ETV Bharat / state

ଭଡାରେ ଲାଗିଛି ବାତ୍ୟା ଘର, ବେସାହାରା ବାସହୀନ

author img

By

Published : Feb 14, 2020, 10:47 PM IST

ବାତ୍ୟାରେ ସର୍ବହରା ହୋଇଥିବା ଲୋକଙ୍କୁ ଯେଉଁ ଘର ଦିଆଯାଇଥିଲା ତାହା ଏବେ ଖୋର୍ଦ୍ଧା ଜିଲ୍ଲାରେ ଭଡାରେ ଲାଗିଥିବା କୁହାଯାଉଛି । ବାତ୍ୟାରେ ସର୍ବସ୍ବ ହରାଇଥିବା ଲୋକଙ୍କୁ ଏବେ ବି ଜାଗାର ପଟ୍ଟା ମିଳିନଥିବା ଅଭିଯୋଗ ହୋଇଛି । ଅଧିକ ଖବର ପଢନ୍ତୁ...

shelter-home
ଭଡାରେ ଲାଗିଛି ବାତ୍ୟା ଘର, ବେସାହାରା ବାସହୀନ

ଖୋର୍ଦ୍ଧା: 2013ର ପ୍ରଳୟଙ୍କାରି ବାତ୍ୟା ଫାଇଲିନ । ଏହି ବାତ୍ୟା ନାଁ ଧରିଲେ ଏବେ ବି ଲୋକଙ୍କ ଛାତିରେ ଛନକା ପଶିଯାଏ । ସମଗ୍ର ଓଡିଶାବାସୀଙ୍କ ମେରୁଦଣ୍ଡକୁ ଏହି ବାତ୍ୟା ଦୋହୋଲାଇ ଦେଇଥିଲା । ବାତ୍ୟରେ ଖୋର୍ଦ୍ଧା ଜିଲ୍ଲାର ଆର୍ଥିକ ସ୍ଥିତି ବିଶେଷ ଭାବେ ଧ୍ବଂସବିଧ୍ବସ୍ତ ହୋଇଥିଲା । ତେବେ ବାତ୍ୟାରେ ସର୍ବହରା ହୋଇଥିବା ଲୋକଙ୍କୁ ଯେଉଁ ଘର ଦିଆଯାଇଥିଲା ତାହା ଏବେ ଭଡାରେ ଲାଗିଥିବା ଶୁଣିବାକୁ ମିଳିଛି।

ଭଡାରେ ଲାଗିଛି ବାତ୍ୟା ଘର, ବେସାହାରା ବାସହୀନ

ତେବେ ବାସଗୃହ ନିର୍ମାଣ ହୋଇଥିବା ଜାଗାକୁ ସଂଯୋଗ କରିବାପାଇଁ ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା ନାହିଁ । ଏନେଇ ଯେଉଁ ଲୋକଙ୍କୁ ଏଠାରେ ଘର ଦିଆଯାଇଛି ତା ମଧ୍ୟରୁ ଏଠାରେ ମାତ୍ର ଚାରୋଟି ପରିବାର ରହୁଥିବା ବେଳେ ଅନେକ ହିତାଧିକାରୀ ନିଜେ ନରହି ଘର ଭଡାରେ ଲଗାଇଥିବା ଜଣାପଡିଛି ।

ଯେଉଁମାନେ ବାତ୍ୟାରେ ସର୍ବସ୍ବ ହରାଇ ଏଠାରେ ରହୁଛନ୍ତି ସେମାନେ ଚରମ ସରକାରୀ ଅବହେଳାର ଶିକାର ହେଉଥିବା ବେଳେ ସରକାର ଏପର୍ଯ୍ୟନ୍ତ ଉକ୍ତ ଜାଗାର ପଟ୍ଟା ଦେଇନଥିବା ଅଭିଯୋଗ କରିଛନ୍ତି । କିନ୍ତୁ ଏ ସମ୍ପର୍କରେ ସ୍ଥାନୀୟ ବିଡ଼ିଓ କିମ୍ବା ଜିଲ୍ଲାପାଳ କିଛି କହିବାକୁ ମନା କରିଛନ୍ତି ।

ସୂଚନା ଅନୁସାରେ, ବାତ୍ୟାରେ ଖୋର୍ଦ୍ଧାର ବାଣପୁର, ଚିଲିକା ଏବଂ ଟାଙ୍ଗି ବ୍ଲକ ବେଶି କ୍ଷତିଗ୍ରସ୍ତ ହୋଇଥିଲା । ଜିଲ୍ଲାରେ ମୋଟ 22ଲକ୍ଷ 8ହଜାର 603ଜଣ ଲୋକ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ରିର୍ପୋଟ କହୁଛି । ସେଥିମଧ୍ୟରେ ଟାଙ୍ଗି ବ୍ଲକ ମଙ୍ଗଳାଯୋଡି ଗ୍ରାମ ପଞ୍ଚାୟତର 13 ଜଣ ହିତାଧିକାରୀଙ୍କ ପାଇଁ 3 ଲକ୍ଷ ଲେଖାଏଁ ଟଙ୍କା ବିନିମୟରେ ଓଡ଼ିଆରଏଫ ଯୋଜନାରେ ବାସଗୃହ ନିର୍ମାଣ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.