ETV Bharat / state

ଗ୍ରାମାଞ୍ଚଳରେ କୋରୋନା ସ୍ଥିତି ଭଲ ଅଛି: ଖୋର୍ଦ୍ଧା ଜିଲ୍ଲାପାଳ

author img

By

Published : May 18, 2021, 8:00 AM IST

ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଚେନକୁ ଭାଙ୍ଗିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଯେଉଁଥିରେ ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ଥିତି ଭଲ ଥିବା କହିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଗ୍ରାମାଞ୍ଚଳରେ କୋରୋନା ସ୍ଥିତି ଭଲ ଅଛି: ଖୋର୍ଦ୍ଧା ଜିଲ୍ଲାପାଳ
ଗ୍ରାମାଞ୍ଚଳରେ କୋରୋନା ସ୍ଥିତି ଭଲ ଅଛି: ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: କୋରୋନାର ଦ୍ବିତୀୟ ଲହର ପାଇଁ ଚିନ୍ତାରେ ରାଜ୍ୟ ସରକାର । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଉର୍ଦ୍ଧ୍ଵରେ ରହୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ କୋରୋନା ଚେନକୁ ଭାଙ୍ଗିବା ପାଇଁ ସୋମବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ କୋରୋନା ସ୍ଥିତି ଭଲ ଥିବା କହିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି ।

ସେହିଭଳି ଜିଲ୍ଲାରେ ଏ ପର୍ଯ୍ୟନ୍ତ 70 ପ୍ରତିଶତ ଗାଁ କୋରୋନା ସଂକ୍ରମଣ ଠାରୁ ଦୂରରେ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହ ରାଜ୍ୟ ସରକାର ଲାଗୁ କରିଥିବା ଲକଡାଉନକୁ ମାନୁ ନଥିବା ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସେପଟେ ଗ୍ରାମାଞ୍ଚଳରେ କୋଭିଡ୍ ନିୟମ ପାଳନ ପାଇଁ ଆଶା ଓ ଅଙ୍ଗନାବାଡି କର୍ମୀକୁ ନିୟୋଜିତ କରାଯାଇଛି ଏବଂ ଜିଲ୍ଲାର ତିନୋଟି ସ୍ଥାନରେ 510 ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟର କରାଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ, ଏଡିଏମଓ ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.