ETV Bharat / state

ବେଆଇନ କ୍ରସର ଶିଳ୍ପ ଉପରେ ପ୍ରଶାସନର ଚଢ଼ାଉ

author img

By

Published : Jul 17, 2022, 5:22 PM IST

ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଭାବରେ ଚାଲିଛି କ୍ରସର ଶିଳ୍ପ । ବେଆଇନ ଭାବେ ଚାଲିଥିବା କ୍ରସର ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି । ସେପଟେ ଆନ୍ଦୋଳନ ଚେତାବନୀ ଦେଇଛି କ୍ରସର ମାଲିକ ସଂଘ । ଅଧିକ ପଢନ୍ତୁ

ବେଆଇନ କ୍ରସର ଶିଳ୍ପ ଉପରେ ପ୍ରଶାସନର ଚଢ଼ାଉ
ବେଆଇନ କ୍ରସର ଶିଳ୍ପ ଉପରେ ପ୍ରଶାସନର ଚଢ଼ାଉ

ଖୋର୍ଦ୍ଧା: ଜିଲ୍ଲାରେ ବେଆଇନ ଭାବରେ ଚାଲିଛି କ୍ରସର ଶିଳ୍ପ । ଉପକଣ୍ଠ କୁରାଢ଼ମଲ, କଦଳିବାଡି, ତାପଙ୍ଗ, ଛତ୍ରମା, କାଇପଦର, ଦଧିମାଛଗାଡିଆ, ବାଜପୁର, ନନ୍ଦପୁର, ଗୋଡିପଡା ଆଦି ଅଞ୍ଚଳରେ ରହିଛି ଶହ ଶହ କ୍ରସର ଶିଳ୍ପ । ବେଆଇନ ଭାବେ ଚାଲିଥିବା କ୍ରସର ଉପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଛି । ଏନେଇ କ୍ରସର ମାଲିକ ସଂଘ ଓ ପ୍ରଶାସନ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି ।

ବେଆଇନ କ୍ରସର ଶିଳ୍ପ ଉପରେ ପ୍ରଶାସନର ଚଢ଼ାଉ
ବେଆଇନ କ୍ରସର ଶିଳ୍ପ ଉପରେ ପ୍ରଶାସନର ଚଢ଼ାଉ

ଏନେଇ ପୂର୍ବରୁ 2019 ମସିହାରେ ମଧ୍ୟ ବେଆଇନ ଭାବରେ ଚାଲିଥିବା କ୍ରସର ଶିଳ୍ପ ଉପରେ ପ୍ରଶାସନ ଚଢାଉ କରିଥିଲା । ୨୦୧୯ରେ ଏସ୍ଟିଏଫର ଘନଘନ ଚଢ଼ାଉ ପରେ କ୍ରସର ମାଲିକ ସଂଘ ନିଜ ଆଡ଼ୁ କ୍ରସର ଗୁଡ଼ିକ ବନ୍ଦ କରି ଦେଇଥିଲେ । ପ୍ରଶାସନର କ୍ରମାଗତ ଚଢ଼ାଉ ଯୋଗୁଁ କ୍ରସର ମାଲିକ ସଂଘ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି ।

ବେଆଇନ କ୍ରସର ଶିଳ୍ପ ଉପରେ ପ୍ରଶାସନର ଚଢ଼ାଉ
ବେଆଇନ କ୍ରସର ଶିଳ୍ପ ଉପରେ ପ୍ରଶାସନର ଚଢ଼ାଉ

କ୍ରସର ୟୁନିଟ ଗୁଡ଼ିକର ସାଇଟ୍ ପ୍ରମାଣପତ୍ର ନଥିବା, ଏହାର ନବୀକରଣ କରାଯାଇନଥିବା ଆଦି ପ୍ରସଙ୍ଗରେ ମୋଟ ୬୪ଟି କ୍ରସର ୟୁନିଟ୍ ସିଲ କରାଯାଇଥିବା ଜଣାପଡିଛି । ଗତ ୫ ଦିନ ଧରି ଜିଲ୍ଲାରେ ବେଆଇନ କ୍ରସର ୟୁନିଟ୍ ଉପରେ ଚଢ଼ାଉ ଜାରି ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.