ETV Bharat / state

ନୂଆବର୍ଷ ଭେଟି, ବଢିଲା ଠିକା ଡାକ୍ତରୀ ଅଧ୍ୟାପକଙ୍କ ଦରମା

ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚୁକ୍ତିଭିତ୍ତିରେ ନିୟୋଜିତ ପ୍ରଫେସର ମାନଙ୍କ ଦରମା ବୃଦ୍ଧି । ଅଧିକ ପଢନ୍ତୁ

author img

By

Published : Jan 5, 2023, 9:27 AM IST

contractual medical faculty Salaries increased

ଭୁବନେଶ୍ବର: ସରକାରୀ ମେଡିକାଲ କଲେଜରେ ଠିକାରେ କାର୍ଯ୍ୟରତ ଡାକ୍ତରୀ ଅଧ୍ୟାପକଙ୍କ ପାଇଁ ଖୁସି ଖବର । ଚୁକ୍ତିଭିତ୍ତିରେ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିୟୋଜିତ ପ୍ରଫେସର ମାନଙ୍କର ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର (contractual medical faculty Salaries have increased) । ପ୍ରଫେସରଙ୍କ ମାସିକ ପାଉଣା ୧.୨୫ଲକ୍ଷରୁ ୨.୩୦ଲକ୍ଷକୁ ବୃଦ୍ଧି କରାଯାଇଛି ।

ସେହିପରି ସହଯୋଗୀ ପ୍ରଫେସରଙ୍କ ମାସିକ ପାଉଣା ଏକ ଲକ୍ଷରୁ ୨ଲକ୍ଷ କୁ ବୃଦ୍ଧି ପାଇଥିବା ବେଳେ ସହକାରୀ ପ୍ରଫେସରଙ୍କ ମାସିକ ପାଉଣା ୭୫ ହଜାରରୁ ୧.୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସମସ୍ତ ଠିକା ଅଧ୍ୟାପକଙ୍କ ପାଉଣା ପ୍ରତିବର୍ଷ ୫ ପ୍ରତିଶତ ହାରରେ ବଢିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ(Health and Family Welfare) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ-ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ଉଦଘାଟନ ହେବ ସର୍ବବୃହତ ହକି ଷ୍ଟାଡିୟମ

ସୂଚନା ଅନୁଯାୟୀ, ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଅଧିକରୁ ଅଧିକ ଉନ୍ନତ କରିବା ପାଇଁ ଠିକା ଡାକ୍ତରୀ ଅଧ୍ୟାପକମାନଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଦରମା ବୃଦ୍ଧି ନେଇ ଯେଉଁ ଦାବି ରହି ଆସିଥିଲା ତାହା ପ୍ରତିବର୍ଷ ୫ ପ୍ରତିଶତ ହାରରେ ଦରମା ବଢିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ନେଇ କ୍ରମଶଃ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.