ଭୁବନେଶ୍ବର: ତାପଙ୍ଗ ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ଖଣିମାଫିଆ ତଥା ଗ୍ଯାଙ୍ଗଷ୍ଟର ସଞ୍ଜୟ ପାଇକରାୟକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ସମୟରେ ପୋଲିସ ତାଙ୍କ ନିକଟରୁ ୧୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ ବିସ୍ଫୋରକ, ଗିଲାଟିନ ଷ୍ଟିକ, ଷ୍ଟାବିଲାଇଜର ଓ ତାର ଜବତ କରିଛି । ସଞ୍ଜୟକୁ ଆଇପିସିର ଧାରା ୩୭୯, ୪୧୧, ୪୨୦, ୪୬୭, ୪୬୮, ୪୭୧, ୧୨୦ବି, ୩୪, ଆର୍ମଡ ଆକ୍ଟ ୨୫, ୨୭, ୩୪୫, ବେଆଇନ ଖଣି ଚୋରିରେ ସଂପୃକ୍ତି ଆଦି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସଞ୍ଜୟ ବେଆଇନ ଖଣି ଖନନ କରିବା ସହ ସ୍ଥାନୀୟ ଲୋକଙ୍କୁ ବନ୍ଧୁକ ଓ ବୋମାର ଭୟ ଦେଖାଇ ମାଫିଆରାଜ ଚଳାଇଥିଲା । ସଞ୍ଜୟ ନିଜର କିଛି ବିଶ୍ବସ୍ତ ସହଯୋଗୀଙ୍କ ଜରିଆରେ ବେଆଇନ ଖଣି ଖନନ କାରବାର ଚଳାଇଥିଲା । ସଞ୍ଜୟର ସହଯୋଗୀ ଡକାୟତି ମାମଲାରେ ଧରାପଡିବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି । ତାର ଅନ୍ୟ ୨୦ ଜଣ ସହଯୋଗୀଙ୍କୁ ଧରିବା ପାଇଁ ଏସ୍ଟିଏଫ ଉଦ୍ୟମ ଜାରି ରଖିଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ