ETV Bharat / state

Dead Body Man Bijay: ମୃତଦେହ ସତ୍କାର ଜୀବନର ବ୍ରତ, ଶ୍ମଶାନକୁ କରିଛନ୍ତି ଇନ୍ଦ୍ର ଭୁବନ - ଡେଡ୍‌ବଡି ମ୍ୟାନ୍‌

ନିସ୍ବାର୍ଥ ସମାଜସେବୀ ହେଉଛନ୍ତି ଭୁବନେଶ୍ବରର ବିଜୟ ଜେନା । ବିନା ଦେୟରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୃତଦେହକୁ ସତ୍କାର କରୁଛନ୍ତି । ବିଜୟଙ୍କ ଏଭଳି ବଦାନ୍ୟତା ଯୋଗୁଁ ସେ ଏବେ ସ୍ଥାନୀୟ ଅଞ୍ଚଳରେ ଡେଡ୍‌ବଡି ମ୍ୟାନ୍‌ ଭାବେ ବେଶ ଜଣାଶୁଣା । ଅଧିକ ପଢନ୍ତୁ

ଡେବବଡି ମ୍ୟାନ୍ ବିଜୟ: ସେବା ଜୀବନର ବ୍ରତ, ଶ୍ମଶାନକୁ କରିଛନ୍ତି ଭୁବନ

author img

By

Published : Oct 24, 2022, 9:39 PM IST

ଭୁବନେଶ୍ବର: କଥାରେ ଅଛି ଶେଷ ସମୟରେ ଯିଏ ଶ୍ମଶାନରେ ଠିଆହୁଏ ସେହିଁ ପ୍ରକୃତ ବନ୍ଧୁ । ଆଧୁନିକ ଚାକଚକ୍ୟରେ ଏଭଳି ବ୍ୟକ୍ତିତ୍ବଙ୍କୁ ଖୋଜିବା ଅତି ମୁସ୍କିଲ୍‌ । କିନ୍ତୁ ଏମିତି ଜଣେ ନିସ୍ବାର୍ଥ ସମାଜସେବାର ଉଦାହରଣ ହେଉଛନ୍ତି ବିଜୟ ଜେନା । ଏକାଧାରରେ ସେ ଜଣେ ସମାଜସେବୀ ଓ କେହି ନଥିବା ଲୋକଟିର ସବୁକିଛି । ରାଜଧାନୀର ଖଣ୍ଡଗିରୀ ଅଞ୍ଚଳରେ ତାଙ୍କ ଘର । ପିଲାଟି ବେଳରୁ ଲୋକଙ୍କ ସେବାରେ ନିଜକୁ ମସଗୁଲ ରଖି ଆସିଛନ୍ତି । ଲୋକଙ୍କ ସେବା ପାଇଁ କେବେ କୁଣ୍ଠା ବୋଧ କରିନାହାନ୍ତି । ବିନା ଦେୟରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୃତଦେହକୁ ସତ୍କାର କରୁଛନ୍ତି । ବିଜୟଙ୍କ ଏଭଳି ବଦାନ୍ୟତା ଯୋଗୁଁ ସେ ଏବେ ସ୍ଥାନୀୟ ଅଞ୍ଚଳରେ ଡେଡ୍‌ବଡି ମ୍ୟାନ୍‌ (Dead Body man Bijay) ଭାବେ ବେଶ ଜଣାଶୁଣା । ବିଜୟ ପାଖାପାଖି 1000ରୁ ଅଧିକ ମୃତଦେହ ସତ୍କାର କରିଛନ୍ତି ।

ଡେବବଡି ମ୍ୟାନ୍ ବିଜୟ: ସେବା ଜୀବନର ବ୍ରତ, ଶ୍ମଶାନକୁ କରିଛନ୍ତି ଭୁବନ

କେବଳ ଏତିକି ନୁହେଁ ସେ ଶ୍ମଶାନକୁ ଏକ ଭିନ୍ନ ପରିଚୟ ମଧ୍ୟ ଦେଇଛନ୍ତି। ସେଠାରେ ଟେବୁଲ ଚେୟାର ସହ ପରିଷ୍କାର ପରିଚ୍ଛନତା କରିବା ସହ ଶ୍ମଶାନକୁ ଏକ ପାର୍କ ରୂପେ ଗଢିତୋଳିଛନ୍ତି । ଶ୍ମଶାନରେ ପନିପରିବା ସହ ଫୁଲ ଫଳ ଗଛ ଲଗାଇଛନ୍ତି । ଅନେକ ସମୟରେ ସେହି ଅଞ୍ଚଳର ଅନେକ ଲୋକ ବୁଲିବାକୁ ଆସିଥାନ୍ତି। ଆଉ ବିଜୟ ଶ୍ମଶାନକୁ ଇନ୍ଦ୍ର ଭୁବନ ରୂପ ଦେଇଥିବା କୁହନ୍ତି ।

ଏହା ମଧ୍ୟ ପଢନ୍ତୁ: ରୋଗୀ ମହିଳା ହୁଅନ୍ତୁ କି ପୁରୁଷ, ଡାକ୍ତରର କାର୍ଯ୍ୟ ଚିକିତ୍ସା ଯୋଗାଇବା: Male Gynaecologist

ତେବେ ଏନେଇ ବିଜୟ ଜେନା କହିଛନ୍ତି, "ଦୀର୍ଘ 28 ବର୍ଷ ହେଲା ମୁଁ ଏହି ମୃତଦେହ ଶତ୍କାର କରୁଛି। , ଯେତେବେଳେ ଛୋଟ ପିଲାଟି ଥିଲି ସେହି ସମୟରୁ ଏଭଳି କାର୍ଯ୍ୟ ଆରମ୍ଭ କରିଥିଲେ। ଏମିତି କରୁ କରୁ ଦୀର୍ଘ ବର୍ଷ ହେଲା ଶବ ଦାହ କରି ଆସୁଛି। ବର୍ତ୍ତମାନ ସୁଦ୍ଧା 1000ରୁ ଅଧିକ ମୃତଦେହ ପୋଡିଛି। ମୋତେ ସରକାରୀ ଅନୁଦାନ କିଛି ମିଳୁନାହିଁ। କିଛି ବିଶ୍ବାସଭାଜନ ଲୋକତ ମୋତେ କିଛି ସାହାଯ୍ୟ କରନ୍ତି। ମୁଁ ଏହି ବଗିଚା କରିବା ପାଇଁ 4 ଜଣ ଲୋକ ରଖିଛୁ। "

ଛୋଟବେଳୁ ହିଁ ସମାଜସେବାରେ ରୁଚି ରଖିଥିଲେ ବିଜୟ । ସମାଜସେବା କରୁକରୁ ମୃତଦେହ ସତ୍କାର କରିବା ଆରମ୍ଭ କରିଥିଲେ । ଛୋଟ ଛୁଆଙ୍କ ମୃତ୍ୟୁହେଲେ ସେମାନଙ୍କ ମୃତଦେହକୁ ପୋତି ସେହି ସ୍ଥାନରେ ସୁନ୍ଦର ଗଛ ଲଗାଉଛନ୍ତି । ସେହି ଗଛଟି କେମିତି ବଡ ହେବ ତାର କିଭଳି ଯତ୍ନ ନିଆଯିବ ସେନେଇ ଚାରିଜଣ ଲୋକ ସେଠାରେ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟ କରିବା ପାଇଁ ସରକାରଙ୍କ ଠାରୁ କୌଣସି ଅନୁଦାନ ଆସୁନଥିବା ବେଳେ ନିଜ ହାତରୁ ସେମାନଙ୍କୁ ମଜୁରୀ ଦେଉଛନ୍ତି। ଏହି ସମାଜସେବା ପାଇଁ ଜାତୀୟ ସ୍ତରରେ ସେ ସମ୍ମାନିତ । ରାଜ୍ୟ ତଥା ଜାତୀୟସ୍ତରୀୟ ପୁରସ୍କାରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ରାଜୀବ ଗାନ୍ଧୀ ପୁରସ୍କାର, ଜୀବନବ୍ୟାପି ସାଧନା ପୁରସ୍କାରରେ ସେ ପୁରସ୍କୃତ । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସଂସ୍ଥା ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ଦେଇଥିବା ବେଳେ ବିଜୟ ଜେନାଙ୍କୁ ମଧ୍ୟ ସମାଜସେବାରେ ଲାଇଫ ଟାଇମ ଆଟିଭମେଣ୍ଟ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।

ଏହା ମଧ୍ୟ ପଢନ୍ତୁ: ଦୀପାବଳିରେ ଟଙ୍କା ସୁନା ଭର୍ତ୍ତି ଗିଫ୍ଟ, ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ

ବାପାଙ୍କ ଏହି ସମାଜସେବା କାମରେ ଅନୁପ୍ରାଣିତ ହୋଇ ଇଞ୍ଜିନିୟର ଚାକିରି ଛାଡି ବାପାଙ୍କ ଜନସେବା ବ୍ରତକୁ ଆପଣାଇଛନ୍ତି ପୁଅ ପ୍ରଦୀପ୍ତ । ମାନବ ସେବାରେ ଯେଉଁ ଖୁସି ଅଛି ସେହି ଖୁସି ଚାକିରିରେ ମିଳୁନଥିବାରୁ ଏହି ଜନସେବାକୁ ଆପଣାଇଥିବା କହିଛନ୍ତି ପ୍ରଦୀପ୍ତ । ଆଜି ବ୍ୟସ୍ତ ବହୁଳ ଜୀବନରେ କିଏ କାହା କଥା ବୁଝେ । କିନ୍ତୁ ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ବିଜୟ । ମନରୁ ଛୁଆଁ ଅଛୁଆଁ, ଶ୍ମଶାନ ପ୍ରତି ଥିବା ଅନ୍ଧବିଶ୍ବାସକୁ ଦୂର କରିବା ସହ ପରିବେଶ ସ୍ବଚ୍ଛତା ରଖିବା ପାଇଁ ବିଜୟଙ୍କ ଏହି ଉଦ୍ୟମ ନିହାତି ପ୍ରଶଂସା ଯୋଗ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.