ETV Bharat / state

ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହେବ ନୂତନ OPD-IPD; ଖର୍ଚ୍ଚ ହେବ ୧୨ କୋଟି

author img

By ETV Bharat Odisha Team

Published : Nov 14, 2023, 6:42 AM IST

ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ମାଣ ହେବ ନୂତନ OPD ଏବଂ IPD । ୧୨ କୋଟି ୮୪ ଲକ୍ଷ ୬୬ ହଜାର ଟଙ୍କାର ବ୍ୟୟ ଅଟକଳ ନେଇ ପ୍ରଶାସନ ମଞ୍ଜୁରୀ ପ୍ରଦାନ କରିଛି । ଅଧିକ ପଢନ୍ତୁ

construction of new OPD and IPD
ନିର୍ମାଣ ହେବ ନୂତନ OPD ଏବଂ IPD

ଭୁବନେଶ୍ବର: କେନ୍ଦ୍ରାପଡାବାସୀଙ୍କ ପାଇଁ ଖୁସି ଖବର । ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ମାଣ ହେବ ନୂତନ OPD ଏବଂ IPD । ଏଥିପାଇଁ ଖର୍ଚ୍ଚ ହେବ ୧୨ କୋଟି ଟଙ୍କା । ରାଜ୍ୟ ସରକାର ୧୨ କୋଟି ୮୪ ଲକ୍ଷ ୬୬ ହଜାର ଟଙ୍କାର ବ୍ୟୟ ଅଟକଳରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ OPD ଏବଂ IPD କୋଠାର ନିର୍ମାଣ ପାଇଁ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ପ୍ରକଳ୍ପ ମଞ୍ଜୁରୀ ନିମନ୍ତେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ତେବେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ OPD ଏବଂ IPD କୋଠାର ନିର୍ମାଣ ହେବାକୁ ଥିବାବେଳେ ଏହାର ସିଭିଲ କାମ ପାଇଁ ୬ କୋଟି ୩୩ ଲକ୍ଷ ୫୭ ହଜାର ୭୩୭ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି ।

ଏହାସହ ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ୯୫ ଲକ୍ଷ ୩ ହଜାର ୬୬୦ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ସେହିପରି ବାହାର କାର୍ଯ୍ୟ ପାଇଁ ୯୫ ଲକ୍ଷ ୩ ହଜାର ୬୬୦ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ ହୋଇଛି । ଏହାସହ ଅଗ୍ନି ସଂଯୋଗ ପାଇଁ ମଧ୍ୟ ୯୫ ଲକ୍ଷ ୩ ହଜାର ୬୬୦ ଟଙ୍କା ମଞ୍ଜୁର ହୋଇଛି । ସେହିପରି DG ପାଇଁ ୨୫ ଲକ୍ଷ ଟଙ୍କା, PHର ଫିଟିଂସ ପାଇଁ ୯୫ ଲକ୍ଷ ୩ ହଜାର ୬୬୦ ଟଙ୍କା ଏବଂ ଲିଫ୍ଟ ପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ମଞ୍ଜୁରୀ ମିଳିଥିବା ଜଣାପଡିଛି ।

ଏହା ବି ପଢନ୍ତୁ: AIIMSରେ ଖୋଲିଲା ଦେଶର ପ୍ରଥମ ଟ୍ରାଭେଲ ହେଲଥ କ୍ଲିନିକ

ସୂଚନା ଅନୁଯାୟୀ, ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । 'ମୋ ହସ୍ପିଟାଲ'ରୁ ଆରମ୍ଭ କରି BSKY ଭଳି ଅନେକ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଛି । ରାଜ୍ୟରେ ଥିବା PHCକୁ ମଧ୍ୟ ନୂତନ ଭାବରେ ଭିତ୍ତିଭୂମି କ୍ଷେତ୍ରରେ ସୁଦୃଢ଼ କରାଯାଉଛି । ଏହାସହ ଉନ୍ନତମାନର ଜ୍ଞାନ କୌଶଳ ସହ ଡାକ୍ତର ନିଯୁକ୍ତ କରାଯାଉଛି । ଯେଭଳି ଭାବରେ ଲୋକମାନେ ଉଚିତ ସୁବିଧା ପାଇପାରିବେ ସେନେଇ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.