ETV Bharat / state

ଜେଲ ଫେରନ୍ତା ଅପରାଧିଙ୍କୁ ନଜରରେ ରଖିବ ପୋଲିସ

ରାଜଧାନୀ ଭୁବନେଶ୍ବର ଲୁଟେରାଙ୍କର ଏକପ୍ରକାର ଆଡ୍ଡାସ୍ଥଳୀ ପାଲଟିଛି । ଦିନଦ୍ବିପ୍ରହରରେ ହେଉଛି ବଡ଼ଧରଣର ଲୁଟପାଟ୍ । ତେଣୁ ଜେଲରୁ ବାହାରୁଥିବା ଅପରାଧି ଏପରି ମାମଲାରେ ଜଡିତ ଥିବା ନେଇ ଏମାନଙ୍କ ଉପରେ ନଜର ରଖିବ କମିଶନରେଟ୍ ପୋଲିସ ।

author img

By

Published : Jun 22, 2019, 8:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ରାଜ କରୁଛନ୍ତି ଲୁଟେରା । ପ୍ରତିଦିନ ପୋଲିସ ପାଖକୁ ଆସୁଛି ଏମିତି କିଛି ଅଭିଯୋଗ। କିନ୍ତୁ ଲୁଟେରାଙ୍କ ଟେର ପାଉନି କମିସନରେଟ୍ ପୋଲିସ । ଜେଲରୁ ଫେରୁଥିବା ଅପରାଧି ମଧ୍ୟ ଘଟାଉଛନ୍ତି ଲୁଟ ତେଣୁ ସେମାନଙ୍କ ଉପରେ ନଜର ରଖିବାକୁ ନେଇଛି ନିଷ୍ପତ୍ତି ।

ଗତ ୧୭ ତାରିଖରେ ମଞ୍ଚେଶ୍ବର ଥାନା ଚକେଇସିଆଣୀ ନିକଟରୁ ଲୁଟ ହୋଇଥିଲା । ଜଣେ ସରକାରୀ କଲେଜର ଅଧ୍ୟାପକଙ୍କ ଘରୁ ସୁନା ଅଳଙ୍କାର ସହ ଟଙ୍କା ମଧ୍ୟ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ସୂଚନା ଅନୁଯାୟୀ ମଞ୍ଚେଶ୍ଵର ଥାନା ଅଧୀନରେ ଥିବା ଚକେଇସିଆଣୀ ଅଞ୍ଚଳରୁ ଗତ ମେ ମାସ ୩୧ ତାରିଖ ରେ ଘରେ କେହି ନଥିବା ବେଳେ ଲୁଟ ହୋଇଥିବା ଅଭିଯୋଗ ଆଣିଛନ୍ତି ଗୋପାଳ କୃଷ୍ଣ ଆଚାର୍ଯ୍ୟ । ଘରୁ ଲୁଟେରା ପ୍ରାୟ ୨୨ ଭାରି ସୁନା ଓ ରୂପା ସହ ନଗଦ ୫୦ ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଖବର ପାଇ କମିସନରେଟ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଗୌଡ ଓ ତାର ଦୁଇ ସହଯୋଗୀକୁ ଗିରଫ କରିଛି । ସେମାନଙ୍କ ଠାରୁ ୧୪୦ ଗ୍ରାମ ସୁନା, ୩୧୦ ଗ୍ରାମ ରୂପା ଓ ଏକ କଳା ରଙ୍ଗର ପଲ୍ସର ଗାଡ଼ିକୁ ଜବତ କରିଛି ପୋଲିସ । ସେହିପରି ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ପିଛା କରୁଥିବା ନେଇ ଶୁକ୍ରବାର ପୋଲିସକୁ ଖବର ମିଳିବା ପରେ ପିସିଆର୍ ଘଟଣା ସ୍ଥଳରେ ପହଞ୍ଚି ସେହି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏମିତି କି ରାଜଧାନୀ ରେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ପୋଲିସ ହାତ ଖାଲି । ଅପରାଧୀଙ୍କୁ ଧରିବାରେ ବିଫଳ ସାଜିଛି ପୋଲିସ । କିଛି ଅପରାଧି ଜେଲରୁ ଫେରିଲା ପରେ ପୁନର୍ବାର ଲୁଟପାଟ୍ କରିବାରେ ଲାଗିପଡିଛନ୍ତି । ତେଣୁ ଏହି ଜେଲ ଫେରନ୍ତା ଅପରାଧିଙ୍କ ଉପରେ ପୋଲିସ ନଜର ରଖିବା ନେଇ ସୂଚନା ଦେଇଛି କମିଶନରେଟ ପୋଲିସ ।

ଭୁବନେଶ୍ବର ବିକାଶ ଦାସ, ଇଟିଭି ଭାରତ

ଜେଲ୍ ରୁ ବାହାରୁଥିବା ଅପରାଧୀଙ୍କ ଉପରେ ରହିବ ପୋଲିସ ର ନଜର।

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଚକେଇସିଆଣୀ ନିକଟରୁ ଗତ ୧୭ ତାରିଖ ରେ ଲୁଟ ହୋଇଥିଲା। ଜଣେ ସରକାରୀ କଲେଜର ଅଧ୍ୟାପକ ଙ୍କ ଘରୁ ଶୂନ ଅଳଙ୍କାର ସହ ଟଙ୍କା ମଧ୍ୟ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କୁ ଆଧାର କରି ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।

ସୂଚନା ଅନୁଯାୟୀ ମଞ୍ଚେଶ୍ଵର ଥାନା ଅଧୀନରେ ଥିବା ଚକେଇସିଆଣୀ ଅଞ୍ଚଳ ରୁ ଗତ ମେ ମାସ ୩୧ ତାରିଖ ରେ ଘରେ କେହି ନଥିବା ବେଳେ ଲୁଟ ହୋଇଥିବା ଅଭିଯୋଗ ଆଣିଛନ୍ତି ଗୋପାଳ କୃଷ୍ଣ ଆଚାର୍ଯ୍ୟ। ଘର ର କବାଟ ଓ ଝରକା ତାଡି ଘର ଭିତରକୁ ଲୁଟେରା ମନେ  ପ୍ରବେଶ କରି ଲୁଟ କରିଛନ୍ତି। ୨୨ ଭାରି ସୁନା ଅଳଙ୍କାର ଓ ରୂପା ଅଳଂକାର ଓ ନଗଦ ୫୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଖବର ପାଇଁ କମିସନରେଟ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଗୌଡ କୁ ଗିରଫ କରିଛି କମିଶନରେଟ ପୋଲିସ। ସୁଶାନ୍ତ କୁ ଗିରଫ କରିବା ସହ ତାର ଦୁଇ  ସହଯୋଗୀ କୁ ମଧ୍ୟ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ୧୪୦ ଗ୍ରାମ ସୁନା, ୩୧୦ଗ୍ରାମ ରୂପ ଓ ଏକ କଳା ରଙ୍ଗର ପଲ୍ସର ଗାଡ଼ିକୁ ଜବତ କରିଛି ପୋଲିସ। 

ଗତକାଲି ମଧ୍ୟ ରାତି ରେ ପିଶିଆର୍ କୁ ଖବର ଦେଇଥିଲେ ଜଣେ ଗାଡ଼ି ଚାଲାକ। ତାଙ୍କୁ କିଛି ଯୁବକ ବହୁତ ସମୟ ଦରି ପିଛା କରୁଥିବାର। ପିସିଆର୍ ଘଟଣା ସ୍ଥଳରେ ପହଁଚି ସମସ୍ୟା ଯୁବକ ଅଟକ ରଖି ପଚରାଉଚରା କରୁଛି। ଏମିତି କି ରାଜଧାନୀ ରେ ବାରମ୍ବାର ଘଟିଥିବା ବେଳେ ପୋଲିସ ହାତ ଖାଲି ରହୁଛି। ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ ହେଉଛି। କିଛି ଯୁବକ ଅଛନ୍ତି ଜେଲ୍ ରୁ ଆସିଲା ପରେ ପୁନର୍ବାର ଲୁଟ ପଟ କରିବାରେ ଲାଗିପଡିଛନ୍ତି।୩ ମାସ ଭିତରେ ଯେଉଁ ମାନେ ଲୁଟ କରି ଜେଲ ଯାଇଛନ୍ତି ସେମାନେ ବାହାରିଲା ପରେ ମଧ୍ୟ ଲୁଟ କରୁଥିବା ସୂଚନା ମିଳିଛି। ପ୍ରତି ମୁହୁର୍ତ୍ତ ରେ  ସେମାନଙ୍କ ଉପରେ ନଜର ରହିବ ପୋଲିସ ର।

Byte send mojo 
Visual send WhatsApp

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.