ETV Bharat / state

୯ରୁ ୯୦ ମିଶନକୁ ସଫଳ କରିବ ଭାରତଯୋଡ଼ ଯାତ୍ରା : ଶରତ ପଟନାୟକ - ସମାପନ ହୋଇଛି ଭାରତ ଯୋଡ଼ା ଯାତ୍ରା

ସରିଛି ଭାରତ ଯୋଡ଼ା ଯାତ୍ରା । ଯାତ୍ରା ଶେଷରେ ଓଡ଼ିଶାରେ କଂଗ୍ରେସର ଶାସନ ଚାଲିବ । ଲୋକଙ୍କୁ ମିଳିବ ସମସ୍ତ ସୁବିଧା । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ପିସିସି । ଅଧିକ ପଢ଼ନ୍ତୁ

Congress will win in Odisha
୯ ରୁ ୯୦ ମିଶନକୁ ସଫଳ
author img

By

Published : Jan 29, 2023, 10:34 AM IST

୯ ରୁ ୯୦ ମିଶନକୁ ସଫଳ

ଭୁବନେଶ୍ବର : ରାଜ୍ୟରେ ସମାପନ ହୋଇଛି ଭାରତ ଯୋଡ଼ା ଯାତ୍ରା । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆରମ୍ଭ ହୋଇଥିବା ଭାରତଯୋଡ ଓଡିଶା ପରିବର୍ତ୍ତନ ଯାତ୍ରାର ସମାପ୍ତ ହୋଇଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସସ ବିଧାୟକ ସୁର ରାଉତରାୟ ବହୁ ବରିଷ୍ଠ ନେତା ଭୁବନେଶ୍ୱରରେ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରଥମେ ନେତା ବିଧାୟକ ଓ କର୍ମୀ ଖୋର୍ଦ୍ଧାରୁ ଏହି ଯାତ୍ରା ଆରମ୍ଭ କରି ଶିଶୁ ଭବନଠାରେ ପହଞ୍ଚିଥିଲେ । ପରେ ଶିଶୁ ଭବନଠାରେ ଜିଲ୍ଲା କଂଗ୍ରେସ ଛାତ୍ର କଂଗ୍ରେସ ଯୁବ କଂଗ୍ରେସର ସଦସ୍ୟଙ୍କ ସହ ବରିଷ୍ଠ ନେତୃବୃନ୍ଦମାନେ ସାମିଲ ହୋଇ ଚାଲିଚାଲି କଂଗ୍ରେସ ଭବନଠାରେ ପଦଯାତ୍ରା ସମାପ୍ତ କରିଛନ୍ତି ।

ସେଠାରେ ଏକ ସଭା ଅର୍ଥାତ ଭାରତ ଯୋଡ଼ ଓଡିଶା ପରିବର୍ତ୍ତନ ଯାତ୍ରାର ସମାପନ ଉତ୍ସବ କରାଯାଇଥିଲା । ଯେଉଁଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରସାଦ ହରିଚନ୍ଦନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ଏଥିରେ କଂଗ୍ରେସର ଭାରତ ଯୋଡ଼ା ଯାତ୍ରାର ସଫଳତା କଥା କୁହାଯାଇଥିବା ବେଳେ ୯ରୁ ୯୦ ମିଶନକୁ ଏହି ଅଭିଯାନ ଦ୍ବାରା ସଫଳ କରିବା ପାଇଁ ସହାୟକ ହେବ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ଏହାସହ ଲୋକମାନେ ରାଜ୍ୟର ୨୫ବର୍ଷ ଶାସନର ସରକାରଙ୍କ ଚଞ୍ଚକତା ଓ କେନ୍ଦ୍ର ମିଥ୍ୟା ପ୍ରତିଶୃତିକୁ ବୁଝି ସାରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତାଏ ।

ଦେଶର ଓ ରାଜନୀତିର ବିକଳ୍ପ କଂଗ୍ରେସ ବୋଲି ବୁଝିସାରିଲେଣି । ଏହାହିଁ ରାଜ୍ୟ ଓ ଦେଶରେ ପୁଣି ଥରେ କଂଗ୍ରେସକୁ ସରକାର ଗଠନ ଦିଗରେ ସହାୟକ ହେବ । ବା ୨୦୨୪ରେ ଓଡ଼ିଶାରେ ବିଜେଡି ସହ ଟକ୍କର ଦେଇ କଂଗ୍ରେସ ସରକାର ଗଢିବ ବୋଲି କହିଛନ୍ତି ପିସିସି ସଭପତି । ଖାଲି ସେତିକି ନୁହେଁ ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟର କୋଣ ଅନୁକୋଣରେ ବୁଲିବା ସହ ପ୍ରତିଟି ଗ୍ରାମ ଓ ବ୍ଲକର ଲୋକଙ୍କ ସହ କଂଗ୍ରେସ ଯୋଡି ହୋଇଛି । ଆଉ ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଜାଣିଛୁ । ତେଣୁ ଏହା ଆଗାମୀ ଦିନରେ ଆମକୁ ନିର୍ବାଚନ ଲଢ଼ିବାରେ ସହାୟକ ହେବ ।

ସବୁଠାରୁ ବଡ କଥା ଏହି ଅଭିଯାନ ମାଧ୍ୟମରେ କଂଗ୍ରେସର କର୍ମୀମାନେ ମଧ୍ୟ ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି । ଆଉ ଲୋକଙ୍କ ସମସ୍ୟା ବିଷୟରେ ବୁଝିଛନ୍ତି । ତେଣୁ ରାଜ୍ୟରେ କଂଗ୍ରେସର ୯ରୁ ୯୦ ମିଶନ ନିଶ୍ଚୟ ସଫଳ ହେବ । ଏଥିପାଇଁ ସମସ୍ତ ଜିଲ୍ଲାର କର୍ମୀ, ସଭାପତି ବରିଷ୍ଠ ନେତୃବୃନ୍ଦଙ୍କୁ ଧନ୍ୟବାଦ ଦେଇଛନ୍ତି ପିସିସି ସଭାପତି । କାରଣ ତୃଣମୂଳସ୍ତରରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତେ ଭାରତ ଯୋଡ ଯାତ୍ରାକୁ ସଫଳ କରିବାକୁ ନିଜର ସହଭାଗିତା ଦେଇଛନ୍ତି ।

ତେବେ ଭାରତ ଯୋଡ଼ା ଯାତ୍ରା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାରଙ୍କ ଦରଦାମକୁ ବିରୋଧ କରି ଏହି ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦଯାତ୍ରା ମାଧ୍ୟମରେ ଘରକୁ ଘର ବୁଲି କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ମାଧ୍ୟମରେ କିଭଳି ଲୋକେ ହନ୍ତସନ୍ତ ହେଉଛନ୍ତି ସେହି ସମ୍ବନ୍ଧରେ ସଚେତନତା କରାଇଥିଲେ । ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ ଚେଲା କୁମାରଙ୍କ ନେତୃତ୍ୱରେ ଆଇଜି ପାର୍କରୁ ଆରମ୍ଭ ହୋଇଥିଲା ପଦଯାତ୍ରା । ୨ ମାସରୁ ଊର୍ଦ୍ଧ୍ବ ଦିନ ଧରି ଏହି ଅଭିଯାନ ଚାଲିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.