ETV Bharat / state

BMC କର୍ପୋରେସନ ବୈଠକ: 'ଜାଗା ମିଶନ'କୁ ନେଇ ହଟ୍ଟଗୋଳ, ଫେରୁଛି ରାହାଗିରି - rahagiri in bhubaneswar

BMCର କର୍ପୋରେସନ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । 'ଜାଗା ମିଶନ'ରେ ଚଞ୍ଚକତାକୁ ନେଇ ବିରୋଧୀ କର୍ପୋରେଟର ହଟ୍ଟଗୋଳ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

corporation meeting of BMC
BMC କର୍ପୋରେସନ ବୈଠକ
author img

By ETV Bharat Odisha Team

Published : Nov 20, 2023, 7:20 PM IST

BMC କର୍ପୋରେସନ ବୈଠକ

ଭୁବନେଶ୍ବର: ଶେଷ ହୋଇଛି BMCର କର୍ପୋରେସନ ବୈଠକ । BMC ର କର୍ପୋରେସନ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ 'ଜାଗା ମିଶନ' ରେ ଅନିୟମିତତାକୁ ନେଇ ବୈଠକରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଜେପି କର୍ପୋରେଟରମାନେ 'ଜାଗା ମିଶନ'ରେ ଚଞ୍ଚକତାକୁ ନେଇ ପ୍ରଶ୍ନ କରିଥିବାବେଳେ କଥା କଟାକଟି ସ୍ଥିତି ଉପୁଜିଥିଲା । "ଯଦି ଡ୍ରୋନ ସର୍ଭେ ଠିକ ହୋଇଛି ତାହାଲେ ସଠିକ ହିତାଧିକାରୀ କାହିଁକି ଜମି ପାଇନାହାନ୍ତି ?" ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ପୋରେଟର ।

ଏନେଇ କର୍ପୋରେଟର ଯଶୋଧାରା ପ୍ରଧାନ କହିଛନ୍ତି, "ଜାଗା ମିଶନରେ ଅନିୟମିତତା ହୋଇଛି । କେଉଁଠି ଲୋକଙ୍କୁ ସେମାନଙ୍କର ଯୋଗ୍ୟତାକୁ ନେଇ ଜାଗା ମିଳିନି ତ ଆଉ କେଉଁଠି ଜମି ପାଇଁ ଟଙ୍କା ନେଇ ମଧ୍ୟ ଲୋକଙ୍କୁ ଏଯାବତ ସଠିକ ଜମି ପ୍ରମାଣପତ୍ର ମିଳିନାହିଁ। ନିର୍ବାଚନ ପାଇଁ ଗରିବ ବସ୍ତିବାସିନ୍ଦାଙ୍କୁ ଠକୁଛନ୍ତି ବିଏମସି ଓ ରାଜ୍ୟ ସରକାର । ଯାହାକୁ ଲୋକେ ବୁଝିଲେଣି । ଆଉ ଏହାର ଜବାବ ସହରବାସୀ ୨୦୨୪ ନିର୍ବାଚନରେ ଦେବେ । ସେପଟେ 'ଜାଗା ମିଶନ'ର ଏହି ଅଭିଯୋଗକୁ ନେଇ ମେୟର କହିଛନ୍ତି, "ଏହି ଅଭିଯୋଗ ବର୍ତ୍ତମାନର ନୁହଁ । ଯେଉଁଠି ତ୍ରୁଟି ରହିଛି ବ୍ୟକ୍ତିଗତ ଭାବେ ସଂଶୋଧନ କରୁଛୁ । ଏନେଇ ଜୋନ ଗୁଡିକରେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିବାବେଳେ ବ୍ୟକ୍ତିଗତ ଭାବରେ ଏହି ସମସ୍ୟାର ସମାଧାନ ହେବ।"

ସେପଟେ ରାଜଧାନୀରେ ପୁଣି 'ରାହାଗିରି' ଫେରିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ସେ କହିଛନ୍ତି, "ପୁଣି ଥରେ ନାଚିବ ଗାଇବ ଭୁବନେଶ୍ୱର । ଡିସେମ୍ବର ଶେଷ ରବିବାର ଏବଂ ଜାନୁଆରୀ ମାସର 2ଟି ରବିବାର 3ଟି ଜୋନରେ 3 ଟି ରାହାଗିରି କରାଯିବ । ଏଥିପାଇଁ କମିଟି ଗଠନ କରିବ BMC । ଯେଉଁ କମିଟିରେ ଗୋଟିଏ ଲେଖାଏଁ ଜୋନର ୨ ଜଣ କର୍ପୋରେଟର ଓ ଜଣେ ଜେଡିସି ରହିବେ ଆଉ ଏହାର ତଦାରଖ ଡେପୁଟି କମିଶନର କରିବେ । ଏଥର କିନ୍ତୁ ରାହାଗିରିରେ ନୂଆ ନୂଆ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ରାହାଗିରିରେ କ'ଣ ହେବ କାର୍ଯ୍ୟକ୍ରମ ହେବ ସେ ସବୁ କମିଟି ନିଷ୍ପତ୍ତିକ୍ରମେ ହେବ ।"
ଏହା ବି ପଢନ୍ତୁ...BMC ଅଫିସ ସମ୍ମୁଖରେ ଅଳିଆ ଢାଳି ବିଜେରି ପ୍ରତିବାଦ, ଜବାବ ଦେଲେ ମେୟର

ମେୟର ଆହୁରି ମଧ୍ୟ କହିଛନ୍ତି, "ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଗଲା । କାରଣ ତାଙ୍କ ନେତୃତ୍ୱରେ ଆଜି ମେଟ୍ରୋ ପ୍ରକଳ୍ପ ପାଇଁ ଚୁକ୍ତି ସ୍ଵାକ୍ଷର ହୋଇଛି । ୬ ହଜାର ୨ ସହ ୫୫ କୋଟି ଟଙ୍କା ପ୍ରକଳ୍ପର ଚୁକ୍ତି ସ୍ଵାକ୍ଷର କରାଯାଇଛି । ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ସହ ଭୁବନେଶ୍ୱର କର୍ପୋରେସନର ଚୁକ୍ତି ସ୍ଵାକ୍ଷର ହୋଇଛି । ତେଣୁ ସହରବାସିନ୍ଦାଙ୍କୁ ଏହି ସୁନ୍ଦର ସୁଯୋଗ ଆଣିଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ବିଏମସି । ସେହିପରି ସ୍ୱଚ୍ଛତାକୁ ନେଇ ଟୟଲେଟ କରାଯିବା ସହ ଯେଉଁ ୱାର୍ଡରେ ୱାର୍ଡ ଅଫିସ ହୋଇନାହିଁ ସେଠାରେ କ'ଣ ଅସୁବିଧା ହୋଇଛି ତାର ସମାଧାନ ପାଇଁ ୱାର୍ଡ ଅଫିସ ନିର୍ମାଣ ହେବ । ସତ୍ୟନଗର ସହ ଆଉ ୫ଟି ଶ୍ମଶାନ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯିବା ନେଇ ଆଲୋଚନା ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.