫର୍ମ ପୂରଣ ବେଳେ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ ସଠିକ ଭାବେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ପରୀକ୍ଷା ସମୟରେ କିଭଳି ଭାବରେ ସୁରକ୍ଷିତ ଭାବେ ସୁରୁଖୁରୁରେ ସରିବ ସେନେଇ ସମସ୍ତ ପଦକ୍ଷେପ ନିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର