ETV Bharat / state

'ଜଟଣୀରେ କଂଗ୍ରେସ ବାଜିମାତ କରିବ'

ତାତିକୁ ଖାତିର ନକରି ପ୍ରଚାର କରୁଛନ୍ତି ଜଟଣୀ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ । ବିଜେପି ଓ ବିଜେଡିର ପ୍ରାର୍ଥୀ ତାଙ୍କ ପ୍ରତିଦ୍ୱନ୍ଦ୍ବୀ ନୁହେଁ, ସାନ ଭାଇ ବୋଲି ଇଟିଭି ଭାରତକୁ ପ୍ରତିକ୍ରିୟାରେ କହିଛନ୍ତି ସୁର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 14, 2019, 2:22 PM IST

ଖୋର୍ଦ୍ଧା: ଦିନ କେଇଟା ପରେ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ଡହଡହ ଖରାକୁ ଖାତିର ନକରି ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ କରୁଛନ୍ତି ପ୍ରଚାର । ଏଭଳି ଖରାରେ ତାତିକୁ ଖାତିର ନକରି ପ୍ରଚାର କରୁଛନ୍ତି ଜଟଣୀ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ । ବିଜେପି ଓ ବିଜେଡିର ପ୍ରାର୍ଥୀ ତାଙ୍କ ପ୍ରତିଦ୍ୱନ୍ଦ୍ବୀ ନୁହେଁ, ସାନ ଭାଇ ବୋଲି ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସୁର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେଥିପାଇଁ ଚଳିତ ନିର୍ବାଚନରେ କୌଣସି ଅପ୍ରୀତିକର ପରିସ୍ଥିତି ଆସିବ ନାହିଁ । ସେହିପରି ସେ ଦୃଢତାର ସହ କହିଥିଲେ ଯେଉଁଠି ଯାହା ହେଉଛି ହେଉ କିନ୍ତୁ ଏଥର ଜଟଣୀର କଂଗ୍ରେସ ବାଜିମାତ କରିବ । ଏଠାରେ ମୋଦି ଏବଂ ନବୀନଙ୍କ କୌଣସି ଯୋଜନା କାମ କରିବ ନାହିଁ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ନିର୍ବାଚିତ ହେବାପରେ ଅଞ୍ଚଳର ବିକାଶ କରିବା ସଙ୍ଗେ ସଙ୍ଗେ ଅଞ୍ଚଳରେ ଜଳସେଚନ ଓ ବେକାର ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ପ୍ରାଥମିକତା ହେବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.