ETV Bharat / state

କୋରୋନା କଟକଣା, ଲକଡାଉନ ନିୟମ ଉଲଘଂନ କରି ବ୍ୟବସାୟୀ ଗଣିଲେ ତଣ୍ଡ

author img

By

Published : Apr 25, 2020, 9:50 AM IST

ଲକଡାଉନ କଟକଣାକୁ ବେଖାତିର କରି ବିନା ମାସ୍କରେ ଓ ଚଢା ଦରରେ ଦୋକାନୀ କରୁଥିଲେ ବେପାର। ଏହି ସମୟରେ ଖୋର୍ଦ୍ଧା ବୋଲଗଡ ତହସିଲଦାର ଓ ଯୋଗାଣ ନିରୀକ୍ଷକ ଚଢ଼ାଉ କରିବା ସହ ଦୋକାନୀ ଗଣିଛନ୍ତି ଫାଇନ। ଅଧିକ ଖବର ପଢନ୍ତୁ...

କୋରୋନା କଟକଣା, ଲକଡାଉନ ନିୟମକୁ ଉଲଘଂନ କରି ବ୍ୟବସାୟୀ ଗଣିଲେ ତଣ୍ଡ
Corona rule

ଖୋର୍ଦ୍ଧା: ଲକଡାଉନ ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରିବା ମାକ୍ସ ଲଗାଇବା ଏବଂ ସଠିକ ବଜାର ଦରରେ ଖାଉଟି ମାନଙ୍କୁ ସମଗ୍ରୀ ବିକ୍ରୟ କରିବାକୁ ସରକାର ତଥା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି।

ତେବେ ଏଭଳି ନିୟମ ଓ ଲକଡାଉନ କଟକଣାକୁ ଖୋର୍ଦ୍ଧା ବଜାର ଅଞ୍ଚଳରେ କେତେକ ଲୋକେ ଅଣଦେଖା କରୁଥିବାର ଖବର ପାଇଁ ଆଜି ବୋଲଗଡ଼ ତହସିଲଦାର ମୋନାଲିସା ପଣ୍ଡା ଓ ବୋଲଗଡ଼ ବ୍ଲକ ଯୋଗାଣ ନିରୀକ୍ଷକ ବିଷ୍ଣୁ ଚରଣ ପରିଡା ମିଳିତ ଭାବେ ବୋଲଗଡ଼ ତହସିଲ ଅନ୍ତର୍ଗତ ରାଜସୁନାଖଳା ତ୍ରିନାଥ ବଜାର ଗଣେଶ ବଜାର ଓ ବୋଲଗଡ଼ ବଜାର ଅଞ୍ଚଳରେ ଅଚାନକ ଚଢ଼ାଉ କରିଥିଲେ।

ଏଥିରେ ମାକ୍ସ ନପିନ୍ଧିଥିବା, ଦୋକାନ ଆଗରେ ସାମାଜିକ ଦୁରତା ରକ୍ଷା ପାଇଁ ବ୍ୟବସ୍ଥା ନଥିବା ଏପରିକି ଲକଡାଉନ ସମୟରେ ଅନୁଚିତ ଭାବେ ଚଢା ଦାମରେ ଖାଉଟିଙ୍କୁ ସାମଗ୍ରୀ ବିକ୍ରି କରୁଥିବା ନେଇ ଫାଇନ ଆଦାୟ ହୋଇଛି।

ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଆଜି ୧୩ହଜାର ୬ଶହ ଟଙ୍କା ଫାଇନ ଆଦାୟ ହୋଇଥିବାର କୁହାଯାଇଛି। ଜନସାଧାରନଙ୍କ ହିତ ଦୃଷ୍ଟିରୁ ଏଭଳି ଚଢ଼ାଉ ଆଗକୁ କଡାକଡି ଭାବେ କରାଯିବ ବୋଲି ତହସିଲଦାର କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.