ETV Bharat / state

Padmapur Postmortem: ଟଙ୍କା ଲୋଭରେ କର୍ମୀ ବିକ୍ରି ହୋଇଗଲେ: ବିଧାୟକ ସୁର ରାଉତରାୟ - ଟଙ୍କା ଲୋଭରେ କର୍ମୀ ବିକ୍ରି ହୋଇଗଲେ

ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ ବିକ୍ରି ହୋଇଗଲା । ଦଳୀୟ କର୍ମୀ ଟଙ୍କା ଲୋଭରେ ବିକ୍ରି ହୋଇଗଲେ । ଦଳ 2019ରେ 32 ହଜାର ଭୋଟ ପାଇଥିଲା । ଏବେ 2022ରେ 4 ହଜାର ଭୋଟ ପାଇଛି । 28 ହଜାର ଭୋଟ କୁଆଡେ ଗଲା । ଦଳୀୟ ସ୍ତରରେ ତଦନ୍ତ ହେବ । ପରଜାୟ ନେଇ ଆସନ୍ତା ମାସ 15 ରୁ 20 ତାରିଖ ମଧ୍ୟରେ ସମୀକ୍ଷା ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

Padmapur Postmortem: ଟଙ୍କା ଲୋଭରେ କର୍ମୀ ବିକ୍ରି ହୋଇଗଲେ: ବିଧାୟକ ସୁର ରାଉତରାୟ

author img

By

Published : Dec 12, 2022, 10:54 PM IST

Padmapur Postmortem: ଟଙ୍କା ଲୋଭରେ କର୍ମୀ ବିକ୍ରି ହୋଇଗଲେ: ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ ବିକ୍ରି ହୋଇଗଲା । ଦଳୀୟ କର୍ମୀ ଟଙ୍କା ଲୋଭରେ ବିକ୍ରି ହୋଇଗଲେ । ଦଳ 2019 ରେ 32 ହଜାର ଭୋଟ ପାଇଥିଲା । ଏବେ 2022 ରେ 4 ହଜାର ଭୋଟ ପାଇଛି । 28 ହଜାର ଭୋଟ କୁଆଡେ ଗଲା । ଦଳୀୟ ସ୍ତରରେ ତଦନ୍ତ ହେବ । ପରଜାୟ ନେଇ ଆସନ୍ତା ମାସ 15 ରୁ 20 ତାରିଖ ମଧ୍ୟରେ ସମୀକ୍ଷା ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ସୁର କହିଛନ୍ତି ‘‘ଜାନୁୟାରୀ 15 ରୁ 20 ମଧ୍ୟରେ ଦଳୀୟ ସମୀକ୍ଷା ହେବ । ଦଳର ପରାଜୟ ନେଇ ସମସ୍ତଙ୍କୁ ଦାୟୀ କରିଛନ୍ତି ସୁର । ଟଙ୍କା ଲୋଭରେ କଂଗ୍ରେସ କର୍ମୀ ବିକ୍ରି ହୋଇଗଲେ। ସେଥିପାଇଁ ଏଭଳି ସ୍ଥିତି ହେଲା । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ 32 ହଜାର ଭୋଟ ପାଇଥିଲା ଦଳ । ହେଲେ ଉପନିର୍ବାଚନ ରେ 4 ହଜାର ଭୋଟ ପାଇଲା । ଅବଶିଷ୍ଟ 28 ହଜାର ଭୋଟ ଅନ୍ୟ ଦଳ କିଣିନେଲେ। ବିପୁଲ ଟଙ୍କାର ଲୋଭ ଦେଖି ତଳ ସ୍ତରର କଂଗ୍ରେସ କର୍ମୀ ବିକ୍ରି ହୋଇଗଲେ ବୋଲି ସୁର କହିଛନ୍ତି ।’’

ପଦ୍ମପୁର ଉପନିର୍ବାଚନ ପରାଜୟ ନେଇ ସୁର କହିଛନ୍ତି ପିସିସି ସଭାପତିଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ସମୀକ୍ଷା କରିବେ । ଯିଏ ଅନ୍ତର୍ଘାତୀ କାର୍ଯ୍ୟ କରିଥିବ, ସେନେଇ ତଦନ୍ତ ହେବ । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ କଂଗ୍ରେସ ପକ୍ଷରୁ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି, ପୂର୍ବତନ ପିସିସି ସଭାପତି, ଦଳର ହାଇପ୍ରୋଫାଇଲ ନେତା କଂଗ୍ରେସ ପାଇଁ ପ୍ରଚାର କରିଥିଲେ । 2019 ସାଧାରଣ ନିର୍ବାଚନରେ କଂଗ୍ରେସର ସତ୍ୟଭୂଷଣ ସାହୁ 32 ହଜାର ଭୋଟ ପାଇଥିଲେ । 2022 ଉପନିର୍ବାଚନରେ କଂଗ୍ରେସକୁ ମିଳିଲା ପ୍ରାୟ 4 ହଜାର ଭୋଟ । ଯାହାକୁ ନେଇ ସୁର ଏହି ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.