ଖୋର୍ଦ୍ଧା : ଭୁବନେଶ୍ବର ମହାନଗର ନିଗମ, ଜଗତସିଂହପୁର ଓ ଭଦ୍ରକ ପରେ ଖୋର୍ଦ୍ଧା ସବଡିଭିଜନରେ କର୍ଫ୍ୟୁ ଲାଗୁ । ସନ୍ଧ୍ୟା 7ରୁ ସକାଳ 7 ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଲା ଜିଲ୍ଲା ପ୍ରଶାସନ ।
ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ ହୋଇଥିବାବେଳେ ଖୋର୍ଦ୍ଧା ସବଡିଭିଜନରେ ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ 144ଧାରା (କର୍ଫ୍ୟୁ)ଜାରି କରିଛି ଜିଲ୍ଲା ପ୍ରଶାସନ । ଆଜିଠାରୁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଶେଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।
ଏହି ସମୟରେ ଜରୁରୀ କାମ ନଥିଲେ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ