ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ନୀରବତା ମହିଳା ବିରୋଧୀ ହିଂସାକୁ ପ୍ରୋତ୍ସାହିତ କରୁଛି: ମହିଳା କଂଗ୍ରେସ

author img

By

Published : May 22, 2023, 4:38 PM IST

ଶାସକ ଦଳର ନେତାମାନଙ୍କ ଘରୁ ପାରିବାରିକ ହିଂସାର ଅଭିଯୋଗ ଆସୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ମହିଳା କଂଗ୍ରେସ । ଏନେଇ ଆଜି ମହିଳା କମିଶନଙ୍କୁ ଭେଟି ମହିଳା କଂଗ୍ରେସ ଅଭିଯୋଗ କରିବ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ମଧୁସ୍ମିତା ଆଚାର୍ଯ୍ୟ ଓ ଅପର୍ଣ୍ଣା ଧୀର ସିଂହ । ଅଧିକ ପଢ଼ନ୍ତୁ

ମହିଳା ବିରୋଧୀ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ମହିଳା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଶାସକ ଦଳର ନେତାମାନଙ୍କ ଘରୁ ପାରିବାରିକ ହିଂସାର ଅଭିଯୋଗ ଆସୁଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହାକୁ ପ୍ରସଙ୍ଗ କରି ବିରୋଧୀ ବାରମ୍ବାର ଶାସକ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଘେରୁଛନ୍ତି । ବଲାଙ୍ଗୀର ରାଜପରିବାରର ବୋହୂ ତଥା ବିଜେଡି ନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀଙ୍କ ପରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଓ ଏହାପରେ କଟକ ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇବୋହୂ ମଧ୍ୟ ଅଭିଯୋଗ ଆଣିଥିଲେ । ତେବେ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ମହିଳା କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି, "ରାଜ୍ୟରେ ମହିଳା ଅସୁରକ୍ଷିତ । ବିଶେଷ କରି ଖୋଦ ବିଜେଡି ନେତାଙ୍କ ଘରେ ମହିଳା ଆଜି ଅସୁରକ୍ଷିତ । ଭାରତ ବର୍ଷରେ ମହିଳା ନିର୍ଯାତନାରେ ଓଡିଶା ଆଗରେ । ବଲାଙ୍ଗୀର ରାଜପରିବାର ତଥା ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାରରେ ବୋହୂ ସୁରକ୍ଷିତ ନୁହନ୍ତି । କାନ୍ଦି କାନ୍ଦି ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖୁଛନ୍ତି ଅର୍କେଶଙ୍କ ପତ୍ନୀ । ତାହେଲେ ସାଧାରଣ ମହିଳା କେତେ ସୁରକ୍ଷିତ ? ନବୀନ ବାବୁଙ୍କୁ ପ୍ରଶ୍ନ, ଓଡ଼ିଶାରେ ମହିଳା ସୁରକ୍ଷିତ କି ? ସେହିଭଳି ଶଶିଭୂଷଣ ବେହେରାଙ୍କ ବୋହୂ ମଧ୍ୟ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ସେ ସମୟରେ ବର୍ଷା ସୋନିଙ୍କ ଅଭିଯୋଗ ପରେ ଜଣେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହେଲେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରବର ଷ୍ଟାମ୍ପ୍‌ । 5T ସଚିବ ମୁଖ୍ୟ ହେଲେଣି । ଏଠାରେ ସଚିବ ମୁଖ୍ୟ ନା ମନ୍ତ୍ରୀ ମୁଖ୍ୟ ଜଣାନାହିଁ ।" ତେବେ ଏନେଇ ମହିଳା କମିଶନଙ୍କୁ ଭେଟି ମହିଳା କଂଗ୍ରେସ ଅଭିଯୋଗ କରିବ ବୋଲି ସେ କହିଛନ୍ତି ।

୨୦୨୧ NCRB ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୯୮ ପ୍ରତିଶତ କେସ ସମସ୍ୟାର ସମାଧାନ ହୋଇନାହିଁ । ଏନେଇ କଂଗ୍ରେସ ନେତ୍ରୀ ଅପର୍ଣ୍ଣା ଧୀର ସିଂହ କହିଛନ୍ତି, "ବର୍ତ୍ତମାନ ସମୟରେ ମହିଳା ମାନେ ସୁରକ୍ଷିତ ନୁହନ୍ତି । ବିଶେଷ କରି ବିଜେଡି ନେତାଙ୍କ ଘରେ ତ ବିଲକୁଲ ନୁହେଁ । କଥାରେ ଅଛି 'ରାଇଜର ପାପ ରଜା ମୁଣ୍ଡରେ' । ରଜା କିଏ ? କିଏ ଦଳ ପତି ? କିଏ ଶାସନ ମୁଖ୍ୟ ? ନବୀନ ପଟ୍ଟନାୟକ, କ’ଣ ତାଙ୍କର ପ୍ରତିକ୍ରିୟା ? କେହି ଶୁଣିଲେଣି ? କଣ ତାଙ୍କର କାର୍ଯ୍ୟାନୁଷ୍ଠାନ ? ସେ ମୌନ ବ୍ରତରେ ଅଛନ୍ତି । ଏହା କଣ କଟା ଘା’ରେ ଚୂନ ନୁହେଁ କି ? ଆଜି ଏହାହିଁ କଂଗ୍ରେସର ପ୍ରଶ୍ନ । କଂଗ୍ରେସ ବିଜେଡିଠାରୁ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଠୋସ ଉତ୍ତର ଚାହୁଁଛି । ନୀରବତା ଅପରାଧକୁ ପ୍ରୋତ୍ସାହିତ କରୁଛି । ଓଡ଼ିଶାରେ ମହିଳା ସଂପର୍କିତ ଅପରାଧ ଅତ୍ୟନ୍ତ ଉଦ୍‌ବେଗ ଜନକ । ୨୦୧୨ରେ ମହିଳା ବିରୋଧୀ ହିଂସାରେ ସାରା ଦେଶରେ ଉତ୍ତର ପ୍ରଦେଶ ଓ ଆସାମ ପରେ ଓଡ଼ିଶା ଥିଲା ତୃତୀୟ ରାଜ୍ୟ । ଯୌତୁକ ନିର୍ଯ୍ୟାତନା, ଦୁଷ୍କର୍ମ ଓ ପାରିବାରିକ ହିଂସା ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ । ୨୦୨୦ ତୁଳନାରେ ୨୦୨୧ରେ ୧୩୭.୮ ପ୍ରତିଶତ ବୃଦ୍ଧି ପାଇଥିଲା । ୨୦୨୩ରେ ଓଡ଼ିଶା ବିଧାନସଭାରେ ଉପସ୍ଥିତ ଘରୋଇ ବିଭାଗର ଶ୍ବେତପତ୍ର ଅନୁସାରେ ମହିଳା ସମ୍ପର୍କିତ ମାମଲା ବିଚାରଧୀନ ହୋଇ ପଡ଼ିରହିଥିବା ହେଉଛି ୯୮.୬ ପ୍ରତିଶତ । ଭାରତ ବର୍ଷରେ ଏହା ସର୍ବାଧିକ । ଦଣ୍ଡବିଧାନ କ୍ଷେତ୍ରରେ ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ । ମାତ୍ର ୮.୩ ପ୍ରତିଶତ, ଯାହାକି ସର୍ବଭାରତୀୟ ସ୍ତରରେ ହାରାହାରି ୨୬.୬୭ ପ୍ରତିଶତଠାରୁ ବହୁ ଦୂରରେ । ସୁତରାଂ ଆମେ ଜବାବ ଚାହୁଁ, କେବେ ମିଳିବି ମାଆଙ୍କୁ ସମ୍ମାନ ? କେବେ ମିଳିବ ଅଭିଯୋଗକାରୀକୁ ନ୍ୟାୟ ? କେବେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ମୁହଁ ? କେତେବର୍ଷ ପରେ ଘଟିବ ଓଡ଼ିଶାରେ ନାରୀ ନିର୍ଯାତନାର ଅନ୍ତ ?"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.