ETV Bharat / state

Cyclone Alert: ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା !

ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟରେ ହୋଇପାରେ ବାତ୍ୟା ! ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ବିଭାଗର ଆକଳନ ପରେ ବଢ଼ିଲା ଭୟ । ଆଗୁଆ ଆକଳନ ନକରିବାକୁ ଆଇଏମ୍‌ଡିର ପରାମର୍ଶ । ଅଧିକ ପଢ଼ନ୍ତୁ

ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା !
ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା !
author img

By ETV Bharat Odisha Team

Published : Sep 22, 2023, 11:14 AM IST

ଭୁବନେଶ୍ବର: ରାଜ୍ୟକୁ ଘନେଇଲା ବାତ୍ୟା ବିପଦ ! ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟରେ ହୋଇପାରେ ବାତ୍ୟା ! ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇପାରେ ବୋଲି କିଛି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି । ତେବେ ବାତ୍ୟାକୁ ନେଇ ଏବେଠୁ ଆକଳନ କରିବା ସଠିକ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯାଇଛି ।

ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା !
ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା !

ଆଇଏମଡିର ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ୍‌ ହେବାର ସମ୍ଭାବନା କମ ଦର୍ଶାଉଛି । ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଏବଂ ୩୦ ତାରିଖ ବେଳକୁ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ । ସେହିପରି ECMWF ମଡେଲର ଆକଳନ ହିସାବରେ, ୩୦ କିମ୍ବା ଅକ୍ଟୋବର ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ହେଲେ ବାତ୍ୟା ସମ୍ଭାବନା କ୍ଷୀଣ ରହିଛି ।

ଏହାମଧ୍ୟ ପଢନ୍ତୁ.. ବର୍ଷାରେ ବେହାଲ ବ୍ରହ୍ମପୁର: ଘରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି, ଚିନ୍ତାରେ ଲୋକେ

ସିଏଫସ ମଡେଲ ଅନୁସାରେ, ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସମ୍ଭାବନା ରହିଛି । ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କଲେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ ମୁହାଁଇବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ ଓ୍ବେଦରର ପାଣିପାଗ ବିଶେଷଜ୍ଞ ଜାସୋନ ନିକୋଲ୍ସ ସମ୍ଭାବ୍ୟ ବାତ୍ୟା ନେଇ ଏକ୍ସ(ପୂର୍ବର ଟ୍ୱିଟର)ରେ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. Weather Update: ଲଘୁଚାପ ପ୍ରଭାବରେ ୨୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଏହାମଧ୍ୟ ପଢନ୍ତୁ.. Weather Update: ସକ୍ରିୟ ମୌସୁମୀର ନିମ୍ନ ଚାପରେଖା, ୧୮ରୁ ବଢିବ ବର୍ଷା ପରିମାଣ

ତେବେ ସୂଚନା ଅନୁଯାୟୀ, ଯଦି ଏହି ବାତ୍ୟା ସକ୍ରିୟ ହୁଏ ତେବେ ଏହା ତେଜ(Tej) ନାମରେ ପରିଚିତ ହେବ । ଏହି ନାଁ ରଖିବା ପାଇଁ ଭାରତ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ସମ୍ଭାବ୍ୟ ବାତ୍ୟା ପୂର୍ବ ଭାରତ ବିଶେଷ କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପରେ ବିଶେଷ ପ୍ରଭାବ ପକାଇପାରେ । ସେପ୍ଟେମ୍ବର ଶେଷ ସପ୍ତାହ ଓ ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟର ପୂର୍ବ ଉପକୂଳ ଅଞ୍ଚଳଗୁଡିକରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.