ETV Bharat / state

ରାଜ୍ୟରେ ଶହେ ଟପିଲା ଦୈନିକ ସଂକ୍ରମଣ, ଚିହ୍ନଟ ହେଲେ 104 ନୂଆ ପଜିଟିଭ

author img

By

Published : Apr 7, 2023, 3:49 PM IST

ରାଜ୍ୟରେ ଶହେ ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪ ନୂଆ ପଜିଟିଭ ଚିହ୍ନଟ ହୋଇଛି । ମୋଟ ସକ୍ରିୟ ରୋଗୀ ସଂଖ୍ୟା ୪୨୯କୁ ବୃଦ୍ଧି । ସେହିପରି ଗତ ଦିନକ ମଧ୍ୟରେ ୩୪ ରୋଗୀ ସୁସ୍ଥ ହୋଇଛନ୍ତି। ଅଧିକ ପଢନ୍ତୁ

covid cases rise in odisha
covid cases rise in odisha

ଭୁବନେଶ୍ବର: ରାଜ୍ୟରେ ଶହେ ଟପିଲା ଦୈନିକ ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪ ନୂଆ ପଜିଟିଭ ଚିହ୍ନଟ ହୋଇଛି । ମୋଟ ସକ୍ରିୟ ରୋଗୀ ସଂଖ୍ୟା ୪୨୯କୁ ବୃଦ୍ଧି । ସେହିପରି ଗତ ଦିନକ ମଧ୍ୟରେ ୩୪ ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ 5 ହଜାର 526ଟି ସାମ୍ପଲ୍ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ 104 ନୂଆ ପଜିଟିଭ ଚିହ୍ନଟ ହୋଇଛି । ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ କରୋନାର ଆଉ ଏକ ଲହର ଆସିବା ନେଇ ଏକ ପ୍ରକାର ସଂକେତ ମିଳିଛି । ଦୀର୍ଘ ମାସର ବ୍ୟବଧାନ ପରେ ଆଜି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଦିନକୁ ଦିନ ଏକାଧିକ ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା ବଢ଼ୁଛି । ଯଦିଓ ରାଜ୍ୟରେ କୋରୋନା ସଂକ୍ରମଣ ବଢ଼ୁଛି, ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ଏପର୍ଯ୍ୟନ୍ତ ମୃତ୍ୟୁ ଘଟି ନାହିଁ । ଅନ୍ୟପଟେ ଦେଶ‌ରେ ଦୈନିକ କୋଭିଡ୍‌ ସଂକ୍ରମଣ ୫ ହଜାର ଟପିଛି । ଯାହା ଚିହ୍ନଟ ହୋଇଥିବା ସଂକ୍ରମଣ ମାମଲା ୬ ମାସରେ ସର୍ବାଧିକ ଅଟେ । ଦେଶରେ ସକ୍ରିୟ ସଂକ୍ରମଣ ମାମଲା ଚିହ୍ନଟ ପରେ ଚିନ୍ତାର କାରଣ ହୋଇଛି ।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ର ସମେତ ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ପୁଡ଼ୁଚେରୀ ଏବଂ ରାଜସ୍ଥାନରେ କୋରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ସବୁ କୋଭିଡ ପଜିଟିଭ ନମୁନାକୁ ଜିନ ସିକ୍ୱେନ୍ସିଂ ପାଇଁ ପଠାଇବାକୁ ସମସ୍ତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବା ସହ ସର୍ଭେଲାନ୍ସ ବଢ଼ାଇବାକୁ ମଧ୍ୟ କୁହାଯାଇଛି । ତେଣୁ ଲୋକମାନେ ଆତଙ୍କିତ ହେବାର କୌଣସି କାରଣ ନଥିବା ବେଳେ ଲୋକମାନେ ସଚେତନ ରହି କୋଭିଡ ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ଛତ୍ର ବଜାରର ନୂଆ ରୂପ ଅର୍ବାନ ହାଟ, ବ୍ୟବସାୟୀଙ୍କ ପାଇଁ ରହିଛି 550 ପିଣ୍ଡି

ଦେଶରେ କୋଭିଡ ସଂକ୍ରମିତ ସଂଖ୍ୟା ଉପର ମୁହେଁ ହେବାର ଲାଗୁଛି ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ଥିତି ସମୀକ୍ଷା କରିଥିଲେ । ଏହାସହ ସମସ୍ତ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସହିତ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ କୋଭିଡ ସ୍ଥିତି ନେଇ ସମୀକ୍ଷା ମଧ୍ୟ କରିଥିଲେ । ରାଜ୍ୟରେ ସର୍ଭେଲାନ୍ସ, ଟ୍ରାକିଂ, ଟେଷ୍ଟିଂ ଚାଲିଛି । ସବୁ ଡାକ୍ତରଖାନାରେ ଆଇସୋଲେସନ , ଆଇସିୟୁ ବେଡ୍ ମହଜୁଦ ରହିଛି । ରୋଗୀ ଆସିଲେ ଅସୁବିଧା ହେବନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.