ETV Bharat / state

କଂଗ୍ରେସ ସବୁ ରାଜ୍ୟରେ ଭଲ ପ୍ରଦର୍ଶନ କରିବ: ବିଧାୟକ ସୁର

author img

By ETV Bharat Odisha Team

Published : Oct 10, 2023, 8:24 AM IST

5 ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ । ସବୁ ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଲେ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

Sura Routray
Sura Routray

ଭୁବନେଶ୍ବର: ଆସିଲା ନିର୍ବାଚନ ଋତୁ । 5 ରାଜ୍ୟରେ ନିର୍ବାଚନ ନେଇ ବାଜିଲା ବିଗୁଲ । ଆଜି କେନ୍ଦ୍ର ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ 5ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ମିଜୋରାମ ଏବଂ ରାଜସ୍ଥାନ । ନଭେମ୍ବର ମାସରେ ଏହି ରାଜ୍ୟଗୁଡ଼ିକରେ ହେବ ନିର୍ବାଚନ । କାହା ସପକ୍ଷରେ ଯିବ ଜନାଦେଶ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ତେବେ ସବୁ ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଏନେଇ ସୁର କହିଛନ୍ତି, " କଂଗ୍ରେସ ଭଲ ପ୍ରଦର୍ଶନ କରିବ । କର୍ଣ୍ଣାଟକ ଭଳି 5ଟି ରାଜ୍ୟରେ କଂଗ୍ରେସ ଜିତି ସରକାର ଗଢ଼ିବ । ଛତିଶଗଡ଼ରେ କଂଗ୍ରେସ ଜିତିବ । ରାଜସ୍ଥାନରେ ସରକାର ଅଛି, ପୁଣି ଜିତିବ ଗେହଲଟ ସରକାର । ମଧ୍ୟପ୍ରଦେଶରେ କଂଗ୍ରେସ ଜିତିବ । ତେଲେଙ୍ଗାନାରେ କଂଗ୍ରେସ ଦୈନିକ ଲୋକପ୍ରିୟତା ବୃଦ୍ଧି ପାଉଛି । ମିଜୋରାମରେ କଂଗ୍ରେସ ଭଲ କରିବ । ଓଡ଼ିଶାରେ ମଧ୍ୟ କଂଗ୍ରେସ କ୍ଷମତାକୁ ଫେରିବା ନେଇ ଆଶା ରହିଛି । 5ଟି ରାଜ୍ୟରେ ନିର୍ବାଚନ କଂଗ୍ରେସ ସପକ୍ଷରେ ଯିବ ।"

ଏହା ବି ପଢନ୍ତୁ- ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି

ତେବେ ନଭେମ୍ବର ମାସରେ 5ଟି ରାଜ୍ୟର ନିର୍ବାଚନ ହେବା ନେଇ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୁକ୍ତ । ଆଜି କେନ୍ଦ୍ର ନିର୍ବାଚନ କମିଶନର ରାଜୀବ କୁମାର 5 ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବାକି 4ଟି ରାଜ୍ୟରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ । ଛତିଶଗଡ଼ରେ ନଭେମ୍ବର 7 ଓ 17ରେ ନିର୍ବାଚନ ହେବ । ମଧ୍ୟପ୍ରଦେଶରେ ନଭେମ୍ବର 17ରେ ନିର୍ବାଚନ ହେବ । ରାଜସ୍ଥାନରେ ନଭେମ୍ବର 23ରେ ଭୋଟ ଗ୍ରହଣ ହେବ । ମିଜୋରାମରେ ନଭେମ୍ବରରେ 7ରେ ନିର୍ବାଚନ ହେବ । ସେହିପରି ତେଲେଙ୍ଗାନାରେ ନଭେମ୍ବର 30ରେ ଭୋଟ ଗ୍ରହଣ ହେବ। ଡିସେମ୍ବର 3 ତାରିଖରେ 5ଟି ରାଜ୍ୟର ଭୋଟ ଗଣତି ହେବ ।

କେନ୍ଦ୍ରର ମୋଦି ସରକାରଙ୍କ ଲୋକପ୍ରିୟତାକୁ ଆଧାର କରି ବିଜେପି ନିର୍ବାଚନୀ ବୈତରଣୀ ପାର ହେବାକୁ ସଜବାଜ ହେଉଥିବା ବେଳେ ଇଣ୍ଡିଆ ମେଣ୍ଟ ମଧ୍ୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରା ପରେ ଯେଉଁଭଳି ସାରା ଦେଶରେ ଏକ ସଫଳତା ମିଳିଛି ତାକୁ ଆୟୁଧ କରି କଂଗ୍ରେସ ଦଳ ନିର୍ବାଚନରେ ବାଜିମାତ କରିବ ବୋଲି ପ୍ରସ୍ତୁତିକୁ ଜୋରଦାର କରିଛି । ଯଦି 5 ରାଜ୍ୟର ସ୍ଥିତି ଦେଖିବା ତେବେ ରାଜସ୍ଥାନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.