ETV Bharat / state

ଖୋର୍ଦ୍ଧା ଉପଖଣ୍ଡରୁ ୭ କୋରୋନା ପଜିଟିଭ ଚିହ୍ନଟ, ଜଣେ ମୃତ - ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

corona-update-odisha
corona-update-odisha
author img

By

Published : May 20, 2020, 3:47 PM IST

ଖୋର୍ଦ୍ଧା: ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ୭ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ । ମୃତକ ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମର ୭୦ ବର୍ଷର ବୃଦ୍ଧ ଭୁବନେଶ୍ୱରରେ ଏମସରେ ଚିକିତ୍ସାଧିନ ଅବସ୍ଥାରେ ମୃତ ହୋଇଥିବା ସୂଚନା ମିଳିଛି । ଅନ୍ୟ ୬ ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକ ଲେଣ୍ଡୁ ପଞ୍ଚାୟତ ଗୋପୀନାଥପୁର ଗ୍ରାମର ୩ ଜଣ ଓ ସରପାରୀ ଗ୍ରାମର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ବ୍ଲକ ଓରବରସିଂହ ଗ୍ରାମର ଜଣେ ଗର୍ଭବତୀ ମହିଳା ଓ ଜଟଣୀ ଗଜପତିନଗରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତ କ୍ବାରାନଟାଇନ ସେଣ୍ଟରରେ ଥିଲେ ଓ ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.