ETV Bharat / state

Cyclone Mandous: ପୁଡୁଚେରୀ-ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା !

author img

By

Published : Dec 8, 2022, 1:11 PM IST

Updated : Dec 8, 2022, 3:08 PM IST

ସାମୁଦ୍ରିକ ବାତ୍ୟା ମାଣ୍ଡସ ନେଇ ପାଣିପାଗ ବିଭାଗର ସୂଚନା । ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଅଧିକ ପଢନ୍ତୁ

Cyclone Mandous: ପୁଡୁଚେରୀ-ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା !
Cyclone Mandous: ପୁଡୁଚେରୀ-ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା !

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ମାଣ୍ଡସ । ଏହି ବାତ୍ୟା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୧ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ବା ୯ ତାରିଖ ମଧ୍ୟରାତ୍ରି ସମୟରେ ସାମୁଦ୍ରିକ ବାତ୍ୟା ମାଣ୍ଡସ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି(Cyclone Mandous Update) । ଏହି ସମୟରେ ପବନର ବେଗ ୬୫ରୁ ୭୫ କିମି ତଥା ସର୍ବାଧିକ ୮୫ କିମି ଯାଏଁ ରହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

Cyclone Mandous

ଦକ୍ଷିଣ ପଶ୍ଚିମ ଓ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ତୀବ୍ର ଅବପାତ ଆହୁରି ତୀବ୍ର ହୋଇ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଥିଲା । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ପାଇଁ ୟେଲୋ ଆଲର୍ଟ ଜାରି କରଯାଇଛି । ତେବେ ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ନଥିଲେ ମଧ୍ୟ ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ୧୦ ଓ ୧୧ ତାରିଖରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିଛି । ରାଜ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ଦେଖା ଯାଇଥିବା ବେଳେ ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 8, 2022, 3:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.