ETV Bharat / state

ଝାରସୁଗୁଡା ଏବେ ପାଉଁଶ ଗଦାରେ ପରିଣତ ହୋଇଛି: କଂଗ୍ରେସ ପ୍ରାର୍ଥୀ ତରୁଣ - କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ତରୁଣ କହିଛନ୍ତି ଯେ ଝାରସୁଗୁଡାକୁ ବିକାଶ ପଥରେ ଆଗେଇ ନେବା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ । ବାପା ବିରେନ୍ଦ୍ର ପାଣ୍ଡେଙ୍କ ପ୍ରତି ଥିବା ଲୋକଙ୍କ ସମର୍ଥନ ଓ କଂଗ୍ରେସ ବେଳେ ହୋଇଥିବା ବିକାଶ ସହ ଝାରସୁଗୁଡା ସମସ୍ୟା ନେଇ ଦଳ ଲଢିବ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଝାରସୁଗୁଡା ଏବେ ପାଉଁଶ ଗଦା ପାଲଟି ଗଲାଣି। ସାରା ଓଡ଼ିଶାରେ ଶିଳ୍ପାଞ୍ଚଳ ଭାବେ ଝାରସୁଗୁଡା ପରିଚିତ ହେଲେ ଏଠାରେ ବେକାରୀ ସମସ୍ୟା ଉଗ୍ର ରୂପ ଧରିଛି। ଝାରସୁଗୁଡା ଏବେ ପ୍ରଦୂଷଣର ସହର ପାଲଟିଛି। ଅଧିକ ପଢନ୍ତୁ

ଝାରସୁଗୁଡା ଏବେ ପାଉଁଶ ଗଦାରେ ପରିଣତ ହୋଇଛି: କଂଗ୍ରେସ ପ୍ରାର୍ଥୀ ତରୁଣ

author img

By

Published : Apr 11, 2023, 10:43 PM IST

ଭୁବନେଶ୍ବର: ଝାରସୁଗୁଡା ଏବେ ପାଉଁଶ ଗଦା ପାଲଟିଯାଇଛି । ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ଲଢେଇ ହେବ ଝାରସୁଗୁଡା ଉପନିର୍ବାଚନରେ । ଝାରସୁଗୁଡାର ମାଳ ମାଳ ସମସ୍ୟା ସହ କଂଗ୍ରେସ ବେଳେ ହୋଇଥିବା ବିକାଶକୁ ପାଥେୟ କରି ନିର୍ବାଚନ ଲଢିବ ଦଳ । ଆଜି ଏଭଳି ସୂଚନା ଦେଇଛନ୍ତି ଦଳୀୟ ପ୍ରାର୍ଥୀ ତରୁଣ ପାଣ୍ଡେ ।

ତରୁଣ କହିଛନ୍ତି ଯେ ଝାରସୁଗୁଡାକୁ ବିକାଶ ପଥରେ ଆଗେଇ ନେବା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ । ବାପା ବିରେନ୍ଦ୍ର ପାଣ୍ଡେଙ୍କ ପ୍ରତି ଥିବା ଲୋକଙ୍କ ସମର୍ଥନ ଓ କଂଗ୍ରେସ ବେଳେ ହୋଇଥିବା ବିକାଶ ସହ ଝାରସୁଗୁଡା ସମସ୍ୟା ନେଇ ଦଳ ଲଢିବ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଝାରସୁଗୁଡା ଏବେ ପାଉଁଶ ଗଦା ପାଲଟି ଗଲାଣି। ସାରା ଓଡ଼ିଶାରେ ଶିଳ୍ପାଞ୍ଚଳ ଭାବେ ଝାରସୁଗୁଡା ପରିଚିତ ହେଲେ ଏଠାରେ ବେକାରୀ ସମସ୍ୟା ଉଗ୍ର ରୂପ ଧରିଛି। ଝାରସୁଗୁଡା ଏବେ ପ୍ରଦୂଷଣର ସହର ପାଲଟିଛି। ଚାଷୀ ହତାଶ, ବେକାର ଯୁବକ ବୁଲୁଛି, ପାନୀୟ ଜଳ ସମସ୍ୟା ଉତ୍କଟ। ମୌଳିକ ସମସ୍ୟା ବିଷୟରେ ଲୋକଙ୍କ ପାଖରେ ଅବଗତ କରେଇବ କଂଗ୍ରେସ। ମନ୍ତ୍ରୀଙ୍କ ହତ୍ୟା ହେବାର 3 ମାସ ବିତିଗଲାଣି ହେଲେ ହତ୍ୟାର କାରଣ ଅସ୍ପଷ୍ଟ। ଆଇନ ଶୃଙ୍ଖଳା ପରିସ୍ଥିତି ସାଙ୍ଘାତିକ । ଏସବୁକୁ ପ୍ରସଙ୍ଗ କରିବ କଂଗ୍ରେସ। ଝାରସୁଗୁଡା ଏବେ ପାଉଁଶ ଗଦା ପାଲଟି ଗଲାଣି।ସାରା ଓଡ଼ିଶାରେ ଶିଳ୍ପାଞ୍ଚଳ ଭାବେ ଝାରସୁଗୁଡା ପରିଚିତ ହେଲେ ଏଠାରେ ବେକାରୀ ସମସ୍ୟା ଉଗ୍ର ରୂପ ଧରିଛି।ଝାରସୁଗୁଡା ଏବେ ପ୍ରଦୂଷଣର ସହର ପାଲଟିଛି।ଚାଷୀ ହତାଶ, ବେକାର ଯୁବକ ବୁଲୁଛି,ପାନୀୟ ଜଳ ସମସ୍ୟା ଉତ୍କଟ।ମୌଳିକ ସମସ୍ୟା ବିଷୟରେ ଲୋକଙ୍କ ପାଖରେ ଅବଗତ କରେଇବ କଂଗ୍ରେସ।ବିଧାୟକ ,ମନ୍ତ୍ରୀଙ୍କ ହତ୍ୟା ହେବାର 3 ମାସ ବିତିଗଲାଣି ହେଲେ ହତ୍ୟାର କାରଣ ଅସ୍ପଷ୍ଟ।ଆଇନ।ଶୃଙ୍ଖଳା ପରିସ୍ଥିତି ସାଙ୍ଘାତିକ ଏଠି। ଏ ସବୁ କୁ ପ୍ରସଙ୍ଗ କରିବ କଂଗ୍ରେସ। ବାପାଙ୍କ ସହ ରାଜନୀତି ରେ ମୁଁ ଜଡିତ ରହିଥିଲି।ତେଣୁ ମୁଁ ରାଜନୀତି କୁ ପାଖରୁ ଦେଖିଛି ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ।ତେବେ କଂଗ୍ରେସ ତାଙ୍କ ଉପରେ ଭରଷା କରି ଥିବାରୁ ସେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ,ଶରତ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେପଟେ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ବୁଥ ସ୍ତରରୁ ପ୍ରଚାର ଆରମ୍ଭ କରି ସାରିଛି। ନବ ଦାଶଙ୍କ ଲିଗାସିକୁ ନେଇ ଆଗକୁ ବଢିବାକୁ ଝିଅ ଦୀପାଲି ଅଣ୍ଟା ଭିଡିଛନ୍ତି। ଝାରସୁଗୁଡାରେ ବିଜେଡି ଜିତିବାର ଆଶା ରଖିଛି । ସେହିପରି ବିଜେପି ଯଦିଓ ପ୍ରାର୍ଥୀ ଘୋଷଣା କରିନାହିଁ ହେଲେ ନୂତନ ରାଜ୍ୟ ସଭାପତିଙ୍କ ଲମ୍ବା ଅଭିଜ୍ଞତା, ଦଳୀୟ ରଣନୀତି, ମୋଦି ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଜନସାଧାରଣଙ୍କ ମନ ଜିତିବା ସହ କ୍ଷମତା ହାତେଇବାକୁ ଲକ୍ଷ୍ୟ ରଖିଛି ।

ବିଜେଡି ଏବଂ କଂଗ୍ରେସ ଅନୁକମ୍ପାମୂଳକ ଭୋଟ ହାତେଇବାର ସମ୍ଭାବନା ରହିଛି।ପ୍ରତି ବ୍ଲକ ରେ ଜଣେ ଜଣେ ବିଧାୟକ ଙ୍କୁ ଦାୟିତ୍ୱ ଦେଇଛି ଦଳ।ପ୍ରତି ୱାର୍ଡ ଜଗିବେ କଂଗ୍ରେସ କର୍ମୀ ଓ ନେତା।ତେବେ ଏହାରି ଭିତରେ କଂଗ୍ରେସ କୁ ପୁରୁଣା କର୍ମୀ ଫେରୁଥିବାରୁ ଏହା କଂଗ୍ରେସ ପାଇଁ ଶୁଭ ସଂକେତ ମିଳୁଛି ବୋଲି ରାଜନୀତି ସମୀକ୍ଷକ ମାନେ ଆଲୋଚନା କରୁଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.