ଖୋର୍ଦ୍ଧା: ଜିଲ୍ଲାରେ ପୁଣି କଡାକଡି ହେବ କୋଭିଡ କଟକଣା । ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ଦେଖାଦେବ ପରେ ଆମ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଖୋର୍ଦ୍ଧାରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ସେହପାରି ଆଜି ଜିଲ୍ଲାର ସମସ୍ତ ବିଡ଼ିଓ ଏବଂ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ସେହିପରି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପୁନର୍ବାର ଲୋକଙ୍କୁ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି । ଏଦିଗରେ ଆସନ୍ତା ଦିନରେ ପୁଣି ସାଧାରଣ ଲୋକମାନଙ୍କୁ ସଚେତନ କରାଯିବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ