ETV Bharat / state

ମାନବବାଦ ନାଁରେ ଭୁଲିଗଲେ ମାନବିକତା: ବାପା-ପୁଅଙ୍କୁ ନିର୍ଦ୍ଧୁମ ମାଡ, ଭିଡିଓ ଭାଇରାଲ

author img

By

Published : Aug 27, 2021, 4:11 PM IST

ସୀମା ଟପିଲା ବର୍ବରତା । ମାନବବାଦ ସଂଗଠନରେ ସାମିଲ ନ ହେବାରୁ ମିଳୁଛି ତାଲିବାନୀ ଦଣ୍ତ । ଅଧିକ ପଢନ୍ତୁ...

ମାନବବାଦ ସଂଗଠନର ବର୍ବରତା :ସଂଗଠନରେ ସାମିଲ ନ ହେବରୁ ମିଳୁଛି ତାଲିବାନୀ ଦଣ୍ତ

ଖୋର୍ଦ୍ଧା : ସୀମା ଟପିଲା ବର୍ବରତା । ମଣିଷ ଯେ ଏତେ ନିଷ୍ଠୁର ହୋଇପାରେ ତାହା ଏ ଚିତ୍ର ହିଁ ବୟାନ କରୁଛି । ମାନବବାଦ ସଂଗଠନରେ ସାମିଲ ନ ହେବାରୁ ମିଳୁଛି ଏ ପ୍ରକାର ଦଣ୍ତ । ବାପପୁଅଙ୍କୁ ଗୋରୁଗାଈଙ୍କ ଭଳି ମାନବବାଦ ସଂଗଠନର ସଦସ୍ୟ ପିଟୁଛନ୍ତି । ଏ ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର।

ଗତ କିଛି ଦିନ ପୂର୍ବରୁ ବେଗୁନିଆ ଥାନା ଅଞ୍ଚଳର କଡବ ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅକୁ ମାନବବାଦ ସଂଗଠନର କର୍ମକର୍ତ୍ତା ଘରୁ ଡାକିନେଇ ଗୋଟିଏ ଘରେ ରଖି ନିର୍ଧୁମ ମାଡ ମାରିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସଙ୍ଗଠନ କର୍ମକର୍ତ୍ତାଙ୍କ ଭୟରେ ମାଗୁଣି କି ତାଙ୍କ ପୁଅ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି ।

ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ଓକିଲ ମାନସ ଦାସଙ୍କ ହାତ ଥିବା ନେଇ ଚର୍ଚ୍ଚା ହେଉଛି । କେବଳ ସେତିକିରେ ଥମିନି ମାନବବାଦ ସଂଗଠନ ବର୍ବରତା । ଗତ ୨ ତାରିଖ ରାତିରେ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ପୋଡ଼ି ସଂଗଠନ କର୍ମକର୍ତ୍ତା ହତ୍ୟା କରିଥିବା ମଧ୍ୟ ଅଭିଯୋଗ ଆସିଛି । ସେପଟେ ଘଟଣା ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ଚିରାଚରିତ ଢଙ୍ଗରେ ଉତ୍ତର ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.