ETV Bharat / state

ଦଳେଇପୁଟରେ ଦୁର୍ବୃତ୍ତଙ୍କ ବୋମାମାଡ, କାରଣ ଅସ୍ପଷ୍ଟ

author img

By

Published : Aug 12, 2020, 8:18 AM IST

Updated : Aug 12, 2020, 8:26 AM IST

ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମର ଟୁକୁନ ସ୍ବାଇଁଙ୍କ ଘରେ କେହି ଦୁର୍ବୃତ୍ତ ଏହି ବୋମାମାଡ଼ କରିଥିବା ଜଣାପଡିଛି।

bombing
ଦଳେଇପୁଟର ଜଣେ ବ୍ୟକ୍ତିଙ୍କ ଘରେ ବୋମାମାଡ଼

ଖୋର୍ଦ୍ଧା: ଦଳେଇପୁଟ ଗ୍ରାମରେ ବୋମାମାଡ ଘଟଣା । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମର ଟୁକୁନ ସ୍ବାଇଁଙ୍କ ଘରେ କେହି ଦୁର୍ବୃତ୍ତ ଏହି ବୋମାମାଡ଼ କରିଥିବା ଜଣାପଡିଛି । ଏଥିରେ କେହି ମୃତାହତ ହୋଇ ନଥିବାବେଳେ 2ଜଣ ଆହତ ହୋଇଥିବା ସୂଚନା ମିଳିଛି ।

bombing
ଜଣେ ବ୍ୟକ୍ତିଙ୍କ ଘରେ ବୋମାମାଡ଼

ସେମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏନେଇ ଟୁକୁନ ସ୍ଵାଇଁ ଘର ତରଫରୁ ଥାନାରେ ଜଣାଇବା ପରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ବୋମାମାଡ କରିଛି ଏହା ସ୍ପଷ୍ଟ ହୋଇନାହିଁ ।

ଦଳେଇପୁଟର ଜଣେ ବ୍ୟକ୍ତିଙ୍କ ଘରେ ବୋମାମାଡ଼

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Aug 12, 2020, 8:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.