ETV Bharat / state

ରାସନ ସାମଗ୍ରୀରୁ ଚାଉଳ ହଡ଼ପ: ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ - ବ୍ଲକ କାର୍ଯ୍ୟାଳୟ ଘେରାଉ

ଲୋକଙ୍କ ରାସନ ସାମଗ୍ରୀରୁ ଚାଉଳ ହଡ଼ପ ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ । ଅଧିକ ପଢନ୍ତୁ...

ରାସନ ସାମଗ୍ରୀରୁ ଚାଉଳ ହଡ଼ପ: ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ

author img

By

Published : Jun 4, 2021, 1:42 PM IST

ଖୋର୍ଦ୍ଧା: ସରକାର ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡପିଛା 5କେଜି ରାସନ ସାମଗ୍ରୀ ପ୍ରଦନ କରୁଛନ୍ତି । କିନ୍ତୁ ଏବେ ଏହାକୁ ହଡ଼ପ କରାଯାଉଥିବା ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ରାଉତପଡ଼ା ଗ୍ରାମର ହିତାଧିକାରୀ । ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡ଼ପ ପ୍ରତିବାଦରେ ଆଜି ରାଉତପଡାର ଗରିବ ହିତାଧିକାରୀ ବେଗୁନିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ରାସନ ସାମଗ୍ରୀରୁ ଚାଉଳ ହଡ଼ପ: ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ

ହିତାଧିକାରୀଙ୍କ ଉଦେଶ୍ୟରେ ଆସୁଥିବା ରାସନ ସାମଗ୍ରୀକୁ ଠିକ ଭାବେ ଲୋକଙ୍କୁ ପ୍ରଦାନ କରିବା ସହ ରାଉତପଡା ଯୋଗାଣ ଅଧିକାରୀଙ୍କୁ ତୁରନ୍ତ ବଦଳି ଦାବି କରି ଏକ ଦାବିପତ୍ର ବେଗୁନିଆ ଅତିରିକ୍ତ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି । ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ହିତାଧିକାରୀ ମାନେ ଶାନ୍ତ ହୋଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.