ଖୋର୍ଦ୍ଧା: ଦିନେ କି ଦୁଇଦିନ ନୁହେଁ ଦୀର୍ଘ ବାର ଦିନ ଧରି ନ୍ୟାୟ ପାଇବା ଆଶାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଗେଟ ସମୁଖରେ ବସିଛନ୍ତି ଠିକା ଶ୍ରମିକ । ଖରା, ଶୀତକୁ ଖାତିର ନକରି 32 ଜଣ ମହିଳା ଓ ପୁରୁଷ ଠିକା ଶ୍ରମିକ ସରକାରୀ ନୀତି ନିୟମ ଅନୁସାରେ ବେତନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଇବା ପାଇଁ ଦାବି କରିଛନ୍ତି ।
ସେପଟେ ଧାରଣାରତ ଠିକା ଶ୍ରମିକଙ୍କ ପାଖକୁ ଏପର୍ଯ୍ୟନ୍ତ ସଂସ୍ଥାର କୌଣସି ଅଧିକାରୀ ଆଲୋଚନା କରିବାକୁ ଆସିନଥିବା ଶ୍ରମିକ ମାନେ ଜଣାଇଛନ୍ତି । ସେହିପରି ଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଶ୍ରମିକମାନେ ରାଜରାସ୍ତା ଅବରୋଧ କରିବା ସହ ଆତ୍ମାହୁତି ଦେବେ ବୋଲି ଆଜି ସେମାନଙ୍କର ଚରମ ନିଷ୍ପତ୍ତି ପ୍ରଶାସନକୁ ଶୁଣାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ