ଖୋର୍ଦ୍ଧା: ପ୍ରଥମ ଥର ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ କୋରୋନା ପରୀକ୍ଷା । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପରୀକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି ।
ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଲକ୍ଷଣ ଥିବା ସଂକ୍ରମିତ ଓ ଅତି ଜରୁରୀକାଳୀନ ସ୍ଥିତିରେ ପରୀକ୍ଷା କରିବାକୁ ଏହି ବ୍ୟବସ୍ଥା କରାଯାଇଛି । ଯଦ୍ବାରା ସ୍ବାବ ସଂଗ୍ରହ ପରେ ଏଠାରେ ସହଜରେ ପରୀକ୍ଷା କରାଯାଇପାରିବ ।
ଦିନକୁ 18ଟି ସ୍ବାବ ପରୀକ୍ଷା କରିବାର କ୍ଷମତା ରହିଥିବା ଏହି କେନ୍ଦ୍ରକୁ ଶୁକ୍ରବାର ଜିଲ୍ଲାପାଳ ସୀତାଂଶୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ