ଖୋର୍ଦ୍ଧା: ଆଜି ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି । ଏଥିପାଇଁ ପୁରଠୁ ପଲ୍ଲୀ ଉତ୍ସବ ମୁଖର । କିନ୍ତୁ କୋରୋନା ପାଇଁ ଅନେକ ସ୍ଥାନରେ ଝାମୁ ଯାତ୍ରା ଖାଁ ଖାଁ । ଦୀର୍ଘଦିନ ଧରି ଗାଁ ଗାଁରେ ଅନୁଷ୍ଠିତ ହେଉଥିବା ଦଣ୍ଡ ଯାତ୍ରାର ଆଜି ହେଉଛି ଶେଷ ପର୍ଯ୍ୟାୟ ।
ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖାଦେଇଛି । ଦଣ୍ଡ ଉପାସକମାନଙ୍କ ଦେହରେ କାଳିସୀ ଉଭା ହୋଇ ନିଆଁରେ ଚାଲିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ