ETV Bharat / state

ଟିକେଟ ଦେଲେ କଂଗ୍ରେସରୁ ଲଢ଼ିବି, ନହେଲେ ସ୍ୱାଧୀନ: ମୋକିମ - କଂଗ୍ରେସରୁ ନିଲମ୍ବନ ହେବାପରେ ମୋକିମ ଅସନ୍ତୋଷ

କଂଗ୍ରେସରୁ ନିଲମ୍ବନ ହେବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ତେବେ କଂଗ୍ରେସରେ ଅଛି ଏବଂ ଦଳୀୟ ଟିକେଟ୍‌ରେ ନିର୍ବାଚନ ଲଢ଼ିବି ବୋଲି ସେ କହିଛନ୍ତି । ଅନ୍ୟ କୌଣସି ଦଳକୁ ଯିବା ପ୍ରଶ୍ନକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମୋକିମ । ଅଧିକ ପଢ଼ନ୍ତୁ

ଟିକେଟ ଦେଲେ କଂଗ୍ରେସରୁ ଲଢ଼ିବି, ନହେଲେ ସ୍ୱାଧୀନ

author img

By

Published : Jul 15, 2023, 8:31 PM IST

Updated : Jul 15, 2023, 9:20 PM IST

କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିବି କହିଲେ ମୋକିମ

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅସନ୍ତୋଷ ସହ କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟକ । କୌଣସି ପ୍ରକାର ଦଳ ବିରୋଧୀ କାର୍ଯ୍ୟ କରିନଥିବାରୁ ଆଲୋଚନା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି । ଟିକେଟ ଦେଲେ କଂଗ୍ରେସରୁ ନିର୍ବାଚନ ଲଢ଼ିବି । ନହେଲେ ସ୍ବାଧୀନ ଭାବେ କଟକ ଲୋକଙ୍କ ପାଇଁ ଲଢେଇ କରିବି ବୋଲି କହିଛନ୍ତି ମୋକିମ । ହେଲେ ଅନ୍ୟ କୌଣସି ଦଳକୁ ଯିବାର ପ୍ରଶ୍ନକୁ ଖଣ୍ଡନ କରିଛି ଏହି ହେଭିୱେଟ ନେତା । ସେପଟେ ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

'ମୁଁ କଂଗ୍ରେସରେ ଅଛି, ରହିବି': ଦଳରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି, "ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ନେଇ AICC ଆମକୁ ଉତ୍ତର ମାଗିଥିଲା । ଆମେ ଉତ୍ତର ରଖିଛୁ । ସେ ଉତ୍ତର ସନ୍ତୋଷଜନକ ନଥିଲା ବୋଲି ଦର୍ଶାଇ ଆମକୁ ଦଳରୁ ନିଲମ୍ବନ କରାଯାଇଛି । ମୁଁ କେବେ ବି ଦଳ ବିରୋଧରେ କୌଣସି ଟିପ୍ପଣୀ ଦେଇନାହିଁ । ଦଳକୁ କ୍ଷତି କରିବା ଭଳି କୌଣସି କାର୍ଯ୍ୟକ୍ରମ କରିନାହୁଁ । ମୋର ବିଶ୍ବାସ ଅଛି ଯିଏ ବି ଯାହା କରିଛି ଆଗାମୀ ଦିନରେ ପ୍ରକାଶ ପାଇବ । ମୁଁ ନିଲମ୍ବନ ହେଲା ପରେ ବି କଂଗ୍ରେସରେ ରହିବି । ଆଗାମୀ ଦିନରେ ଦଳକୁ ସୃଦୁଢ କରିବା ପାଇଁ କାର୍ଯ୍ୟ କରିବି । ଦଳ ନିଲମ୍ବନ କରିଛି ବହିଷ୍କାର କରିନାହିଁ । ଖରାପ ସମୟରେ କଂଗ୍ରେସ ସହ ଥିଲୁ । କଂଗ୍ରେସକୁ ମଜବୁତ କରୁଥିଲୁ ।"

'କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଷଡ଼ଯନ୍ତ୍ର': ସେ ଆହୁରି ମଧ୍ୟ କହିଛନ୍ତି, "କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଯାହାର ଗୋଡ଼ ତଳେ ମାଟି ନାହିଁ, ସେମାନେ ପଦାଧିକାରୀ ହେବା ସହ ଦଳର ମଙ୍ଗ ଧରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଏଥିପାଇଁ ମୁଁ ଆଦୌ ବିଚଳିତ ନୁହେଁ । ଏନେଇ ପିସିସି ସଭାପତି ଆମ ସହିତ ଆଲୋଚନା କରିବାର ଥିଲା । ଆମ ସହ ଆଲୋଚନା ନକରି ବିଧାୟକ ଏବଂ ପୂର୍ବତନ କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଏକପାଖିଆ ଅଭିଯୋଗ ଦିଲ୍ଲୀକୁ ପଠାଇଲେ । ଏହା ଦଳ ପାଇଁ ଶୁଭ ସଂକେତ ନୁହେଁ । ମୁଁ ଅନୁତପ୍ତ ନୁହେଁ କାରଣ ମୁଁ କିଛି ଭୁଲ କରିନାହିଁ । କଂଗ୍ରେସକୁ ସୃଦୁଢ କରିବା ପାଇଁ କାର୍ଯ୍ୟକ୍ରମ କରିଥିଲୁ ।"

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ

'ଦଳ ଟିକେଟ ନଦେଲେ ସ୍ବାଧୀନ ଭାବେ ଲଢ଼ିବି': ପରବର୍ତ୍ତୀ ପଦକ୍ଷେପ ନେଇ ସେ କହିଛନ୍ତି, "ପିସିସି ସଭାପତିଙ୍କ ନାରା ୯ରୁ ୯୦ ଥିଲା । ମୁଁ ନିଲମ୍ବନ ପରେ ୮ ବିଧାୟକ ଅଛନ୍ତି । ତେଣୁ ଏବେ ୮ରୁ ୮୦ ହେବ କଂଗ୍ରେସ । ମୋର ଆଶା କଂଗ୍ରେସ ଟିକେଟ ଦେବ । କଂଗ୍ରେସ ଟିକେଟରେ ପୁନର୍ବାର କଟକ-ବାରବାଟୀରୁ ଲଢ଼ିବି । ଦଳ ଟିକେଟ ନଦେଲେ ଲୋକଙ୍କ ସ୍ବାର୍ଥ ପାଇଁ ସ୍ବାଧୀନ ଭାବେ ଲଢ଼ିବି । କୌଣସି ଦଳ ସହିତ ମୁଁ ଯୋଗାଯୋଗରେ ନାହିଁ । ତେଣୁ କୌଣସି ଦଳକୁ ଯିବି ନାହିଁ । ବିଜେପି-ବିଜେଡିକୁ ମୁଁ ସର୍ବାଧିକ ସମାଲୋଚନା କରିଛି । ମୋ ପାଇଁ କଂଗ୍ରେସ ସଂଗଠନ ଉପରେ ପ୍ରଭାବ ପଡିବ ନାହିଁ । କଂଗ୍ରେସରେ ଅଛି, ରହିବି । କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବି ।"

ଦଳ ଉପରେ ପ୍ରଭାବ ପଡ଼ିବନି କହିଲେ ପିସିସି ସଭାପତି: ସେପଟେ ଏନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ଏଆଇସିସି ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ । ଆମ ସମସସ୍ତଙ୍କ ପାଇଁ ସର୍ବ ପ୍ରଥମେ ଦଳ । ଦଳର ଶୃଙ୍ଖଳା ସବୁଠାରୁ ଆଗରେ । ତେବେ ଏନେଇ ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି । ଭବିଷ୍ୟତରେ କଣ ହେବ, ତାହା ପର କଥା । ହେଲେ ବର୍ତ୍ତମାନ ଏଆଇସିସି ଗ୍ରହଣ କରିଥିବା ପଦକ୍ଷେପ ଆମକୁ ମାନିବାକୁ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 15, 2023, 9:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.