ETV Bharat / state

ଦମ୍ପତିଙ୍କୁ ଆକ୍ରମଣ: ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର - Attack on Couple

ରାସ୍ତାରେ ଯାତାୟତ ସମୟରେ ଦମ୍ପତିଙ୍କୁ ମାଡ ମାରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ । ଅଧିକ ପଢନ୍ତୁ...

ଦମ୍ପତିଙ୍କୁ ଆକ୍ରମଣ: ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

author img

By

Published : Jul 13, 2021, 7:53 AM IST

ଖୋର୍ଦ୍ଧା: ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଉଭୟ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବାବେଳେ ଏଠାରେ ଦିନକୁ ଦିନ ରାହାଜାନି, ଲୁଟ ଆଦି ବଢ଼ୁଥୁବାରୁ ବର୍ତ୍ତମାନ ପର୍ଯ୍ୟଟକ ତଥା ବ୍ୟବସାୟୀ ଉକ୍ତ ରାସ୍ତା ଦେଇ ଯିବା ଆସିବାକୁ ସୁରକ୍ଷିତ ମଣୁନାହାନ୍ତି । ଗତ 2 ମାସ ଭିତରେ ଏଠାରେ ଦୁଇ ଥର ଲୁଟ ହୋଇଥିବାବେଳେ ଗତକାଲି ରାତିରେ ପୁଣି ଶାଳିଆ ଡ୍ୟାମ ଠାରୁ ମାତ୍ର ୩୦୦ ମିଟର ଦୂରରେ ଜଣେ ଦମ୍ପତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେବା ସହ ଦୁର୍ବୃତ୍ତମାନେ ମହିଳାଙ୍କୁ ଛୁରା ମାଡ଼ ମଧ୍ୟ କରିଛନ୍ତି ।

ଦମ୍ପତିଙ୍କୁ ଆକ୍ରମଣ: ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଏନେଇ ଦମ୍ପତି ଜଣକ ଆଜି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝୁରି ନୂଆଗାଁ ଅଞ୍ଚଳର କଲ୍ୟାଣ କୁମାର ଜେନା ଏବଂ ତାଙ୍କ ପତ୍ନୀ ପୂଜା ନାହାକ ଉଭୟ ଗତକାଲି ବାଇକ ଯୋଗେ ବାଣପୁର ଥାନା ଅନ୍ତର୍ଗତ ଅରଖଡିହ ଗ୍ରାମ ସ୍ଥିତ ନିଜ ବନ୍ଧୁ ଘରକୁ ଯାଇଥିଲେ । କାମସାରି ସଂଧ୍ୟାରେ ଉଭୟ ନିଜ ଗ୍ରାମକୁ ଫେରୁଥିବା ବେଳେ ପାଖାପାଖି ୭ ଘଟିକା ସମୟରେ ଶାଳିଆ ଡ୍ୟାମ ଠାରୁ ୩୦୦ ମିଟର ଆଗରେ ୩ଜଣ ଦୁର୍ବୁତ୍ତ ଏକ ଧଳା ରଙ୍ଗର ସ୍କୁଟିରେ ଆସି ଉଭୟଙ୍କୁ ପଛପଟୁ ଅଟକାଇଥିଲେ ।

ପରବର୍ତ୍ତୀ ସମୟରେ ପୂଜାଙ୍କୁ ବନ୍ଧୁକ ଏବଂ ଛୁରୀ ଦେଖାଇ ତାଙ୍କ ନିକଟରୁ ପାଖାପାଖି ୧୦୦ ଗ୍ରାମ ସୁନା ଗହଣା ଲୁଟିନେଇଥିଲେ । ତେବେ ଉଭୟ ଜୋରରେ ପାଟି କରିବାରୁ ଦୁର୍ବୃତ୍ତମାନେ ଛୁରୀରେ ପୂଜାଙ୍କ ହାତକୁ ଆକ୍ରମଣ କରି ବାଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ପୂଜାଙ୍କ ଚିକିତ୍ସା ନିମନ୍ତେ ତାଙ୍କ ସ୍ୱାମି କଲ୍ୟାଣ ୧୦୮ ଆମ୍ବୁଲାନ୍ସ ଦ୍ୱାରା ପ୍ରଥମେ ତାଙ୍କୁ ସୁମଣ୍ଡଳ ଏବଂ ପରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଥିଲେ । ଆଜି(ସୋମବାର) ଚିକିତ୍ସିତ ହେବାପରେ ଦମ୍ପତି ଜଣକ ବାଣପୁର ଥାନାରେ ହାଜର ହୋଇ ଏ ନେଇ ଲିଖିତ ଅଭିଯୋଗ କରିବା ସହ ଯଥାଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଅଳଙ୍କାର ଗୁଡିକୁ ଜବତ କରିବା ପାଇଁ ଥାନାଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାନୁଯାୟୀ ଏହି ସ୍ଥାନରେ ୨ ମାସ ଆଗରୁ ନୂଆଗଡର ଜଣେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ଓ ମୋବାଇଲ ଲୁଟ କରିବା ସହ ମାତ୍ର ୧୫ ଦିନ ପୂର୍ବେ ଅଂଗରଗାଁର ଏକ ବ୍ୟବସାୟୀଙ୍କ ଠାରୁ ଗାଡି ଓ ଟଙ୍କା ଲୁଟ ହୋଇଥିଲା । ସେହି ଲୁଟ ସ୍ଥାନରେ ୩ୟ ଘଟଣା । ହେଲେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି । ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଦୁର୍ଗମ ରାସ୍ତା ହୋଇଥିବାରୁ ଉଭୟ ଜିଲ୍ଲାର ଥାନା ପକ୍ଷରୁ ଏଠାରେ ପାଟ୍ରୋଲିଂ ମଧ୍ୟ ହେଉନାହିଁ ।

ଏହିପରି ଲୁଟ, ରାହାଜାନି ଏଠାରେ ବାରମ୍ବାର ଘଟୁଥିବା ବେଳେ ପୋଲିସ ଦୁର୍ବୃତ୍ତମାନଙ୍କ ଟେର ନପାଇବା ଆଶ୍ଚର୍ଯ୍ୟର କଥା । ଉକ୍ତ ଅଞ୍ଚଳରେ ଏକ ପୋଲିସ ଆଉଟପୋଷ୍ଟ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.