ETV Bharat / state

Dakota set for display: ନୂଆ ରୂପରେ ଝଲସିବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା - ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା

ମାର୍ଚ୍ଚ 5 ତାରିଖରେ ନୂଆ ରୂପ ପାଇବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ । ମରାମତି ଓ ନବୀକରଣ ପରେ ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-1ରେ ଏହା ପ୍ରଦର୍ଶିତ ହେବ । ଅଧିକ ପଢନ୍ତୁ

dakota aircraft stationed at bhubaneswar airport

author img

By

Published : Jan 21, 2023, 8:39 AM IST

ବିଜୁ ବାବୁଙ୍କ ପ୍ରିୟ ଡାକୋଟା

ଭୁବନେଶ୍ବର: କୋଲକାତାରୁ ଆସି ଓଡିଶାରେ ପହଞ୍ଚିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ । ଏବେ ଭୁବନେଶ୍ଵର ବିମାନବନ୍ଦରର ଷ୍ଟେଟ ହ୍ୟାଙ୍ଗରରେ ରହିଥିବା ବେଳେ ବିମାନଟି ବହୁ ପୁରୁଣା ହୋଇଥିବାରୁ ଏହାର ରୂପରେଖରେ ପରିବର୍ତ୍ତନ କରାଯିବ । ଏହାର ବଡି, ଇଞ୍ଜିନ, ୱିଙ୍ଗ ଓ ବିଭିନ୍ନ ପାର୍ଟ ନଷ୍ଟ ହୋଇଯାଇଥିବାରୁ ଏହାର ପୁନଃନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର ଏକ ଏଜେନ୍ସିକୁ ନିୟୋଜିତ କରିଛନ୍ତି ।

ସେମାନେ ବିମାନକୁ ପୁନଃନିର୍ମାଣ କରି ରି-ଆସେମ୍ୱଲ କରିବେ । ଏବେ ରାଜ୍ୟ ହ୍ୟାଙ୍ଗରରେ ଡାକୋଟାର ପେଣ୍ଟିଂ, ଡେଣ୍ଟିଂ ଆଦି କାମ ଚାଲିଛି । ମରାମତି ଓ ନବୀକରଣ ପରେ ଆସନ୍ତା ମାର୍ଚ୍ଚ 5 ତାରିଖରୁ ଡାକୋଟା ବିମାନ ନୂଆ ରୂପରେ ଝଲସିବ ବୋଲି ଆଶା କରାଯାଉଛି । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-1ରେ ସ୍ଥାପନା ହେବ । ଯାହା ରାଜ୍ୟ ପାଇଁ ଏକ ଗୌରବର ବିଷୟ ।

ଏନେଇ ଏୟାରପୋର୍ଟ ନିର୍ଦ୍ଦେଶକ କହିଛନ୍ତି ଯେ, '' ବିମାନର ବିଭିନ୍ନ ଅଂଶକୁ ପୁଣି ଥରେ ଷ୍ଟେଟ୍ ହ୍ୟାଙ୍ଗରରୁ ଟ୍ରଲର ଜରିଆରେ ଟର୍ମିନାଲ-1 ସମ୍ମୁଖକୁ ଅଣାଯିବ । ସେଠାରେ ଏହାକୁ ରି-ଆସେମ୍ୱଲ କରାଯିବ । ଟର୍ମିନାଲ-1 ବିଲ୍ଡିଂ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା 1.1 ଏକର ଜାଗା ଉପରେ ଏକ ପେଡେଷ୍ଟ୍ରାଲ ତିଆରି କରି ବିମାନକୁ ଇନଷ୍ଟଲ କରିବେ ରାଜ୍ୟ ସରକାର । ମାର୍ଚ୍ଚ 5 ତାରିଖରେ ରାଜ୍ୟ ସରକାର ଏହାର ଉଦଘାଟନ କରିବେ ବୋଲି ଯୋଜନା ରହିଥିବା କହିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ''

ଅନ୍ୟପଟେ ଡାକୋଟା ଉଡ଼ାଇଥିବା ପାଇଲଟ ତଥା ଐତିହ୍ୟ ଗବେଷକ ଅନୀଲ ଧୀର କହିଛନ୍ତି ଯେ, ''ଭୁବନେଶ୍ୱରକୁ ଅଣାଯାଇଥିବା ଡାକୋଟା ବିଜୁ ବାବୁଙ୍କର ନିଜସ୍ୱ ନୁହେଁ । ଏହାକୁ ବିଜୁ ବାବୁ ଲିଜ୍‌ରେ ଆଣିଥିଲେ । 1944 ମସିହାରେ ଏହି ଡାକୋଟା ୟୁଏସ୍ ଏୟାରଫୋର୍ସ ପାଇଁ ତିଆରି ହୋଇଥିଲା । ପରେ ଏହାକୁ ଭାରତର ରୟାଲ ଇଣ୍ଡିଆ ଏୟାରଫୋର୍ସକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଏହାକୁ ବିଜୁ ବାବୁ କଳିଙ୍ଗ ଏୟାରଲାଇନ୍ସ ପାଇଁ ଲିଜରେ ଆଣିବା ସହ ନିଜେ 27 ମାସ ଧରି ଉଡ଼ାଇଥିଲେ । ତେବେ କାଳକ୍ରମେ କୋଲକାତା ବିମାନବନ୍ଦରରେ ଏହା ପାଖାପାଖି 55 ବର୍ଷ ପଡ଼ି ରହିବା ପରେ ଏବେ ଏହା ଭୁବନେଶ୍ୱର ଆସିବା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଗର୍ବର ବିଷୟ ।''

ସୂଚନା ଅନୁଯାୟୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି । ଯାହାକୁ ଓଡ଼ିଶା ଆଣିବା ପାଇଁ ଅନେକ ଦିନ ଧରି ଉଦ୍ୟମ ଚାଲିଛି । ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର ଏହି ବିମାନ ଡେଣା ଗୁଡ଼ିକର ଚଉଡ଼ା ୯୫ ଫୁଟ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ ମଧ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ ।

ଡଚଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ଉଦ୍ଧାର କରିଥିଲେ ବିଜୁ ବାବୁ । ତା ସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିବା ସହ ଡାକୋଟା ଜରିଆରେ ଭାରତ ପହଞ୍ଚାଇଥିଲେ । ଏହି ବିମାନରେ ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ କରୁଥିଲେ ଦୁର୍ଦ୍ଦଶ ପାଇଲଟ ବିଜୁ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.