ETV Bharat / state

କୋରୋନା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର - କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ

ଖୋର୍ଦ୍ଧାରେ କୋରୋନା ପ୍ରସ୍ତୁତି ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ । ଅଧିକ ପଢନ୍ତୁ...

corona-preparation-review-in-khurdha-district
କୋରୋନା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର
author img

By

Published : Apr 29, 2020, 4:21 PM IST

Updated : Apr 29, 2020, 6:42 PM IST

ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ । ଆଜି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଖୋର୍ଦ୍ଧା ଗସ୍ତ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହା ସହ ଜିଲ୍ଲାକୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପ୍ରସ୍ତୁତ କ୍ବାରେଣ୍ଟାଟାଇନ କକ୍ଷ ବୁଲି ଦେଖିଛନ୍ତି।

କୋରୋନା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର

ବାହାର ରାଜ୍ୟରୁ ଆସିବାକୁ ଥିବା ପ୍ରବାସୀ ଓଡ଼ିଆ ଓ ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ଜିଲ୍ଲାରେ 210ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର କରାଯାଇଛି । ଗ୍ରାମାଞ୍ଚଳରେ 201ଟି ସ୍ବାସ୍ଥ୍ୟ ଶିବିର କରାଯାଇଥିବା ବେଳେ ପୌରାଞ୍ଚଳରେ 9ଟି ଶିବିର ହୋଇଛି । ଜିଲ୍ଲାକୁ ଫେରିବା ପାଇଁ ଏପର୍ଯ୍ୟନ୍ତ 19,192ଜଣ ପ୍ରବାସୀ ଓଡିଆ ପଞ୍ଚୀକୃତ କରିଥିବା ବେଳେ ସେଥି ମଧ୍ୟରୁ 12,296 ଜଣ ଶ୍ରମିକ ରହିଛନ୍ତି । ଏମାନେ ଖୋର୍ଦ୍ଧାକୁ ଆସିଲେ କ୍ବାରେଣ୍ଟାଟାଇନ ସେଣ୍ଟରରେ ରହିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜିର ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ ।

corona-preparation-review-in-khurdha-district
କୋରୋନା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର

କୋରୋନା ପାଇଁ ଖୋର୍ଦ୍ଧାରୁ ମୋଟ ଏକହଜାର ଶତାନବେଟି ରକ୍ତ ନମୁନା ପରୀକ୍ଷଣ କରାଯାଇଛି । ପରୀକ୍ଷାରୁ ସମସ୍ତ ନମୁନାନେଗେଟିଭ ଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 29, 2020, 6:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.