ETV Bharat / state

ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କଲା ଆଞ୍ଚଳିକ କ୍ରସର ମାଲିକ ସଂଘ

author img

By

Published : Jul 20, 2022, 7:38 AM IST

ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କଲା କ୍ରସର ମାଲିକ ସଂଘ । ତୁରନ୍ତ ବିଦ୍ୟୁତ ଯୋଗାଇବା ପାଇଁ ଉଠିଲା ଦାବି । ଅଧିକ ପଢ଼ନ୍ତୁ

ଆଞ୍ଚଳିକ କ୍ରସର ମାଲିକ ସଂଘ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଥିବା ଆଞ୍ଚଳିକ କ୍ରସର ମାଲିକ ସଂଘ ପକ୍ଷରୁ ମଙ୍ଗଳବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ବେଆଇନ ଭାବେ ବିଦ୍ୟୁତ ବିଭାଗ ଅଧିକାରୀ ବିଲ୍ ଆଦାୟ କରୁଥିବାରୁ ଆଞ୍ଚଳିକ କ୍ରସର ମାଲିକ ସଂଘ ଅସନ୍ତୋଷ ପ୍ରକାଶ କରିଛି ।

ସୂଚନାନୁସାରେ ଖୋର୍ଦ୍ଧାରେ ଥିବା ଆଞ୍ଚଳିକ ୫୦ରୁ ଊର୍ଦ୍ଧ୍ବ କ୍ରସର ଗୁଡ଼ିକୁ ବନ୍ଦ କରିଛି ବିଦ୍ୟୁତ ବିଭାଗ । କ୍ରସର ମାଲିକ ସଂଘ ପ୍ରତି ମାସ ବିଲ୍ ପୈଠ କରିଥିଲେ ମଧ୍ୟ ବିଦ୍ୟୁତ ସେବାକୁ ବନ୍ଦ କରିଛି ବିଦ୍ୟୁତ ବିଭାଗ । ଯାହାଫଳରେ ଏଠାରେ କାର୍ଯ୍ୟ କରୁଥିବା ବହୁ ସଂଖ୍ୟକ ଲୋକ ମାନେ ରହିବା ପାଇଁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ।

ଏହାସହ କ୍ରସରରୁ ଚୋରି ହେବା ଆଶଙ୍କା ରହିଛି । ତେଣୁ ଆଞ୍ଚଳିକ କ୍ରସର ମାଲିକ ସଂଘ ପକ୍ଷରୁ ଶହଶହ ମାଲିକ ମାନେ ମଙ୍ଗଳବାର ବିଦ୍ୟୁତ ଯୋଗାଇବା ପାଇଁ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଏହାବ୍ୟତୀତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.