ETV Bharat / state

Covid Mock Drill: ପୁଣି କୋଭିଡ୍ ମୁକାବିଲା ପାଇଁ କେତେ ପ୍ରସ୍ତୁତ ଓଡିଶା ? କାଲି ସାରା ରାଜ୍ୟରେ ମକଡ୍ରିଲ - ଭୁବନେଶ୍ବର ନ୍ୟୁଜ

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ କୋଭିଡ ମୁକାବିଲା ବ୍ୟବସ୍ଥାର ତଦାରଖ ପାଇଁ ଆସନ୍ତାକାଲି ସାରା ଦେଶରେ ହେବ ମକଡ୍ରିଲ (Covid Mock Drill) । ଅଧିକ ପଢନ୍ତୁ

omicron bf 7 variant
omicron bf 7 variant
author img

By

Published : Dec 26, 2022, 9:57 PM IST

Covid Mock Drill

ଭୁବନେଶ୍ବର: ବିଦେଶରେ ବଢୁଛି କାରୋନା ସଂକ୍ରମଣ । ଏନେଇ ଆସନ୍ତାକାଲି ସାରା ରାଜ୍ୟରେ ହେବ ମକ ଡ୍ରିଲ (Covid Mock Drill)। ହସ୍ପିଟାଲରେ ବେଡ, ଅକ୍ସିଜେନ, ଆଇସିୟୁ, କୋଭିଡ କୀଟ, ଔଷଧ, ଭେଣ୍ଟିଲେଟର, ପିପିଇ କୀଟ ସହ ମ୍ୟାନପାୱାରର ହେବ ଯାଞ୍ଚ। ଏହା ସହ ରାଜ୍ୟରେ ଏ ପର୍ଯ୍ୟନ୍ତ ଆହୁରି ଦେଢ କୋଟି ହିତାଧିକାରୀ ମାନେ ପ୍ରିକସନ ଡୋଜ ଟୀକା ନେଇନାହାନ୍ତି । ସାଧାରଣତଃ ଭାବରେ ବୁଷ୍ଟର ଡୋଜ୍ ନେବାର 4 ରୁ 6 ମାସ ମଧ୍ୟରେ ଆଣ୍ଟିବଡି କମିଆସେ। ତେଣୁ ନାଜାଲ ଟୀକାକୁ ମଧ୍ୟ ଅନ୍ୟଟୀକା ନେଇଥିବା ବ୍ୟକ୍ତି ଏହାକୁ ବୁଷ୍ଟର ଡୋଜ୍ ଭାବେ ନେଇପାରିବେ।

ରାଜ୍ୟରେ ଟିକାକରଣ ରେ ଭଲ ପ୍ରଦର୍ଶନ କରିଥିବା ବେଳେ ଆହୁରି ମଧ୍ୟ ପାଖାପାଖି ଦେଢ କୋଟି ରୁ ଅଧିକ ଲୋକମାନେ ପ୍ରିକସନ ଡୋଜ୍ ଟୀକା ନେଇନାହାନ୍ତି। ତେବେ ରାଜ୍ୟରେ ନଭେମ୍ବର ୨୮ଠାରୁ ସରକାରୀ ଟୀକାକରଣ କେନ୍ଦ୍ରରେ ଟୀକାକରଣ ବନ୍ଦ ରହିଛି । କେବଳ ଘରୋଇ ହସ୍ପିଟାଲରେ ଟୀକାକରଣ ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3 କୋଟି 25 ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର 41 ପ୍ରତିଶତ ପ୍ରିକସନ ଡ଼ୋଜ ନେଇଛନ୍ତି। ବାକି 59 ପ୍ରତିଶତ ହିତାଧିକାରୀଙ୍କ ଟୀକାକରଣ ପାଇଁ କେନ୍ଦ୍ର କୁ ଟୀକା ଦେବା ପାଇଁ ଅନୁରୋଧ କରାଯାଇଛି। ଯେହେତୁ ବର୍ତ୍ତମାନ ସମୟରେ ଅନେକ ଦେଶରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି ତେବେ ଏ ନେଇ ଆହୁରି ଟୀକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । କିନ୍ତୁ ଏଯାଏଁ କେନ୍ଦ୍ର ନିକଟରୁ କୌଣସି ଉତ୍ତର ମିଳି ନ ଥିବା ବେଳେ ଯଦି ରାଜ୍ୟକୁ ଟୀକା ଆସେ ତେବେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ।

ସେହିପରି କୋଭିଡ ଭୟରେ କିଛି ଦିନ ହେଲା ଘରୋଇ ହସ୍ପିଟାଲରେ ପ୍ରିକସନ୍ ଡୋଜ୍ ଟୀକା କରଣ ବଢ଼ିଛି । ଯେତେ ଜଲଦି କେନ୍ଦ୍ର ନିକଟରୁ ମାଗଣା ଟୀକା ପାଇଁ ନିର୍ଦ୍ଦେଶ ମିଳିବ, ଟୀକାକରଣ ତ୍ବରାନ୍ବିତ ହୋଇପାରିବ । ବର୍ତ୍ତମାନ ଯାଏଁ ଚତୁର୍ଥ ଡୋଜ୍ ଲାଗି କୌଣସି ନିର୍ଦ୍ଦେଶ ଆସିନାହିଁ । ତେବେ ସାଧାରଣତଃ ଭାବରେ ବୁଷ୍ଟର ଡୋଜ୍ ନେବାର 4 ରୁ 6 ମାସ ମଧ୍ୟରେ ଆଣ୍ଟିବଡି ଲେଭେଲ କମିଆସେ । ଏବେ ରାଜ୍ୟ ସରକାର ତୃତୀୟ ଡୋଜକୁ ଗୁରୁତ୍ଵ ଦେଉଛନ୍ତି । ଯଦି ଚତୁର୍ଥ ଦୋଜ ନେଇ ନିର୍ଦ୍ଦେଶ ଆସିବ ସେ ପ୍ରସଙ୍ଗରେ ବିଚାର କରିବା ନେଇ ସୂଚନା ଦେଇଛନ୍ତି।

ଅନ୍ୟପଟେ ନାଜଲ୍ ଭ୍ୟାକ୍ସିନ ପ୍ରାରମ୍ଭିକ ଭାବେ ଘରୋଇ ହସ୍ପିଟାଲରେ ଉପଲବ୍ଧ । ଏହି ଟୀକା ନେବା ସହଜ । ଏହାସହ ଭାରତ ସରକାର ନାଜାଲ ଟୀକା କୁ ମିକ୍ସ ଆଣ୍ଡ ମ୍ୟାଚ୍ ପଲିସିରେ ସାମିଲ କରିଛନ୍ତି । ତେଣୁ ଅନ୍ୟ ଟୀକା ନେଇଥିବା ବ୍ୟକ୍ତି ଏହାକୁ ବୁଷ୍ଟର ଡୋଜ୍ ଭାବେ ନେଇପାରିବେ । ନାଜଲ ଭ୍ୟାକ୍ସିନ ସଂକ୍ରମଣକୁ ମଧ୍ୟ ରୋକିବାରେ ସହାୟକ ହେବ । ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଇବ । ଏହା ଦୁଇଟି ସ୍ତରରେ ସୁରକ୍ଷା ଦେବ।

ଏପଟେ ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ କୋଭିଡ ମୁକାବିଲା ବ୍ୟବସ୍ଥାର ତଦାରଖ ପାଇଁ ଆସନ୍ତାକାଲି ସାରା ଦେଶରେ ହେବ ମକଡ୍ରିଲ । ଜିଲ୍ଲା ସ୍ତରରେ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ ବେଡ଼, ଅକ୍ସିଜେନ ଆଇସିୟୁ, କୋଭିଡ କୀଟ, ଔଷଧ, ଭେଣ୍ଟିଲେଟର, ପିପିଇ କୀଟ ସହ ମ୍ୟାନପାୱାର ନେଇ ମକଡ୍ରିଲ ହେବ । ଏହି ତଥ୍ୟକୁ କେନ୍ଦ୍ର ସରକାରଙ୍କ କୋଭିଡ ପୋର୍ଟାଲରେ ଅପଲୋଡ଼ କରିବେ ଜିଲ୍ଲା ପ୍ରଶାସନ । ଏବେ ସରକାରୀ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ କୋଭିଡ ପାଇଁ ଆଇସସୋଲେସନ୍ ବେଡ୍ ରଖାଯାଇଛି । ଯଦି କୋଭିଡ ସଂଖ୍ୟା ବଢ଼େ, ପର୍ଯ୍ୟାୟ କ୍ରମେ ବେଡ୍ ସଂଖ୍ୟା ପୁନଶ୍ଚ ବଢାଯିବ। ଅନ୍ୟପଟେ ଆସନ୍ତାକାଲି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲା ଅଧିକାରୀ ଉପସ୍ଥିତ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.