ETV Bharat / state

ଖୋର୍ଦ୍ଧାରେ ଟେଷ୍ଟିଂ-ଟୀକାକରଣ ଦୁଇ ଦିନ ବନ୍ଦ

author img

By

Published : May 26, 2021, 1:09 PM IST

ବାତ୍ୟା ୟସକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ପାଇଁ ବନ୍ଦ ହେଲା କୋଭିଡ ଟେଷ୍ଟିଂ ଓ ଟୀକାକରଣ । ଅଧିକ ପଢନ୍ତୁ...

ବାତ୍ୟା ୟସ ପାଇଁ ଖୋର୍ଦ୍ଧାରେ ଟେଷ୍ଟିଂ-ଟୀକାକରଣ ଦୁଇ ଦିନ ବନ୍ଦ

ଖୋର୍ଦ୍ଧା: ବାତ୍ୟା ପାଇଁ ସାମୟିକ ଭାବେ ବନ୍ଦ ହେଲା ଟେଷ୍ଟିଂ ଓ ଟୀକାକରଣ । ବାତ୍ୟା ୟସକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ପାଇଁ କୋରୋନା ଟୀକାକରଣ, ଟେଷ୍ଟିଂ ଓ ଘର ଘର ବୁଲି କରାଯାଉଥିବା କୋଭିଡ ସର୍ଭେକୁ ସ୍ଥଗିତ ରଖାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଅତି ତୀବ୍ର ରୂପ ନେଇ ସମୁଦ୍ର ଭିତରୁ ଆସି ସ୍ଥଳଭାଗ ଛୁଉଁଛି ବାତ୍ୟା ୟସ । ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାର ସବୁ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି । ସେହିପରି ବାତ୍ୟା ପାଇଁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ସେପଟେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ଓ ଗୁରୁବାର ଦୁଇଦିନ ଜିଲ୍ଲାରେ ଟୀକାକରଣ ଓ ଟେଷ୍ଟିଂକୁ ଜିଲ୍ଲା ପ୍ରଶାସନ ସ୍ଥଗିତ ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.