ETV Bharat / state

ଗୋବିନ୍ଦ-ଗୋପାଳ ପାଇଁ ଅକଲ ଗୁଡୁମ୍, ବସେଇ ଉଠେଇ ଦେଉନାହାନ୍ତି ବିରୋଧି

author img

By

Published : Mar 1, 2023, 9:36 PM IST

ନବଦାସ ହତ୍ୟା ଘଟଣା ଓ ଗୋବିନ୍ଦ ମୃତ୍ୟୁ ଘଟଣାର ତଦନ୍ତ ନେଇ ଶାଣିତ ସ୍ବର ଉଠାଇଛନ୍ତି ବିରୋଧୀ । ତଥ୍ୟ ଖୋଜିବା ପାଇଁ ଚାଲିଛି ଘନଘନ ବୈଠକ । ଅଧିକ ପଢ଼ନ୍ତୁ

naba das murder case
naba das murder case
ନବଦାସ ହତ୍ୟା ମାମଲା

ଭୁବନେଶ୍ବର: ନବଦାସ ହତ୍ୟା ମାମଲାକୁ ନେଇ ଉଠୁଛି ପଡୁଛି ରାଜ୍ୟ । ଆଇନଶୃଙ୍ଖଳା ଓ ପୋଲିସର ତଦନ୍ତ ନେଇ ବିରୋଧୀ କରିଛନ୍ତି ଶାଣିତ ସ୍ବର । ଏଯାବତ ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇଥିବା ବେଳେ କିନ୍ତୁ ହତ୍ୟାର କାରଣ ଉପରୁ ପରଦା ହଟିପାରି ନାହିଁ । ଏହାରି ଭିତରେ ପୁଣି ତେଜିଛି ଗୋବିନ୍ଦ ସାହୁ ବିବାଦ । ବିଧାନସଭାରେ ପୁଣି ଉଠିଛି ଗୋବିନ୍ଦ ପ୍ରସଙ୍ଗ ।

ଏହା ମଧ୍ୟ ପଢ଼ନ୍ତୁ: G20 Foreign Ministers Meet: ଦାମୀ କାର ଲଗାଇ ରାସ୍ତା ଉପରୁ ବୋହି ନେଲେ ଫୁଲକୁଣ୍ଡ, ଜଣଙ୍କୁ ବାନ୍ଧିଲା ପୋଲିସ

ଗୋବିନ୍ଦଙ୍କ ମୃତ୍ୟୁ ନେଇ ବିଧାନସଭାରେ ମୁଲତବୀ ନୋଟିସ ହୋଇଥିଲା । ପରେ ଏନେଇ କଣ ତଦନ୍ତରେ ଅଗ୍ରଗତି‌ ହୋଇଛି ସେ ସମ୍ପର୍କରେ ତଥ୍ୟ ଖୋଜା ପଡିଥିଲା । ଯାହାକୁ ନେଇ ପୋଲିସ ଡିଜି ସହ ଆଇନଶୃଙ୍ଖଳା ଏଡିଜି ଆର.କେ ଶର୍ମା ଓ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣବୋଥ୍ରା ଏବଂ ଗୁଇନ୍ଦା ନିର୍ଦ୍ଦେଶକ ଡିଜି କ୍ୟାମ୍ପ ଅଫିସରେ ଏକ ବୈଠକ କରି ଆଲୋଚନା କରିଛନ୍ତି । ତେବେ ଗୋବିନ୍ଦ ସାହୁ ମୃ୍ତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ କଣ ତଥ୍ୟ ହାସଲ କରିଛି, ସେନେଇ ପୁଣି ବୈଠକ ହୋଇଛି । ଘଟଣାର‌ ତଦନ୍ତରେ କଣ ପାଇଛି କ୍ରାଇମବ୍ରାଞ୍ଚ । ସମସ୍ତ ଦିଗକୁ ନେଇ ତଥ୍ୟ ଦେବାକୁ ବରିଷ୍ଠ ଅଧିକାରୀମାନେ ବୈଠକ ପରେ ବୈଠକ କରି ଉତ୍ତର ଖୋଜୁଛନ୍ତି । ବିଧାନସଭାରେ କଣ ରଖାଯିବ ଉତ୍ତର, ସେନେଇ ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି । ଗୋଟିଏ ଘଟଣାର ତଦନ୍ତ ନ ସରୁଣୁ ଆଉ ଏକ ଘଟଣା ପୋଲିସଙ୍କୁ ଚିନ୍ତାରେ ପକାଇଛି । ଅନ୍ୟପଟେ ପୋଲିସର ତଦନ୍ତ ନେଇ ବିରୋଧୀ ନାନା ପ୍ରଶ୍ନ ଉଠାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ NIMHANS ନିଆଯାଉ: ଜିଲ୍ଲା ଓ ଦୌରା ଜଜ କୋର୍ଟ

ପୂର୍ବରୁ ଗୋବିନ୍ଦ ସାହୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ନବଦାସ ହତ୍ୟା ମାମଲା ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଯାହାର ଲିଡ ନେଉଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ସମସ୍ତ ଦିଗକୁ ନେଇ ଖୋଜା ଚାଲିଛି ଉତ୍ତର । କାରଣ ବିରୋଧୀଙ୍କ ପ୍ରଶ୍ନ ଆଉ ସରକାରଙ୍କ ଉତ୍ତରରେ ଫରକ ହେଲେ ବିରୋଧୀଙ୍କ ପାଇଁ ଏହା ଏକ ପ୍ରସଙ୍ଗ ହେବାର ଖୋରାକ ଯୋଗାଇପାରେ । ତେଣୁ ଯେତିକି ତଥ୍ୟ ତାକୁ ମାପି ଚୁପି ପ୍ରସ୍ତୁତ ପାଇଁ ବରିଷ୍ଠ ପୋଲିସ ଅଧିକାରୀ ଘନ ଘନ ବୈଠକ ଡାକି ଆଲୋଚନା କରୁଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.