ETV Bharat / state

ଖୋର୍ଦ୍ଧାରେ କମୁନି ସଂକ୍ରମଣ, ସଚେତନତା ପାଇଁ ବୁଲିଲା କୋରୋନା ରଥ

author img

By

Published : Jun 12, 2021, 7:46 PM IST

ଖୋର୍ଦ୍ଧାରେ ସଂକ୍ରମଣ ହ୍ରାସ ପାଉନଥିବାରୁ ଜିଲ୍ଲା ପ୍ରଶାସନ କୋରୋନା ସଚେତନତା ରଥ ଅଭିଯାନ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ କମୁନି ସଂକ୍ରମଣ, ସଚେତନତା ପାଇଁ ବୁଲିଲା କୋରୋନା ରଥ
ଖୋର୍ଦ୍ଧାରେ କମୁନି ସଂକ୍ରମଣ, ସଚେତନତା ପାଇଁ ବୁଲିଲା କୋରୋନା ରଥ

ଖୋର୍ଦ୍ଧା: ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାର ନାଁ ଧରୁନି । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଲୋକମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲାରେ କୋରୋନା ରଥ ଅଭିଯାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ସଂକ୍ରମଣ ହ୍ରାସ ପାଇବା ପରେ ମଧ୍ୟ ଲୋକମାନେ କୋରୋନାର ଭୟାବହତା ସଂପର୍କରେ ସଚେତନତା ହେଉନାହାନ୍ତି । ଯାହାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ରଥ ମାଧ୍ୟମରେ ଜିଲ୍ଲାର ପ୍ରତ୍ୟେକ ଗାଁକୁ ପରିଭ୍ରମଣ କରି ସଚେତନ କରୁଛି । କୋଭିଡ ସମ୍ବନ୍ଧୀୟ ସୂଚନା ଓ ବାର୍ତ୍ତା ଦୃଶ୍ୟଶ୍ରାବ୍ୟ LED ମାଧ୍ୟମରେ ଜନସଚେତନତା କାହାଣୀଗୁଡିକ ଭିଜୁଆଲ ମାଧ୍ୟମରେ ଲୋକମାନଙ୍କୁ ଦର୍ଶାଯାଉଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଭଲ ଭାବେ ହାତ ଧୋଇବା ଏବଂ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିବା ପାଇଁ ଗୀତ ମାଧ୍ୟମରେ କୁହାଯାଉଛି । ଲୋକଗୀତ ସଙ୍ଗୀତ ଓ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.